ଖାଲି ଆଖିରେ କାହିଁକି ଦେଖନ୍ତି ନାହିଁ ସୂର୍ଯ୍ୟଗ୍ରହଣ, ଜାଣନ୍ତୁ ଏହାକୁ ନେଇ କଣ କହିଛି ନାସା

ସୂର୍ଯ୍ୟଗ୍ରହଣ ସମୟରେ ଏହି ଦୃଶ୍ୟକୁ ଖାଲି ଆଖିରେ ଦେଖିବା ଉଚିତ୍‌ ନୁହେଁ । କୁହାଯାଏ ଏଭଳି କଲେ ଆଖି ନଷ୍ଟ ହୋଇଯିବ । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଏପରି କଣ ସତରେ ହୁଏ କି? ତେବେ ଆସନ୍ତୁ ଏହି ପ୍ରଶ୍ନର ଉତ୍ତର ଜାଣିବା ।

ଭାରତୀୟ ସମାଜରେ ଗ୍ରହଣକୁ ନେଇ ଅନେକ ମାନ୍ୟତା ରହିଛି । ତେବେ ସୂର୍ଯ୍ୟଗ୍ରହଣର ପ୍ରଭାବ ଅଧିକ ଥାଏ ବୋଲି ଲୋକମାନେ ମାନିଥାନ୍ତି । ଏଥିପାଇଁ କେବଳ ଭାରତ ନୁହେଁ ସମଗ୍ର ପୃଥିବୀରେ ସୂର୍ଯ୍ୟଗ୍ରହଣକୁ ନେଇ ଅନେକ ମାନ୍ୟତା ରହିଛି । ଏହି ମାନ୍ୟତା ମଧ୍ୟରୁ ଗୋଟିଏ ହେଉଛି ସୂର୍ଯ୍ୟଗ୍ରହଣ ସମୟରେ ଏହି ଦୃଶ୍ୟକୁ ଖାଲି ଆଖିରେ ଦେଖିବା ଉଚିତ୍‌ ନୁହେଁ । କୁହାଯାଏ ଏଭଳି କଲେ ଆଖି ନଷ୍ଟ ହୋଇଯିବ । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଏପରି କଣ ସତରେ ହୁଏ କି? ତେବେ ଆସନ୍ତୁ ଏହି ପ୍ରଶ୍ନର ଉତ୍ତର ଜାଣିବା ।

୮ ଏପ୍ରିଲ ୨୦୨୪ରେ ଆମେରିକା ସହରରେ ସୂର୍ଯ୍ୟଗ୍ରହଣ ଦେଖିବାକୁ ମିଳିବ । ଏହା ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ ହେବ । ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସୁଥିବ ଯେ ଚଷମା ବିନା ଯଦି ଆମେ ସୂର୍ଯ୍ୟଗ୍ରହଣ ଖାଲି ଆଖିରେ ଦେଖିବା ତେବେ ଆମ ଆଖିର ଦୃଷ୍ଟିଶକ୍ତି ନଷ୍ଟ ହୋଇଯିବ କି ? ଅନ୍ୟପଟେ ଯେଉଁ ଲୋକମାନଙ୍କ ପାଖରେ ଚଷମା ନଥାଏ ସେମାନେ ଅନ୍ୟ କୌଣସି ଜିନିଷ ସାହଯ୍ୟରେ ସୂର୍ଯ୍ୟଗ୍ରହଣ ଦେଖିଥାନ୍ତି । ଭାରତୀୟ ଗାଁ ମାନଙ୍କରେ ରହୁଥିବା ଲୋକମାନେ ଏକ୍ସ-ରେ ରିପୋର୍ଟରେ ହିଁ ସୂର୍ଯ୍ୟଗ୍ରହଣର ଦୃଶ୍ୟକୁ ଦେଖିଥାନ୍ତି ।

ଏଭଳି ମାମଲାକୁ ନେଇ ଆମେରିକା ସ୍ପେସ୍‌ ଏଜେନ୍ସି ନାସା କହିଛି ଯେ ଯଦି ଆପଣ ସୂର୍ଯ୍ୟକୁ ଖାଲି ଆଖିରେ ଦେଖିବେ ତେବେ ଆପଣ ଅନ୍ଧ ହେବେ ନାହିଁ । କିନ୍ତୁ ଯଦି ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟକୁ ଚାହିଁ ରହିବେ ତେବେ ଆପଣଙ୍କ ଆଖିର ରେଟିନା ଉପରେ ପ୍ରଭାବ ପଡ଼ିବ । ସୂଚନା ଥାଉ କି ପୂର୍ଣ୍ଣ ସୂର୍ଯ୍ୟ ଗ୍ରହଣ ସମୟରେ ୯୯ ପ୍ରତିଶତ ସୂର୍ଯ୍ୟ ଲୁଚିଲେ ମଧ୍ୟ ୧ ପ୍ରତିଶତ ଅଂଶ ଦେଖାଯାଇଥାଏ । ଏହି ୧ ପ୍ରତିଶତ ଅଂଶରୁ ସୂର୍ଯ୍ୟାଲୋକ ଆସିଥାଏ ।

ଏହି ଆଲୋକ ଆପଣଙ୍କ ଆଖିରେ ପ୍ରଭାବ ପକାଇପାରେ ଏବଂ ଆପଣଙ୍କ ଆଖିର ରେଟିନା ଖରାପ ହେବାର ସମ୍ଭାବନା ରହିବ । ତେଣୁ ଯେତେବେଳେ ବି ଆପଣ ସୂର୍ଯ୍ୟକୁ ଦେଖିବେ ନିଶ୍ଚିତ ଭାବେ ଚଷମା ବ୍ୟବହାର କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.