ନିମିଷକେ ବିରାଟକାୟ ସାପକୁ ଖାଇଗଲା କୁମ୍ଭୀର, ଭାଇରାଲ ହେଉଛି ଭିଡିଓ, ଥରେ ଦେଖନ୍ତୁ ତ

ସାପ ଦେଖିଲେ କିଏ ବା ନ ଡରେ । ଏମିତି ହୁଏତ ମଣିଷଙ୍କ ସହିତ ହିଁ ହୋଇଥାଏ । ଜଙ୍ଗଲୀ ଜୀବଜନ୍ତୁଙ୍କ କ୍ଷେତ୍ରରେ କିନ୍ତୁ କିଛି ଭିନ୍ନ ହୋଇଥାଏ । ହୁଏତ ମଣିଷ ପରି କିଛି ପ୍ରାଣୀଙ୍କ ପାଇଁ ସାପ କ୍ଷତିକାରକ ହୋଇପାରେ । କିନ୍ତୁ ଜଙ୍ଗଲୀ ଜୀବଜନ୍ତୁ ମାନେ ହୁଏତ ସାପକୁ ଦେଖି ସେତେଟା ଭୟ କରନ୍ତି ନାହିଁ । ସେମାନେ ସାପର ସାଙ୍ଗ ପାଲଟିଯାନ୍ତି । ସାପ ସେମାନଙ୍କ ପାଇଁ ଶିକାର ସଦୃଶ ହୋଇଥିବ । ପାଣିର ଚିତା ଭାବେ ଜଣା କୁମ୍ଭୀର ଅନେକ ଥର ଏମିତି ଶିକାର କରିଥାଏ ଯାହା ଅନ୍ୟ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ । ଏହି ଭିଡିଓଟିରେ ବି କୁମ୍ଭୀରଟି ଏକ ବିରାଟ କାୟ ସାପ ଉପରେ ଆଟାକ କରି ବସୁଛି । ଆଉ ତାହା ପରେ ଯାହା ଘଟିଛି ସେମିତି ଦୃଶ୍ୟ ଆପଣ ହୁଏତ ଆଗରୁ କେବେ ଦେଖିନଥିବେ । ଆଉ ଆଜି ଏହି ଭିଡିଓଟିକୁ ଦେଖି ହୁଏତ ଆପଣ ଚିନ୍ତାରେ ପଡିଯିବେ । କାହିଁକି ଜାଣନ୍ତି କାହିଁକି ନା ଏଠି କୁମ୍ଭୀରଟି ଏକ ବିରାଟକାୟ ସାପକୁ ମାଡି ବସୁଛି । ଆଉ ତାହା ପରେ ଯାହା ଘଟୁଛି ତାହା ଆପଣ ହୁଏତ ଭିଡିଓ ଦେଖି ଜାଣିପାରିବେ ।

ଏହି ଭିଡିଓଟିକୁ ଟ୍ୱିଟର ପେଜରେ @wildcapturd ନାମକ ବ୍ୟକ୍ତି ସେୟାର କରିଛନ୍ତି । ଭିଡିଓରେ ଆପଣ ଦେଖିପାରିବେ ଏକ ବଡ କୁମ୍ଭୀର ଆରାମରେ ଶୋଇ ରହିଛି । ଆଉ କିଛି ସମୟ ପରେ କୁମ୍ଭୀରଟି ସାପକୁ ଫଲୋ କରି କରି ଯାଉଛି । ସାପକୁ ଜମା ବି ଜଣାପଡିଲା ନାହିଁ କୁମ୍ଭୀର ତା ଉପରେ ଅତର୍କିତ ଆକ୍ରମଣ କରିଦେଲା । ଆକ୍ରମଣ ଏମିତି ତତକ୍ଷଣାତ ଓ ଜବରଦସ୍ତ ଭାବେ ହେଉଛିଯେ ସାପକୁ ସମ୍ଭାଳିବା ପାଇଁ ଟିକେ ହେଲେ ବି ସମୟ ମିଳୁନାହିଁ । ୨୨ ସେକେଣ୍ଡର ଏହି ଭିଡିଓରେ କୁମ୍ଭୀର ଏତେ ଶୀଘ୍ର ସାପକୁ ଖାଇ ଦେଉଛିଯେ କିଛି ଚିନ୍ତା କରିବାକୁ ମୌକା ବି ମିଳୁନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.