ସୈନି ସରକାର ଫ୍ଲୋର୍‌ ଟେଷ୍ଟରେ ପାସ୍‌, ଜିତିଲେ ଆସ୍ଥା ଭୋଟ୍‌

ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି ପ୍ରଥମ ଚ୍ୟାଲେଞ୍ଜ ପାର୍‌ କରିଛନ୍ତି । ବିଜେପି ସରକାର ଫ୍ଲୋର୍‌ ଟେଷ୍ଟରେ ପାସ୍‌ ହୋଇଛି । ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି ସରକାର ।

ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି ପ୍ରଥମ ଚ୍ୟାଲେଞ୍ଜ ପାର୍‌ କରିଛନ୍ତି । ବିଜେପି ସରକାର ଫ୍ଲୋର୍‌ ଟେଷ୍ଟରେ ପାସ୍‌ ହୋଇଛି । ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି ସରକାର । ଫ୍ଲୋର୍‌ ଟେଷ୍ଟକୁ ନେଇ ବୁଧବାର ସକାଳ ୧୧ଟାରେ ବିଧାନସଭା ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ଏହି ସମୟରେ ଆସ୍ଥା ଭୋଟ୍‌ ଉପରେ ପ୍ରାୟ ତିନି ଘଣ୍ଟା ଧରି ଆଲୋଚନା ଚାଲିଥିଲା ।

ସିଏମ୍ ସୈନି ମଧ୍ୟ ଗୃହକୁ ସମ୍ବୋଧିତ କରିଥିଲେ । ଏହି ସମୟରେ ଦିନ ୨ଟାରେ ଆସ୍ଥା ପ୍ରସ୍ତାବ ସଂଖ୍ୟାଗରିଷ୍ଠତା ସହିତ ପାରିତ ହୋଇଥିଲା । ଗୃହର ପ୍ରକ୍ରିୟା ସମୟରେ ବିରୋଧୀମାନେ ଗୁପ୍ତ ଭୋଟ୍ ଦାବି କରିଥିଲେ । କିନ୍ତୁ ବାଚସ୍ପତି ଏହାକୁ ମନା କରି ଦେଇଥିଲେ ।

ଗୃହର ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ୫ ଜଣ ଜେଜେପି ବିଧାୟକ ଓ୍ଵାକ୍‌ଆଉଟ୍‌ କରିଥିଲେ । ଏହାପରେ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଆସ୍ଥା ଭୋଟ୍‌ର ସମର୍ଥନ ଏବଂ ବିରୋଧରେ ନିଜ ନିଜର ଭୋଟ୍‌ ଉପସ୍ଥାପନ କରିଥିଲେ । ଏହି ସମୟ ମଧ୍ୟରେ ମଝିରେ ମଝିରେ ହଙ୍ଗାମା ମଧ୍ୟ ହୋଇଥିଲା । ସିଏମ୍ ନାୟବ ସୈନିଙ୍କ ସମ୍ବୋଧିନ ସାଢ଼େ ୧ଟାରୁ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ସୈନି ପୂର୍ବତନ ସିଏମ୍‌ ମନୋହର ଲାଲ ଖଟ୍ଟରଙ୍କୁ ପ୍ରଶଂସା କରିଥିଲେ ।

୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ବିଜେପିର ୪୧ ବିଧାୟକ ଥିବା ବେଳେ କଂଗ୍ରେସର ୩୧ ଏବଂ ଜେଜେପିର ୧୦ ବିଧାୟକ ଅଛନ୍ତି । ରାଜ୍ୟରେ ବିଜେପି-ଜେଜେପି ମେଣ୍ଟ ଭାଙ୍ଗିବା ପରେ ୬ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ବିଜେପି ସରକାର ଗଢିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.