ଶିଶୁକନ୍ୟା ଅପହରଣ ଅଭିଯୋଗରେ ଯୁବକକୁ ନିସ୍ତୁକ ମାଡ଼, ଯାଜପୁର କୋରେଇ ଅଞ୍ଚଳରେ ଉତ୍ତେଜନା

ଯାଜପୁର ରୋଡ ( କେ ନ୍ୟୁଜ) : ପିଲା ଚୋରିର ଭୟ ଏବେ ସାରା ରାଜ୍ୟରେ ଆତଙ୍କ ଖେଳାଇଛି । ଏଭଳି ସ୍ଥିତିରେ ଆଜି ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ମକୁନ୍ଦପୁର ଗାଁରେ ଜଣେ ନାବାଳିକାକୁ ଅପହରଣ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବର୍ତ୍ତମାନ ସେଠାରେ ଭୀଷଣ ଉତ୍ତେଜନା ସୃଷ୍ଟି ହୋଇଛି । ଲୋକେ ନିଆଁ ଜାଳି ରାସ୍ତା ଅବରୋଧ କରିବା ସହ ପୋଲିସ୍‌କୁ ପୂରାଇ ଦେଉ ନାହାନ୍ତି ।

ଯାହା ସୂଚନା ମିଳିଛି, ମୁକୁନ୍ଦପୁର ଗାଁ ବେହେରା ସାହିର ପଦ୍ମନାଭ ସେଠୀଙ୍କ ସାତ ବର୍ଷର ଝିଅକୁ ସେହି ଗ୍ରାମର ଜଣେ ଅସାମାଜିକ ଯୁବକ ଚନ୍ଦ୍ରମଣି (ଚନ୍ଦୁଲୁ) ଖରାପ ଉଦ୍ଦେଶ୍ଯ ରଖି ଅପହରଣ କରି ନେବାକୁ ଚେଷ୍ଟା କରୁଥିଲା । ସେ କିଛି ଖାଦ୍ୟ ଲୋଭ ଦେଖାଇ କୁଆଡେ ଝିଅଟିକୁ ଡାକି ନେଇଥିଲା । ଝିଅକୁ ଅନେକ ସମୟ ଯାଏ ନପାଇ ପରିବାର ଲୋକେ ଗ୍ରାମବାସୀଙ୍କ ସହ ଖୋଜାଖୋଜି କରିଥିଲେ । ଆଉ ଏକ ନିକାଞ୍ଚନ ଜାଗାରୁ ଅଭିଯୁକ୍ତ ସହ ପିଲାଟିକୁ ପାଇଥିଲେ ।
ଗାଁ ଲୋକେ ଚନ୍ଦୁକୁ ନିସ୍ତୁକ ମାଡ଼ ମାରିବା ପରେ ପୋଲିସ୍‌କୁ ହସ୍ତାନ୍ତର କରିଛନ୍ତି । କୋରେଇ ପୋଲିସ ଘଟଣାର ତଦନ୍ତ କରୁଛି । ତେବେ ଅଭିଯୁକ୍ତ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଲୋକେ ନିଆଁ ଜାଳି ରାସ୍ତା ଅବରୋଧ କରିଛନ୍ତି । ପୋଲିସ୍‌ ସେମାନଙ୍କୁ ବୁଝାଶୁଝା କରୁଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.