ଏହି ଯୋଗରେ ଜନ୍ମିତ ବ୍ୟକ୍ତିଙ୍କ ଜୀବନରେ ଘେରିଯାଏ ଦରିଦ୍ରତା, ଭାଗ୍ୟ କେବେ ଦେଇନଥାଏ ସାଥୀ, ଜାଣନ୍ତୁ ମୁକ୍ତିର ଉପାୟ

ବୈଦିକ ଜ୍ୟୋତିଷ ଅନୁସାରେ ଯେବେ ବି କୌଣସି ଶିଶୁର ଜନ୍ମ ହୁଏ, ସେତେବେଳେ ତାର କୁଣ୍ଡଳୀରେ ଶୁଭ ଓ ଅଶୁଭ ଉଭୟ ଯୋଗ ରହିଥାଏ । ଏହି ଯୋଗର ପ୍ରଭାବ ତାର ଜୀବନ ଉପରେ ପଡିଥାଏ । ଏଠାରେ ଆମେ ଏପରି ଏକ ଅଶୁଭ ଯୋଗ ବିଷୟରେ କହିବୁ, ତାହା ଯଦି କାହାର କୁଣ୍ଡଳୀରେ ରହିଥାଏ ତେବେ ତାଙ୍କର ଜୀବନ ସର୍ବଦା ଦୁଃଖ କଷ୍ଟରେ ଘେରି ରହିଥାଏ । ଏମାନଙ୍କୁ ଜୀବନରେ ଭାଗ୍ୟ ସାଥୀ ମିଳିନଥାଏ । ଏହି ଯୋଗ ଥିଲେ ଏମାନଙ୍କ ଜୀବନରେ ଦାରିଦ୍ର୍ୟ ଛାଇ ହୋଇଥାଏ । ଆସନ୍ତୁ ଜାଣିବା ଏହି ଯୋଗ କ’ଣ ଓ କ’ଣ ଏହାର ପ୍ରତିକାର ।

ଜନ୍ମ କୁଣ୍ଡଳୀରେ ରାହୁ ଓ କେତୁ ଯୁକ୍ତ ହେଲେ ବନିଥାଏ ଶାପିତ ଯୋଗ

ଶାପିତ ଯୋଗ ଦୋଷ କୁଣ୍ଡଳୀରେ ରାହୁ ଓ ଶନି ଗ୍ରହଙ୍କ ଯୁକ୍ତ ଯୋଗୁ ହୋଇଥାଏ । ଏହି ଯୋଗ ଅଲଗା ଅଲଗା ଭାବରେ ଭିନ୍ନ ଭିନ୍ନ ଫଳ ଦେଇଥାଏ । ଯଦି ରାହୁ ଓ କେତୁ ନୀଚ୍ଚ ଅବସ୍ଥାରେ ଅଛନ୍ତି,ତେବେ ଏହି ଯେ ।ଗର ଫଳ ଅତ୍ୟନ୍ତ ଖରାପ ହୋଇଥାଏ । କୁହାଯାଏ ଗତ ଜନ୍ମର ଖରାପ କର୍ମ ଯୋଗୁ ଏହି ଯୋଗ କୁଣ୍ଡଳୀରେ ବନିଥାଏ ।

ଜୀବନ ଉପରେ ଶାପିତ ଯୋଗର ପ୍ରଭାବ

ଶାସ୍ତ୍ର ଅନୁସାରେ ଏହି ଯୋଗ କୁଣ୍ଡଳୀରେ ରହିଲେ, ବ୍ୟବସାୟରେ ସଫଳତା ମିଳିନଥାଏ । ବୈବାହିକ ଜୀବନରେ କଷ୍ଟ ରହିଥାଏ । ଯଦି ଏହି ଯୋଗ ଦଶମ ଭାବରେ ରହିଥାଏ,ତେବେ କେତେ ଥର ଚାକିରି ଯାଇଥାଏ । ଯଦି ଏହି ଯୋଗ କୁଣ୍ଡଳୀରେ ୧୨ ଭାବରେ ଥାଏ ତେବେ ବ୍ୟକ୍ତିକୁ ଜେଲ ଯିବାକୁ ପଡିଥାଏ ।

ଶାପିତ ଦୋଷର ଉପାୟ

୧. ପ୍ରତି ସୋମବାର ଭଗବାନ ଶିବଙ୍କୁ ଦୁଧ, ଦହି ଓ ମହୁ ରେ ଅଭିଷେକ କରନ୍ତ୍‌ୁ ।

୨. ପକ୍ଷୀଙ୍କୁ କଳା ଓ ସବୁଜ ଦାନା ଖୁଆନ୍ତୁ ।

୩. ଶନି ଓ ରାହୁ ଗ୍ରହଙ୍କ ବୀଜ ମନ୍ତ୍ର ଜପ କରନ୍ତୁ ।

୪. କଳା କୁକୁରଙ୍କକୁ ଘିଅରେ ରୁଟି ବୁଡାଇ ଖୁଆନ୍ତୁ ।

୫. ପ୍ରତି ଶନିବାର ଶନି ଚାଳିଶା ପାଠ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.