Below header

ସ୍ୟାଟଲାଇଟ ଟେକ୍ନୋଲୋଜି ଉପରେ କାମ କରିବାକୁ ଯାଉଛି ଆପଲ, ଏବେ ୟୁଜର୍ସଙ୍କୁ ମିଳିପାରେ ଫ୍ରି ଇଣ୍ଟରନେଟ

ଟେକ୍ନୋଲୋଜୀର ପ୍ରସିଦ୍ଧ କମ୍ପାନୀ ଆପଲ ସ୍ୟାଟଲାଇଟ ଟେକ୍ନୋଲୋଜି ଉପରେ କାମ କରିବା ଆରମ୍ଭ କରିଦେଇଛି । ଏକ ରିପୋର୍ଟ ଅନୁଯାୟୀ କମ୍ପାନୀ ଏହି କାରଣରୁ ଅନେକ ଏୟାରସ୍ପେସ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେଇଛି । ଆପଲର ସ୍ୟାଟଲାଇଟ ଟେକ୍ନୋଲୋଜି ଟିମରେ ସ୍ୟାଟଲାଇଟ ଏବଂ ଆଣ୍ଟିନା ଡିଜାଇନର୍ସ ମଧ୍ୟ ସାମିଲ ଅଛନ୍ତି ।

 

Image result for apple-reportedly-developing-satellite-technology

ସୂଚନା ଅନୁଯାୟୀ ଆପଲର ସ୍ୟାଟଲାଇଟ ପ୍ରୋଜେକ୍ଟ ବର୍ତ୍ତମାନ ପ୍ରାରମ୍ଭିକ ସ୍ତରରେ ଅଛି ଯାହାକୁ ଅତ୍ୟନ୍ତ ପ୍ରାଇଭେସି ସହିତ ରଖାଯାଇଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ଏହା ଆପଲର ଏକ ସିକ୍ରେଟ ପ୍ରୋଜେକ୍ଟ ଅଟେ । ଆପଲର ଏହି ସ୍ୟାଟଲାଇଟ ଟେକ୍ନୋଲୋଜିର ବ୍ୟବହାରକାରୀ ୟୁଜର୍ସ ଜଣେ ଅନ୍ୟଜଣକ ସହିତ ବିନା ଡାଟାକେବୁଲରେ ହାଇ ସ୍ପିଡରେ ଡାଟା ସେୟାର କରିପାରିବେ । ଏପରିସ୍ଥଳେ ଆପଲର ଡାଟା ସେୟାରିଂ ପାଇଁ କୌଣସି ଥାର୍ଡ଼ ପାର୍ଟି ନେଟୱାର୍କ ଉପରେ ନିର୍ଭର କରିବାକୁ ପଡିବ ନାହିଁ ।

 

Image result for apple-reportedly-developing-satellite-technology

ସୂଚନା ଅନୁଯାୟୀ ଆପଲ ସମ୍ପୂର୍ଣ୍ଣ ଭାବେ କୌଣସି ସ୍ୟାଟଲାଇଟ ଉପରେ କାମ କରୁନାହିଁ ବରଂ ଏହା ଏକ ଏପରି ଟ୍ରାନ୍ସମିଶନ ଡିଭାଇସକୁ ପ୍ରସ୍ତୁତ କରିବାକୁ ଯାଉଛି ଯାହାଦ୍ୱାରା ଅତି ସହଜରେ ଡାଟା ସେୟାର କରାଯାଇପାରିବ । ଏହି ଟେକନିକ ଦ୍ୱାରା ଆପଲ ଡିଭାଇସରେ କୌଣସି ସ୍ଥାନକୁ ଡାଟା ଟ୍ରାନ୍ସଫର କରାଯାଇପାରିବ । ଏହାସହିତ ଆପଲର ଏହି ସ୍ୟାଟଲାଇଟ ଟେକନିକ ଦ୍ୱାରା ସଠିକ ଲୋକେସନର ମଧ୍ୟ ସୂଚନା ମିଳିବ ।

Image result for apple-reportedly-developing-satellite-technology

କୁହାଯାଉଛି ଆପଲ ସ୍ୟାଟଲାଇଟ ଇଣ୍ଡଷ୍ଟ୍ରିର ଅନେକ ଖ୍ୟାତନାମା ଲୋକଙ୍କୁ ନେଇ ଏହି ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛି । ଗୁଗଲର ସ୍ୟାଟଲାଇଟ ଓ ସ୍ପେସକ୍ରାଫ୍ଟ ଟିମର ଲିଡର ଏହାକୁ ଲିଡ କରୁଛନ୍ତି । ଆପଲର ଏହି ଟେକ୍ନୋଲୋଜୀର ଲକ୍ଷ୍ୟ ଅନ୍ତରୀକ୍ଷରୁ ସିଧାସଳଖ ଭାବେ ଡାଟା ନେଟୱାର୍କ ଉପଲବ୍ଧ କରାଇବା । ଯଦିଓ ଆପଲ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ସୂଚନା ଦେଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.