ଅସୁସ୍ଥ ବାଘକୁ ବାନ୍ଧିଲେ, ଗାଁରେ କୁକୁର ପରି ଚଲାଇଲେ, ମଧ୍ୟପ୍ରଦେଶର ଏହି ଭିଡ଼ିଓ ଏବେ ଖୁବ ଭାଇରାଲ ହେଉଛି

ଚିକିତ୍ସା କରାଇବା ବଦଳରେ ବାଘକୁ ଚଲାଇ ଚଲାଇ ନେଇଥିଲେ ସ୍ଥାନୀୟ ଲୋକ । ତା’ ସହିତ ଅସୁସ୍ଥ ଚିତାବାଘଟି ଉପରେ ବସିବାକୁ ମଧ୍ୟ ଉଦ୍ୟମ କରିଥିଲେ । ପରେ ଚିତା ବାଘର ଖବର ଶୁଣି ସେଠି ରେସ୍କ୍ୟୁ ଟିମ୍ ପହଞ୍ଚିଥିଲା । ଉଜ୍ଜୟିନୀରୁ ଏକ ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଚିତାବାଘଟିକୁ ଉଦ୍ଧାର କରିଥିଲା । ପରେ ତାକୁ ସୁରକ୍ଷିତ ଭାବେ ରଖିବା ସହ ତାର ଚିକିତ୍ସା କରାଇଥିଲା । କିନ୍ତୁ ପରେ ତାର ମୃତ୍ୟୁ ହୋଇଥିଲା ବୋଲି ଜଣାପଡିଛି ।

ଆରେ ଏ କଣ? ବାଘକୁ ଦୂରରୁ ଦେଖି ଯେଉଁଠି ଲୋକମାନେ ଡରିଯାନ୍ତି, ଏଠି କିନ୍ତୁ କଣ ଚିତ୍ର ପୁରା ଅଲଗା । ଡର ନାହିଁ କି ଭୟ ନାହିଁ, ଏ ବାଘକୁ ଲୋକମନେ ନିଜ ସାଥିରେ ଏମିତି ଚଲାଉଛନ୍ତି ଯେମିତି ଏହା ପୋଷା..କିନ୍ତୁ ଏ ଦୃଶ୍ୟରେ ଆମେ ଅଲଗା କିଛି ଲକ୍ଷ୍ୟ କଲୁ… ହିଂସ୍ର ଜନ୍ତୁ ହେଲେ ସୁଦ୍ଧା ସେ ଏକ ପଶୁ । କିନ୍ତୁ ଏ ମଣିଷ ମାନେ ନିଜର ମାନବିକତା ହରାଇ, ତାକୁ କୁକୁର ଭଲି ଭିଡି ଭିଡି ନେଉଛନ୍ତି । ଆଉ ଏତେ ସବୁ କରିବା ପଛରେ ଯୋଉ ସାହସ ରହିଛି, ତାହା ପ୍ରକୃତରେ ଲୋକଙ୍କ ହୀନ ମାନସିକତା କୁ ଦର୍ଶାଉଛି । କାରଣ ଗୋଟିଏ ଅସୁସ୍ଥ ଚିତାବାଘକୁ ବାନ୍ଧି ରାସ୍ତାରେ ଚଲାଇ ଚଲାଇ କିଛି ଲୋକେ ନେଉଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାର ଲାଗିଛି । ବାଘ ଟି ଅସୁସ୍ଥ ହୋଇଥିବାରୁ ଏ ମଣିଷ ମାନଙ୍କର ଏତେ ସାହସ ହେଉଛି ଏଭଳି କାଣ୍ଡ ଘଟାଇବାକୁ.. ନଚେତ ଭୟରେ ନିଜ ଜୀବନକୁ ବଞ୍ଚାଇବା ପାଇଁ କେଉଁଠି ଯାଇ ଲୁଚିଥାନ୍ତେ..

