କାହିଁକି ସାପ ବିଷ ଦ୍ୱାରା ନେଉଳ ପ୍ରଭାବିତ ହୁଏ ନାହିଁ ? ଜାଣନ୍ତୁ ବୈଜ୍ଞାନିକଙ୍କ ମତ

ଆପଣ ଗାଁ ପରିବେଶରେ ବସବାସ କରିଥିବେ, ତେବେ ଆପଣ ସାପ ଏବଂ ନେଉଳ ମଧ୍ୟରେ ଲଢେଇକୁ ଭଲ ଭାବରେ ଜାଣିଥିବେ । କାରଣ ନେଉଳ ଏବଂ ସାପ ପରସ୍ପରର ବଡ଼ ଶତ୍ରୁ ହୋଇଥାନ୍ତି ବୋଲି କୁହାଯାଏ । କିନ୍ତୁ ଆପଣ କେବେ ଏହାକୁ ଚିନ୍ତା କରିଛନ୍ତି କି ଯେତେବେଳେ ସାପର ବିଷ ଏତେ ବିପଜ୍ଜନକ, ତେବେ ନେଉଳ ଉପରେ କାହିଁକି ଏହାର ପ୍ରଭାବ ପଡେ ନାହିଁ ।

ସାପ ଦୁନିଆର ସବୁଠାରୁ ବିଷାକ୍ତ ପ୍ରାଣୀ ବୋଲି ବିବେଚନା କରାଯାଏ । ଯଦି ଆପଣ ଗାଁ ପରିବେଶରେ ବସବାସ କରିଥିବେ, ତେବେ ଆପଣ ସାପ ଏବଂ ନେଉଳ ମଧ୍ୟରେ ଲଢେଇକୁ ଭଲ ଭାବରେ ଜାଣିଥିବେ । କାରଣ ନେଉଳ ଏବଂ ସାପ ପରସ୍ପରର ବଡ଼ ଶତ୍ରୁ ହୋଇଥାନ୍ତି ବୋଲି କୁହାଯାଏ । କିନ୍ତୁ ଆପଣ କେବେ ଏହାକୁ ଚିନ୍ତା କରିଛନ୍ତି କି ଯେତେବେଳେ ସାପର ବିଷ ଏତେ ବିପଜ୍ଜନକ, ତେବେ ନେଉଳ ଉପରେ କାହିଁକି ଏହାର ପ୍ରଭାବ ପଡେ ନାହିଁ ? ସେଥିପାଇଁ ଆଜି ଆମେ ଆପଣଙ୍କୁ ଏହାକୁ ନେଇ କିଛି ବିଶେଷ କଥା କହିବୁ, ଯେ କାହିଁକି ସାପର ବିଷ ନେଉଳ ଉପରେ କୌଣସି ପ୍ରକାରର ପ୍ରଭାବ ପକାଏ ନାହିଁ ।

ସୂଚନା ଅନୁସାରେ, ସାପମାନେ ନେଉଳର ଛୁଆଙ୍କୁ ଖାଇଥାନ୍ତି । କିନ୍ତୁ ବଡ଼ ନେଉଳଙ୍କ ଠାରୁ ସାପ ଭୟ କରିଥାନ୍ତି । କାରଣ ନେଉଳ ସାପକୁ ଧରି ମାରିବାରେ ସକ୍ଷମ ହୋଇଥାନ୍ତି । ବାସ୍ତବରେ ନେଉଳଙ୍କ ଶରୀରରେ ଆସେଟିଲକୋଲିନ୍ ଥାଏ । ତେବେ ଏହା ଏକ ନ୍ୟୁରୋଟ୍ରାନ୍ସମିଟର ହୋଇଥାଏ, ଯାହା ସେମାନଙ୍କ ମସ୍ତିଷ୍କରେ ଥାଏ । ଏହା ରକ୍ତରେ ମିଶିଥିବା ବିଷର ନ୍ୟୁରୋଟକ୍ସିକ୍ ପ୍ରଭାବକୁ କମ୍‌ କରିଥାଏ । ଏହି କାରଣରୁ ସାପ ବିଷରୁ ନେଉଳ ମରନ୍ତି ନାହିଁ ।

ସାପ ଏବଂ ନେଉଳ ମଧ୍ୟରେ ଶତ୍ରୁତା କାହିଁକି ହୋଇଥାଏ ?
ସୂଚନା ଅନୁଯାୟୀ, ନେଉଳ ଏବଂ ସାପ ମଧ୍ୟରେ ଶତ୍ରୁତା ସ୍ୱଭାବିକ ଭାବରେ ହୋଇଥାଏ । କୁହାଯାଏ ସାପ କେବଳ ନେଉଳ ପାଇଁ ଖାଦ୍ୟ ହୋଇଥାଏ । ସେମାନେ କେବଳ ନିଜର ଖାଦ୍ୟ ପାଇଁ ସାପର ଶିକାର କରନ୍ତି । କିନ୍ତୁ ଏପରି କୁହାଯାଏ ଯେ ନେଉଳ ପ୍ରଥମେ କେବେ ହେଲେ ସାପକୁ ଆଟାକ୍‌ କରନ୍ତି ନାହିଁ, ସେମାନେ କେବଳ ନିଜକୁ କିମ୍ବା ପିଲାମାନଙ୍କୁ ସାପର ଆକ୍ରମଣରୁ ରକ୍ଷା କରିବା ପାଇଁ ଆକ୍ରମଣ କରନ୍ତି । ତେବେ ଇଣ୍ଡିଆନ୍ ଗ୍ରେ ମୁଙ୍ଗୁସ୍ ଅର୍ଥାତ୍ ନେଉଳ ସବୁଠାରୁ ବିପଜ୍ଜନକ ସ୍ନେକ୍‌ କିଲର ଅର୍ଥାତ୍ ସାପର ଶତ୍ରୁ ଭାବରେ ବିବେଚନା କରାଯାଏ । ତେବେ ଏହା କିଙ୍ଗ୍‌ କୋବ୍ରାକୁ ମଧ୍ୟ ମାରିବାରେ ସକ୍ଷମ ହୋଇଥାଏ । ପୂରା ବିଶ୍ୱରେ ଅନେକ ପ୍ରଜାତିର ସାପ ଦେଖିବାକୁ ମିଳେ । ଏଥିମଧ୍ୟରୁ କେତେକ ଏତେ ବିଷାକ୍ତ ଯେ ସେମାନଙ୍କ ବିଷର ମାତ୍ର ଅଳ୍ପ ବୁନ୍ଦାରେ କୌଣସି ପ୍ରାଣୀ କିମ୍ବା ମଣିଷର ଜୀବନ ଚାଲିଯାଇପାରେ । କିନ୍ତୁ ଆସେଟିଲକୋଲିନ୍ ହେତୁ ସାପର ବିଷ ନେଉଳ ଉପରେ କୌଣସି ପ୍ରଭାବ ପକାଇବାକୁ ଦେଇନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.