କିଏ ଏହି ପ୍ରଜ୍ୱଳ ପାଣ୍ଡେ ? ଯିଏ ବନିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ସାରଥି

କିଏ ଏହି ପ୍ରଜ୍ୱଳ ପାଣ୍ଡେ? ଯାହାଙ୍କ ଫଟୋ ଏବେ ନବନିର୍ବାଚିତ ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ସହ ଘୂରି ବୁଲୁଛି ସୋସିଆଲ ମିଡିଆରେ। ରିଷି ସୁନକଙ୍କ ସହ ତାଙ୍କର ଫଟୋ ଭାଇରାଲ ହେବା ପରେ ସମସ୍ତଙ୍କ ନଜର ଏବେ ଫଟୋରେ ଥିବା ପ୍ରଜ୍ୱଳ ପାଣ୍ଡେଙ୍କ ଉପରେ। ଯେବେ ଠାରୁ ରିଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଛନ୍ତି, ସେବେ ଠାରୁ ସାରା ଦୁନିଆରେ ଭାରତର ଚର୍ଚ୍ଚା ବଢ଼ି ଯାଇଛି। ଏବେ ଆଉ ଏକ ଖବର ରିଷି ସୁନକଙ୍କୁ ପୁଣି ଚର୍ଚ୍ଚାର ପରିଷରକୁ ଟାଣି ଆଣିଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ନବନିର୍ବାଚିତ ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କୁ ଏହି ପର୍ଯ୍ୟନ୍ତ ପହଁଚାଇବାରେ ମୁଖ୍ୟ ଭୂମିକା ଥିଲା ପ୍ରଜ୍ୱଳ ପାଣ୍ଡେଙ୍କର। ବ୍ରିଟେନରେ ପ୍ରଥମ ଥର ପାଇଁ ଭାରତୀୟ ବଂଶୋଦ୍ଭବ ପିଏମ ହେବା ପଛରେ ବଡ ଭୂମିକା ନେଇଥିଲେ ବିହାର ସିଓ୍ଵାନର ପ୍ରଜ୍ୱଳ ପାଣ୍ଡେ। ପ୍ରଜ୍ୱଳ ହେଉଛନ୍ତି ରିଷି ସୁନକଙ୍କ କୋର କ୍ୟାମ୍ପେନ କମିଟିର ଷ୍ଟାର ପ୍ରଚାରକ । ସୋସିଆଲ ମିଡିଆ ଠାରୁ ନେଇ ଅନ୍ୟ ପ୍ଲାଟଫର୍ମରେ ପ୍ରଜ୍ୱଳ ପ୍ରଚାର ପ୍ରସାର କରନ୍ତି।

rishiବର୍ତ୍ତମାନ ସୁନକଙ୍କ କୋର ଟିମରେ ସାମିଲ ହୋଇଥିବା ପ୍ରଜ୍ୱଳ ପାଣ୍ଡେ ବିହାରର ସିଓ୍ଵାନ ନାମକୁ ପୁଣି ଥରେ ଉଚ୍ଚରେ ରଖିଛନ୍ତି। ୧୬ ବର୍ଷ ବୟସରେ କନଜରଭେଟିବ୍‌ ପାର୍ଟିର ସଦସ୍ୟ ହୋଇଥିବା ପ୍ରଜ୍ୱଳ ପାଣ୍ଡେଙ୍କୁ ରିଷି ସୁନକ ନିଜ କୋର ଟିମରେ ସାମିଲ କରିଛନ୍ତି। ପ୍ରଜ୍ୱଳ ପାଣ୍ଡେ ପ୍ରାୟ ଗୋଟେ ଦଶକରୁ ବ୍ରିଟେନରେ ରହି ଆସୁଛନ୍ତି। ରିଷି ସୁନକ ଏବଂ ପ୍ରଜ୍ୱଳ ପାଣ୍ଡେଙ୍କ ଭିତରେ ଏକ ପ୍ରକାର ପାରିବାରିକ ସମ୍ପର୍କ ଭଳି।