ଆପଣ ନିଜେ ଥରେ ଏସବୁ ଦୃଶ୍ୟକୁ ଦେଖନ୍ତୁ , କଣ ଲାଗୁଚି ଆପଣଙ୍କୁ , ଗୋଟିଏ ଅସୁସ୍ଥ ପ୍ରାଣୀକୁ ନିଜ ଇଶାରାରେ ଚଳାଇ ନିଜକୁ ବହୁତ ବଡ ମାନିବା କେତେ ଦୂର ଠିକ, ଠିକ ମଣିଷପଣିଆ ଥିଲେ ଏସବୁ ଲୋକ ସେଇ ଅସୁସ୍ଥ ଚିତା ବାଘକୁ ନେଇ ଚିକିତ୍ସା କରିଥାନ୍ତେ.. କିନ୍ତୁ ମାନବିକତା ଭୁଲି ତାକୁ ନିଜ ଇଚ୍ଛାରେ ବୁଲାଇଛନ୍ତି । ଖାଲି ସେତିକି ନୁହେଁ, ଚିତାବାଘ ସହ ଲୋକମାନେ ସେଲଫି ମଧ୍ୟ ନେଉଛନ୍ତି । ଯେଉଁ ଚିତାବାଘ କୁ ଦୂରରେ ଦେଖି ମଣିଷର ହୃଦୟ ଥରି ଉଠେ ସେହି ମଣିଷ ଆଜି ତା’ର ଅସୁସ୍ଥତାର ଫାଇଦା ଉଠାଉଛି । ନିଜର ମଣିଷପଣିଆକୁ ଦେଖାଇ ଚିତାବାଘଟିକୁ ଚିକିତ୍ସା କରାଇବ କ’ଣ ଓଲଟା ତା’କୁ ଚଲାଇ ଚଲାଇ ମଜା ନେଉଛି ।

ଏଭିଡ଼ିଓ କୁ ଦେଖି ଅନେକ ନାପସନ୍ଦ କରିଛନ୍ତି । ଏ ଲୋକମାନଙ୍କୁ ଅନେକ ଗାଳି ମଧ୍ୟ କରିଛନ୍ତି । ଏ ଭିଡ଼ିଓଟି ଚଳିତ ମାସର..ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଥିବା ଏ ଘଟଣା ଖୁବ ଭାଇରଲ ହେଉଛି ।ଅପରାହ୍ନ ସମୟରେ ସୋନକାଚର କାଳୀ ସିନ୍ଧ ନଦୀ କୂଳରେ ଚିତାବାଘଟି କୌଣସି କାରଣରୁ ନିସ୍ତେଜ ହୋଇ ପଡ଼ିରହିଥିଲା । ସତେ ଯେମିତି ତା’ ଶରୀରରେ କୌଣସି ଶକ୍ତି ନଥିଲା କି ଠିକ୍‌ରେ ମଧ୍ୟ ଚାଲି ବି ପାରୁନଥିଲା । ସେହି ସମୟରେ ଚିତାବାଘଟିକୁ ସ୍ଥାନୀୟ ଅଞ୍ଚଳର କିଛି ଲୋକେ ଦେଖିଥିଲେ । ତା’କୁ ବଞ୍ଚାଇବାକୁ ପ୍ରୟାସ କରିବା ବଦଳରେ ଓଲଟି ତା’ ସହ ମନୋରଞ୍ଜନ କରିଥିଲେ ।

ଚିକିତ୍ସା କରାଇବା ବଦଳରେ ବାଘକୁ ଚଲାଇ ଚଲାଇ ନେଇଥିଲେ ସ୍ଥାନୀୟ ଲୋକ । ତା’ ସହିତ ଅସୁସ୍ଥ ଚିତାବାଘଟି ଉପରେ ବସିବାକୁ ମଧ୍ୟ ଉଦ୍ୟମ କରିଥିଲେ । ପରେ ଚିତା ବାଘର ଖବର ଶୁଣି ସେଠି ରେସ୍କ୍ୟୁ ଟିମ୍ ପହଞ୍ଚିଥିଲା । ଉଜ୍ଜୟିନୀରୁ ଏକ ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଚିତାବାଘଟିକୁ ଉଦ୍ଧାର କରିଥିଲା । ପରେ ତାକୁ ସୁରକ୍ଷିତ ଭାବେ ରଖିବା ସହ ତାର ଚିକିତ୍ସା କରାଇଥିଲା । କିନ୍ତୁ ପରେ ତାର ମୃତ୍ୟୁ ହୋଇଥିଲା ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.