ଏଠି ପରିବା ମଣ୍ଡି ଭଳି ଲାଗିଥାଏ ସ୍ମାର୍ଟଫୋନ ମାର୍କେଟ, ପରିବା ଦାମରେ ବି ମିଳିଥାଏ ଫୋନ

ଆଜିକାଲି ସମସ୍ତେ ସ୍ମାର୍ଟଫୋନ ଧରି ବୁଲୁଛନ୍ତି। ଛୋଟ ଛୋଟ ପିଲାଙ୍କ ହାତରେ ବି ମୋବାଇଲ ଫୋନ। ଯଦି ଆମେ ସ୍ମାର୍ଟଫୋନ କିଣିବାକୁ ଚାହୁଁ, ତା’ହେଲେ କୌଣସି ଏକ ମୋବାଇଲ ଦୋକାନକୁ ଯାଉ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଜାଗା ବିଷୟରେ କହିବୁ, ଯେଉଁଠି ପରିବା ହାଟ ଭଳି ସ୍ମାର୍ଟଫୋନ ହାଟ ବି ଲାଗିଥାଏ।

market2

କେବଳ ଏତିକି ନୁହେଁ, ଏହାର ଦାମ ବି ପରିବା ଭଳି ରହିଥାଏ। ଏହି ମାର୍କେଟ ରହିଛି ବାଂଲାଦେଶରେ। ବାଂଲାଦେଶର ମୁଦ୍ରା ହେଉଛି ‘ଟକା’ ଏବଂ ସେଠାରେ ବେସିକ ଫୋନ ପାଖାପାଖି ୧୦୦ ଟକାରେ ମିଳିଯିବ, ଯାହାର ଭାରତୀୟ ଦାମ ମାତ୍ର ୮୪ ଟଙ୍କା। ବାଂଲାଦେଶରେ ଲାଗୁଥିବା ଏହି ସ୍ମାର୍ଟଫୋନ ହାଟରେ ମୋବାଇଲ ସହିତ ମୋବାଇଲ ଆକସେସରିଜ ମଧ୍ୟ ମିଳିଥାଏ, ଯେପରି ବ୍ୟାଟେରୀ, ହେଡଫୋନ, ଚାର୍ଜର, କଭର ଆଦି ସାମଗ୍ରୀ। ଏ ସବୁର ମୂଲ୍ୟ ବହୁତ ଶସ୍ତା।

market4

ଅଧିକାଂଶ ଆଇଟମ ମେଡ ଇନ ଚାଇନାର ହୋଇଥାଏ। ଏଠାରେ ବଡ଼ ବ୍ରାଣ୍ଡର ସ୍ମାର୍ଟଫୋନ ବି କମ ଦାମରେ ମିଳିଥାଏ। ଖାସ କଥା ହେଉଛି, ଏଠି ବିକ୍ରି ହେଉଥିବା ସ୍ମାର୍ଟଫୋନଗୁଡ଼ିକ ଚୋରି ନଚେତ ପୁରୁଣା ହୋଇଥାଏ। ଏହାଛଡା ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମଧ୍ୟ ଶସ୍ତା ମୂଲ୍ୟରେ ବିକ୍ରି ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.