୨୦୧୯ରେ ମାତ୍ର ୧୬ ବର୍ଷ ବୟସରେ ହିଁ କନଜରଭେଟିବ୍‌ ପାର୍ଟିରେ ସଦସ୍ୟତା ନେବା ପାଇଁ ପ୍ରଜ୍ୱଳ ରିଷି ସୁନକଙ୍କ ମୁଖ୍ୟ ଅଭିଯାନ ଟିମର ଅଂଶ ଥିଲେ। ଅଗଷ୍ଟ ୨୦୨୨ରେ ଯେତେବେଳେ ସୁନକ ପ୍ରଧାନମନ୍ତ୍ରୀ ପଦରେ ନିର୍ବାଚନକୁ ଓହ୍ଲାଇଲେ ସେତେବେଳେ ପାର୍ଟି ପକ୍ଷରୁ ପ୍ରଜ୍ୱଳ ପାଣ୍ଡେଙ୍କୁ ମଚଖ୍ୟ ଅଭିଯାନ ଟିମରେ ସାମିଲ କରାଗଲା। ଏବେ ଯେତେବେଳେ ସୁନକ ପ୍ରଧାନମନ୍ତ୍ରୀ ହୋଇସାରିଛନ୍ତି ତ ନିହାତି ଭାେ ବ ପ୍ରଜ୍ୱଳ ପାଣ୍ଡେଙ୍କୁ ସୁନକଙ୍କ କୋର ଟିମରେ ସ୍ଥାନ ମିଳିଯାଇଛି।

ଯଦି ଆମେ କଥା ହେବା ପ୍ରଜ୍ୱଳ ପାଣ୍ଡେଙ୍କ ଜନ୍ମ ମାଟି ବିଷୟରେ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଗାଁ ଜିରାଦେଇର ଜମାପୁରରେ। ଏହି ଛୋଟ ଗାଁ ଜିରାଦେଇକୁ ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ପାଇଁ ହିଁ ସମେସ୍ତ ଜାଣିଥିଲେ। ଆଉ ଏବେ ପୁଣି ଥରେ ପ୍ରଜ୍ୱଳ ପାଣ୍ଡେଙ୍କ ପାଇଁ ଏହି ଗାଁ ଚର୍ଚ୍ଚାର ପରିସରକୁ ଆସିଛି। ପ୍ରଜ୍ୱଳଙ୍କ ପିତା ରାଜେଶ ପାଣ୍ଡେ ବ୍ରିଟେନରେ ହିଁ ରକ୍ଷା ବିଭାଗରେ କାର୍ଯ୍ୟରତ। ସେହିପରି ତାଙ୍କ ମା ମନିଷା ଜଣେ ଶିକ୍ଷିକା। ପ୍ରଜ୍ୱଳଙ୍କ ଭଉଣୀ ପ୍ରାଞ୍ଜଳ ପାଣ୍ଡେ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ଏମବିବିଏସ କରୁଛନ୍ତି। ପ୍ରଜ୍ୱଳଙ୍କ ଚାଚା ଅମିତ ପାଣ୍ଡେଙ୍କ କହିବା କଥା ଯେ ପ୍ରଜ୍ୱଳ ପିଲାଦିନରୁ ହିଁ ମେଧାବୀ ଥିଲେ।

rishiiପ୍ରଜ୍ୱଳଙ୍କ ଜେଜେ ବାଗିଶ ଦତ୍ତ ପାଣ୍ଡେ ଚାକିରି କାରଣରୁ ଝାଡଖଣ୍ଡର ସିନ୍ଦରୀରେ ରୁହନ୍ତି। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପ୍ରଜ୍ୱଳ ନିଜ ବାପା ମାଆଙ୍କ ସହ ପ୍ରାୟ ଏକ ଦଶକ ରୁ ବ୍ରିଟେନରେ ରହିଆସୁଛନ୍ତି। କିନ୍ତୁ ପରିବାରର ଲୋକ ପ୍ରାୟ ସମୟରେ ପୈତୃକ ଗାଁ ଜାମାପୁରକୁ ଯିବା ଆସିବା କରନ୍ତି।

ବ୍ରିଟେନର ପ୍ରତିଷ୍ଠିତ କିଙ୍ଗ୍‌ ଏଡଓ୍ଵାର୍ଡ ସିକ୍ସ ଗ୍ରାମର ସ୍କୁଲ ଚେମ୍ପସକୋର୍ଡରେ ଅଧ୍ୟୟନରତ। ପ୍ରଜ୍ୱଳ ୨୦୨୧ରେ ହାଓ୍ଵର୍ର୍ଡ ଇଣ୍ଟରନ୍ୟାସନାଲ ଇକୋନୋମିକ ଏସେ ପ୍ରତିଯୋଗିତାରେ ବିଜେତା ହୋଇଥିଲେ। େସେ ୨୦୧୯ରେ ୟୁକେ ୟୁଥ୍‌ ପାର୍ଲିୟାମେଣ୍ଟ ପାଇଁ ରେକର୍ଡ ଭୋଟରେ ବିଜୟ ହାସଲ କରିଥିଲେ। ପ୍ରଜ୍ୱଳ ୧୬ ବର୍ଷ ବୟସରେ ହିଁ ବ୍ରିଟେନର କନଜରଭେଟିବ୍‌ ପାର୍ଟି ଜଏନ୍‌ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.