ମାତା ପାର୍ବତୀଙ୍କ ଦ୍ୱାରା ଲଗାଯାଇଥିବା ବୃକ୍ଷ ଆଜି ବି ରହିଛି ସୁରକ୍ଷିତ, ଜାଣନ୍ତୁ କେଉଁଠି

ମାତା ପାର୍ବତୀ ଭିନ୍ନ ଭିନ୍ନ ସ୍ଥାନରେ ଅନେକ ବୃକ୍ଷ ଲଗାଇଛନ୍ତି, ଯାହା ମଧ୍ୟରେ ଆଜି କିଛି ବୃକ୍ଷ ସୁରକ୍ଷିତ ରହିଛି। ତେବେ ଆସନ୍ତୁ ଜାଣିବା ସେସବୁ ବୃକ୍ଷ ମଧ୍ୟରୁ ସୁରକ୍ଷିତ ଥିବା ଏକ ବୃକ୍ଷ ବିଷୟରେ। କୁହାଯାଇଥାଏ ମାତା ପାର୍ବତୀ ଉଜ୍ଜୟିନୀର କ୍ଷିପ୍ରା ତଟ୍ଟରେ ଏକ ବରଗଛ ଲଗାଇଥିଲେ, ଯାହାକୁ ସିଦ୍ଧ ବଟ କୁହାଯାଉଛି। ସ୍କନ୍ଦ ପୁରାଣ ଅନୁଯାୟୀ ମାତା ପାର୍ବତୀଙ୍କ ଦ୍ୱାରା ଲଗାଯାଇଥିବା ଏହି ବୃକ୍ଷକୁ ଭଗବାନ ଶଙ୍କରଙ୍କ ରୂପରେ ପୂଜା କରାଯାଇଥାଏ। ଉଜ୍ଜୟିନୀର ଭୈରବଗଢର ପୂର୍ବରେ ସିପ୍ରା ତଟରେ ପ୍ରାଚୀନ ସିଦ୍ଧବଟ ରହିଛି। ଏହା ଶକ୍ତିଭେଦ ତୀର୍ଥକ୍ଷେତ୍ର ନାଁରେ ମଧ୍ୟ ଜଣାଶୁଣା।

sidhhivatହିନ୍ଦୁ ମାନ୍ୟତା ଅନୁଯାୟୀ ଏହି ୪ଟି ପ୍ରାଚୀନ ବଟ ବୃକ୍ଷ ମଧ୍ୟରେ ଏହା ଏକ ବୃକ୍ଷ। ସଂସାରରେ କେବଳ ୪ଟି ପବିତ୍ର ବଟ ବୃକ୍ଷ ରହିଛି। ତାହା ହେଉଛି ପ୍ରୟାଗ (ଆଲ୍ହାବାଦ)ରେ ଅକ୍ଷୟବଟ, ମଥୁରା-ବୃନ୍ଦାବନରେ ବଂଶୀବଟ, ଗୟାରେ ଗୟାବଟ ଯାହାକୁ ବୌଦ୍ଧବଟ ମଧ୍ୟ କୁହାଯାଇଥାଏ ଏବଂ ଉଜ୍ଜୟିନୀରେ ପବିତ୍ର ସିଦ୍ଧବଟ ରହିଛି। ନାସିକ୍‌ ର ପଞ୍ଚବଟି କ୍ଷେତ୍ରରେ ମାତା ସତାଙ୍କ ଗୁମ୍ଫା ନିକଟରେ ୫ଟି ପ୍ରାଚୀନ ବଞକ୍ଷ ରହିଛି, ଯାହା ପଞ୍ଚବଟ ନାଁରେ ଜଣାଶୁଣା। ଉଲ୍ଲେଖ ରହିଛି ବନବାସ ସମୟରେ ରାମ,ଲକ୍ଷ୍ମଣ ଏବଂ ମାତା ସୀତା ଏଠାରେ କିଛି ସମୟ ବିତାଇଥିଲେ।
ମୋଗଲ ସମୟରେ ଏହି ସମସ୍ତ ବୃକ୍ଷକୁ ବିନାଶ କରିବା ପାଇଁ ଅନେକ ପ୍ରୟାସ କରାଯାଇଥିଲା। କୁହାଯାଇଥାଏ ପାର୍ବତୀ ପୁତ୍ର କାର୍ତ୍ତିକଙ୍କୁ ସିଦ୍ଧବଟ ସ୍ଥାନରେ ହିଁ ସେନାପତି ଭାବେ ନିଯୁକ୍ତ କରାଯାଇଥିଲା। ସେଠାରେ ହିଁ କାର୍ତ୍ତିକ ତାରକାସୁରକୁ ବଧ କରିଥିଲେ। ଏଠାରେ ୩ପ୍ରକାର ସିଦ୍ଧି ହୋଇଥାଏ, ତାହା ହେଉଛି ସଂତତି, ସମ୍ପ୍ରତ୍ତି ଏବଂ ସମୃଦ୍ଧି। ଏହି ତିନଟି ଜିନିଷ ପ୍ରାପ୍ତି ପାଇଁ ଏଠାରେ ପୂଜା କରାଯାଇଥାଏ। କୁହାଯାଇଥାଏ ଏହି ବୃକ୍ଷ ତିନି ପ୍ରକାର ସିଦ୍ଧି ଦେଉଥିବାରୁ ଏହାକୁ ସିଦ୍ଧିବଟ କୁହାଯାଇଥାଏ।

siddhavatଏଠାରେ ନାଗାବଳି, ନାରାୟଣ ବଳି-ବିଧାନର ବିଶେଷ ମହତ୍ତ୍ୱ ରହିଛି। ଏଠାରେ କାଳସର୍ପ ଶାନ୍ତିର ମଧ୍ୟ ବିଶେଷ ମହତ୍ତ୍ୱ ରହିଥିବାରୁ କାଳସର୍ପ ଦୋଷର ମଧ୍ୟ ପୂଜା କରାଯାଇଥାଏ। ବର୍ତ୍ତମାନ ଏହି ସିଦ୍ଧବଟକୁ କର୍ମକାଣ୍ଡ, ମୋକ୍ଷକର୍ମ, ପିଣ୍ଡଦାନ,କାଳସର୍ପ ଦୋଷ ପୂଜା ଏବଂ ଅନ୍ତେଷ୍ଟି ପାଇଁ ପ୍ରମୁଖ ସ୍ଥାନ କୁହାଯାଉଛି।

You might also like