ଅଜବ ଦୁନିଆ ! କେବଳ ଭାରତ ନୁହେଁ ବିଦେଶରେ ବି ଅଛି ଏହି ସବୁ ସହର

ନିଜ ସୌନ୍ଦର୍ଯ୍ୟ, ସଂସ୍କୃତି ଓ ଧାର୍ମିକ ସ୍ଥଳ ପାଇଁ ବିଶ୍ୱରେ ଭାରତ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏଣୁ ଦେଶ ତଥା ଦେଶ ବାହାରୁ ଅନେକ ସଂଖ୍ୟାରେ ପର୍ଯ୍ୟଟକ ଏଠିକି ବୁଲିବାକୁ ଆସିଥାନ୍ତି । ଆଉ ମଧ୍ୟ ଏଠାକାର ସହର ଗୁଡିକର ଏକ ବିଶେଷତା ରହିଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଭାରତର ଏମିତି କିଛି ସ୍ଥାନର ନାଁ ବିଦେଶରେ ବି ପ୍ରଚଳନ ଅଛି । କଣ ବିଦେଶୀ ମାନଙ୍କୁ ଆମର ସହର ଗୁଡିକର ନାଁ ଏତେ ପସନ୍ଦ ଆସିଛିଯେ ସେମାନେ ବି ଏହାକୁ ଆପଣେଇ ନେଇଛନ୍ତି । ତେବେ ଆସନ୍ତୁ ସେ ଉପରେ ଏକ ନଜର ପକାଇବା ।

ଥାନେ: ଥାନେ ହେଉଛି ମହାରାଷ୍ଟ୍ର ରାଜ୍ୟର ଏକ ସହର । ସହରର ଅଧିକାଂଶ ସ୍ଥାନ ସମୁଦ୍ର କୁଳରେ ଅବସ୍ଥିତ । କିନ୍ତୁ ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡରେ ଏହି ନାଁରେ ବି ଏକ ସହର ଅଛି । ୧୯୦୪ ମସିହା ଫେବୃଆରୀ ୫ ତାରିଖରେ ଜନ ଥାନେଙ୍କ ନାଁ ଅନୁସାରେ ସହରର ନାମକରଣ ହୋଇଥିଲା ।

indian city

କୋଚି:

ସୌନ୍ଦର୍ଯ୍ୟ ଓ ଶାନ୍ତ ବାତାବରଣ ପାଇଁ କୋଚି ବେଶ ପ୍ରସିଦ୍ଧ । କିନ୍ତୁ ଜାଣନ୍ତିକି ଜାପାନର ଶିକାକୁ ଆଇଲ୍ୟାଣ୍ଡରେ ଏହି ନାଁରେ ଏକ ସହର ଅଛି ।

ଲକ୍ଷ୍ନୌ:

କଥାରେ ଅଛି “ଲକ୍ଷ୍ନୌ କା କବାବ ଲାଜବାବ” । ନବାବଙ୍କ ସହର ଭାବେ ଜଣା ଲକ୍ଷ୍ନୌ ନାଁରେ ଆଉ ଏକ ସହର ଆପଣଙ୍କୁ ଆମେରିକାରେ ମିଳିଯିବ । “କ୍ୟାସଲ ଇନ ଦ କ୍ଲାଉଡ଼ସ” ନାଁରେ ଏହି ସହର ପରିଚିତ ।

ପାଟନା:

ପୂର୍ବ ଭାରତର ଦ୍ଵିତୀୟ ବଡ ସହର ହେଉଛି ପାଟନା । ଏହି ନାଁରେ ସ୍କଟଲ୍ୟାଣ୍ଡର ଇଷ୍ଟ ଏସିଆରେ ବି ଏକ ସହର ଅଛି । ୧୮୦୨ରେ ବିଲିୟନ ଫୁଲଟର୍ଣ୍ଣ ନାମକ ଜଣେ ବ୍ୟକ୍ତି ହିଁ ଏହି ସହରର ସ୍ଥାପନ କରିଥିଲେ ।

indian city

ହାଇଦରାବାଦ:

ସ୍ୱାଦିଷ୍ଟ ଖାଦ୍ୟ ପାଇଁ ଏହି ସହରର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ପଡୋଶୀ ରାଷ୍ଟ୍ର ପାକିସ୍ଥାନର ସିନ୍ଧ ପ୍ରଦେଶରେ ଏହି ନାଁରେ ଏକ ସହର ଅଛି । ହାଇଦର ଅଲ୍ଲୀଙ୍କ ନାଁ ଅନୁସାରେ ହିଁ ଏହାର ନାଁ ଏପରି ରଖାଯାଇଛି ।

ବଡୋଦରା:

ଗୁଜୁରାଟର ବଡୋଦରାକୁ ଉଦ୍ୟାନ ସହର ଭାବେ ବି ଜଣାଯାଏ | ନବରାତ୍ରି ସମୟରେ ଏଠି ସ୍ୱାଦିଷ୍ଟ ସ୍ନାକ୍ସ ବି ମିଳିଥାଏ । ସୁଦୂର ଆମେରିକାରେ ବି ଏହି ନାଁରେ ଆଉ ଏକ ସହର ଅଛି । ମାଇକଲ ହାଉସର ନାମକ ଏକ ବ୍ୟକ୍ତି ଏହାର ପ୍ରତିଷ୍ଠା କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.