ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ NIA ର କାର୍ଯ୍ୟାନୁଷ୍ଠାନ, ଜଣେ ସନ୍ଦିଗ୍ଧ ଗିରଫ

NIA ବେଙ୍ଗାଲୁରୁ ରାମେଶ୍ୱରମ କାଫେରେ ମାର୍ଚ୍ଚ ୧ ତାରିଖରେ ହୋଇଥିବା ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ବିଷୟରେ ସୂଚନା ଦେବା ବ୍ୟକ୍ତିକୁ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା । ଅଭିଯୁକ୍ତର ଫଟୋ ମଧ୍ୟ X ରେଦେଇଥିଲା । ଏହି ମାମଲାରେ ବିଲୋରୀରୁ ଶବ୍ଦିର ନାମକ ଜଣେ ବ୍ୟକ୍ତି ଗିରଫ ହୋଇଛି ।

କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ସ୍ଥିତ ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଜଣକୁ ଗିରଫ କରିଛି ଏନଆଇଏ । ଏହି ମାମଲାରେ ବିଲୋରୀରୁ ଶବ୍ଦିର ନାମକ ଜଣେ ବ୍ୟକ୍ତି ଗିରଫ ହୋଇଛି । ଏବେ ତାଙ୍କୁ ପଚରାଉଚରା ଚାଲିଛି । ସିସିଟିଭି ଫୁଟେଜରେ ନଜର ଆସିଥିବା ବ୍ୟକ୍ତି ହେଉଛି ଶବ୍ଦର । ରାମେଶ୍ୱରମ କାଫେ ବିସ୍ଫୋରଣରେ ଅତିକମରେ ୧୦ ଜଣ ଆହତ ହୋଇଥିଲେ ।

ସୂଚନା ମୁତାବକ, NIA ବେଙ୍ଗାଲୁରୁ ରାମେଶ୍ୱରମ କାଫେରେ ମାର୍ଚ୍ଚ ୧ ତାରିଖରେ ହୋଇଥିବା ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ବିଷୟରେ ସୂଚନା ଦେବା ବ୍ୟକ୍ତିକୁ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା । ଅଭିଯୁକ୍ତର ଫଟୋ ମଧ୍ୟ X ରେଦେଇଥିଲା । ଏଜେନ୍ସୀ ଫୋନ ନମ୍ବର ଏବଂ ଇମେଲ ଆଇଡି ଟାଗ୍‌ କରି ଏହା ମାଧ୍ୟମରେ ଅଜ୍ଞାତ ବ୍ୟକ୍ତି ବିଷୟରେ ସୂଚନା ଦେଲେ ପୁରସ୍କାର ମିଳିବ ବୋଲି ଘୋଷଣା କରିଥିଲା ।

ସୂଚନାଯୋଗ୍ୟ, ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବାହାରେ  ବିସ୍ଫୋରଣ ଘଟି ୧୦ ଜଣ ଆହତ ହୋଇଥିଲେ । ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପୋଲିସ ୭-୮ଟି ଟିମ ଗଠନ କରିଥିଲା । ସିସିଟିଭି ଯାଞ୍ଚ୍ କରିବାରୁ ଜଣେ ବ୍ୟକ୍ତି ଏକ ଧଳା ସାର୍ଟ ପିନ୍ଧି କାନ୍ଧରେ ବ୍ୟାଗ୍ ପକାଇ ଓ ମୁଣ୍ଡରେ ଟୋପି ଧଳା ପିନ୍ଧି କାଫେ ଆଡକୁ ଯାଉଥିବା ଦେଖିବାକୁ ମିଳିଥିଲା ।

ବେଙ୍ଗାଲୁରୁର ରାମେଶ୍ୱରମ କାଫେରେ ଟାଇମର୍ ବ୍ୟବହାର କରି ଆଇଡି ବୋମା ଖଞ୍ଜା ଯାଇଥିଲା । ସନ୍ଦିଗ୍ଧ ଜଣକ ୧୧.୩୦ରେ କାଫେକୁ ଯାଇଥିଲା । ଏହାପରେ ୧୧.୩୮ ଇଡଲି ଖାଇବାକୁ ଅର୍ଡର ଦେଇଥିଲା । ଏହାପରେ ୧୧.୪୪ରେ ହାତ ଧୋଇବା ବାହାନାରେ ବେସିନ ପାଖକୁ ଯାଇ ଆଇଇଡି ଭର୍ତ୍ତି ବ୍ୟାଗକୁ ରଖିଥିଲା । ୧୨.୫୬ରେ ଏହା ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଘଟିବାରୁ ସେଠାରେ ଥିବା ୧୦ ଜଣ ଆହତ ହୋଇଥିଲେ । ବିସ୍ଫୋରଣ ପରେ ଲୋକମାନେ ଏଣେତେଣ ଦୌଡ଼ୁ ଥିବା ବେଳେ ଜିନିଷପତ୍ର ଭାଙ୍ଗି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.