ଦୁନିଆ ପାଇଁ ସବୁଠାରୁ ଖରାପ ବର୍ଷ ହୋଇପାରେ ୨୦୨୦, ୫୦୦ ବର୍ଷ ତଳୁ ଭବିଷ୍ୟବାଣୀ କରିଛନ୍ତି ଫ୍ରାନ୍ସର ମହାନ୍‌ ଜ୍ୟୋତିଷ

ଭବିଷ୍ୟତରେ କ’ଣ ଘଟିବ ତାହା କେହି ଜାଣନ୍ତି ନାହିଁ। ତଥାପି ଭବିଷ୍ୟତକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି। ବହୁବର୍ଷ ପୂର୍ବେ ଦୁନିଆ ବିଷୟରେ ଫ୍ରାନ୍ସର ଭବିଷ୍ୟତବକ୍ତା ବା ଜ୍ୟୋତିଷ ମାଇକେଲ ଦି ନୋସ୍‌ଟ୍ରାଦମସ୍‌ ବହୁ ଭବିଷ୍ୟବାଣୀ କରିଛନ୍ତି। ୧୫୦୩ ମସିହାରେ ଜନ୍ମିତ ନୋସ୍‌ଟ୍ରାଦମସ୍‌ଙ୍କ ଲିଖିତ ପୁସ୍ତକ ‘ଦ ପ୍ରଫେସିଜ୍‌’ରେ ଭବିଷ୍ୟତକୁ ନେଇ ଅନେକ କଥା ବର୍ଣ୍ଣିତ ରହିଛି, ଯେଉଁଥିରୁ କିଛି ସତ ମଧ୍ୟ ହୋଇଛି। ତାଙ୍କ ଭବିଷ୍ୟବାଣୀ ୨୦୨୦କୁ ନେଇ ମଧ୍ୟ ରହିଛି। ଭବିଷ୍ୟବାଣୀ ଅନୁସାରେ ୨୦୨୦ ସବୁଠାରୁ ହିଂସ୍ରାତ୍ମକ ବର୍ଷ ହେବ। ଆସନ୍ତୁ ଜାଣିବା ୨୦୨୦କୁ ନେଇ ଆଉ କ’ଣ କହିଛନ୍ତି ନୋସ୍‌ଟ୍ରାଦମସ୍‌…

ନୋସ୍‌ଟ୍ରାଦମସ୍‌ଙ୍କ ଅନୁସାରେ ୨୦୨୦ରେ ଏକ ନୂଆ ଯୁଗର ଆରମ୍ଭ ହେବ। ତାଙ୍କ ଅନୁମାନ ଅନୁସାରେ ଏହି ବର୍ଷ ଦେଶ ଦେଶ ମଧ୍ୟରେ ଯୁଦ୍ଧ ଲାଗିବ। ଫଳରେ ଶତାବ୍ଦୀର ସବୁଠାରୁ ବଡ଼ ଆର୍ଥିକ ସଙ୍କଟ ଦେଖାଦେବ।

୨୦୨୦ ମସିହାରେ ଗୃହ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିବ। ଫଳରେ ସାଧାରଣ ଲୋକ ରାସ୍ତାକୁ ଓହ୍ଲାଇବେ।

ତେବେ ବର୍ତ୍ତମାନ ଭାରତଠାରୁ ଆରମ୍ଭ କରି ସାରା ଦୁନିଆର ଆର୍ଥିକ ବ୍ୟବସ୍ଥା ଦୋହଲିଯାଇଛି। ଚୀନ ଓ ଆମେରିକା ମଧ୍ୟରେ ବେପାରବାଣିଜ୍ୟକୁ ନେଇ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ତାଙ୍କ ଭବିଷ୍ୟବାଣୀ ଅନୁସାରେ ୨୦୨୦ ମସିହାରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ଉଦ୍ୟମ ହେବ। ଏଥିସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କର ମଧ୍ୟ ବଡ଼ କ୍ଷତି ଘଟିବ।

ଭବିଷ୍ୟବାଣୀରେ କୁହାଯାଇଥିଲା ଯେ ୨୦୨୦ ମସିହା ବେଳକୁ ଲୋକମାନେ ପୁଣିଥରେ ଆଧ୍ୟାତ୍ମିକ ଚିନ୍ତା ଚେତନ ଆଡ଼କୁ ଢଳିବେ।

ନୋସ୍‌ଟ୍ରାଦମସ୍‌ଙ୍କ ଅନୁସାରେ ୨୦୨୦ରେ ତୃତୀୟ ବିଶ୍ୱଯୁଦ୍ଧ ହେବାର ମଧ୍ୟ ସମ୍ଭାବନା ରହିଛି। ତାଙ୍କ ଭବିଷ୍ୟବାଣୀକୁ ସତ ମାନିବାର ଆଉ ଏକ କାରଣ ହେଉଛି ୨୦୨୦ରେ ଆମେରିକା ଏସିଆର ସବୁଠାରୁ ବଡ଼ ସୈନ୍ୟ ଅଭ୍ୟାସ ଆରମ୍ଭ କରିବାକୁ ଯାଉଛି।

ନୋସ୍‌ଟ୍ରାଦମସ୍‌ ୨୦୨୦କୁ ଏକ ହିଂସ୍ରାତ୍ମକ ବର୍ଷ ହେବ ବୋଲି କହିଛନ୍ତି। ବର୍ତ୍ତମାନ ଭାରତ ବ୍ୟତୀତ ଫ୍ରାନ୍ସ ସମେତ ମଧ୍ୟ-ପୂର୍ବର ଅଧିକାଂଶ ଦେଶରେ ମଧ୍ୟ ହିଂସା ପ୍ରଦର୍ଶନ କରାଯାଉଛି।

ଏଣୁ ଭବିଷ୍ୟବାଣୀ ସତ ହେବ ବୋଲି ଆଶଙ୍କା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.