Below header

୧ ଟଙ୍କା ଦେଇ ପାଆନ୍ତୁ ଚାକିରି, ମୁମ୍ବାଇର ଯୁବକ ଆଣିଲେ ବୋରୋଜଗାରୀଙ୍କ ପାଇଁ ଜବରଦସ୍ତ ଆପ୍‌

ମୁମ୍ବାଇର ଝୁଗ୍ଗିରେ ରହୁଥିବା ଉଦୟ ଏପରି ଏକ ଆପ୍ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ମାତ୍ର ୧ ଟଙ୍କା ଖର୍ଚ୍ଚ କରି ଆପଣ ନିଜ ଯୋଗ୍ୟତା ଅନୁସାରେ ଚାକିରି ପାଇପାରିବେ ।

ନିକଟରେ ସଂଯୁକ୍ତ ରାଷ୍ଟ୍ର ସଂଘ (ୟୁନାଇଟେଡ ନେସନ୍ସ) ଭାରତକୁ ସବୁଠାରୁ ଅଧିକ ଜନସଂଖ୍ୟା ଦେଶ ଘୋଷିତ କରିଛି । ଦେଶରେ ବଢ଼ୁଥିବା ଜନସଂଖ୍ୟା ସହିତ ବେରୋଜଗାରୀ ସମସ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ସେଣ୍ଟର ଫର୍ ମନିଟରିଙ୍ଗ ଇଣ୍ଡିଆନ୍ ଇକୋନୋମି ବା (ସିଏମଆଇଇ) ଦିନକ ପୂର୍ବରୁ ଜାରି କରୁଥିବା ଏକ ରିପୋର୍ଟ ମୁତାବକ, ୨୦୨୧ ଡିସେମ୍ବର ସୁଦ୍ଧା ଭାରତରେ ୫.୩ କୋଟି ଲୋକ ବେରୋଜଗାର ଥିଲେ । ଏଥିରୁ ମହିଳାଙ୍କ ସଂଖ୍ୟା ଥିଲା ୧.୭ କୋଟି । କରୋନା ପରେ ଏହି ସମସ୍ୟା ଆହୁରି ଉକ୍ରଟ ହେବାକୁ ଲାଗିଛି । ହେଲେ ଏହି ବେକାରୀ ସମସ୍ୟା ଜଣେ ଯୁବକଙ୍କୁ ବଞ୍ଚିବାର ରାହା ଦେଖାଇଲେ ଏବଂ ସେ ଏବେ ହଜାର ହଜାର ଯୁବକ ଯୁବତୀଙ୍କୁ ବଞ୍ଚିବାର ବାଟ ଦେଖାଉଛନ୍ତି । ମାତ୍ର ୧ ଟଙ୍କା ଦେଇ ଚାକିରି ପାଇବାର ଏକ ନିଆରା ଆପ୍ଲିକେସନ୍ ଆଣିଛନ୍ତି ମୁମ୍ବାଇର ଯୁବକ ଉଦୟ ପାୱାର ।

ମୁମ୍ବାଇର ଝୁଗ୍ଗିରେ ରହୁଥିବା ଉଦୟ ଏପରି ଏକ ଆପ୍ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ମାତ୍ର ୧ ଟଙ୍କା ଖର୍ଚ୍ଚ କରି ଆପଣ ନିଜ ଯୋଗ୍ୟତା ଅନୁସାରେ ଚାକିରି ପାଇପାରିବେ । ଏହାର ନାଁ ହେଉଛି ‘ଟିଙ୍ଗ ଟଙ୍ଗ୍’ ଆପ୍‌ ଏକ୍‌ କାମ କନେକ୍‌ । ଉଦୟଙ୍କ କହିବା କଥା ହେଉଛି, ଏହି ଆପ୍ ମାଧ୍ୟମରେ ଏସିଆର ସବୁଠାରୁ ବଡ ବସ୍ତି ଭାବେ ଜଣା ଝୁଗ୍ଗି ବସ୍ତିର କମ୍ ଶିକ୍ଷିତ ଲୋକଙ୍କୁ କାମ ପାଇବାକୁ ସୁଯୋଗ ମିଳିବ । ଯଦି କେହି ଚାକିରି ପାଇବାକୁ ଚାହୁଁଛନ୍ତି ତାହେଲେ ଏହି ଆପ୍ଲିକେସନର ସାହାଯ୍ୟ ନେଇପାରିବେ ।

ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଏହି ଆପରେ ଟଙ୍କାଟିଏ ଜମା କଲେ ଆଖପାଖର କ୍ଲିନିକ୍, ପ୍ଲମ୍ବର, ଇଲେକ୍ଟ୍ରିସିଆନ୍, ଓକିଲ ମାନଙ୍କ ପାଖରେ ଆବଶ୍ୟକ କାମ ପାଇଁ ସୂଚନା ମିଳିବ । ଫଳରେ ନିଜ ଯୋଗ୍ୟତା ଅନୁସାରେ ସେମାନେ ଚାକିରି ପାଇଁ ଠିକଣା ସ୍ଥାନରେ ପହଞ୍ଚିପାରିବେ । ଏହି ଆପରେ ଆପଣଙ୍କୁ ନିଜ ଘର ପାଖରେ ଥିବା ଗୁପଚୁପ୍‌ ଦୋକାନ ପର୍ଯ୍ୟନ୍ତର ସୂଚନା ମିଳିଯିବ ।

ଟଙ୍କାଟିଏରେ ମିଳିବ ଚାକିରି

ଉଦୟ କୁହନ୍ତି ସେ ମୁମ୍ବାଇ ଭେଣ୍ଡରମାନଙ୍କୁ ନିଜ ଆପରେ ରେଜିଷ୍ଟର କରୁଛନ୍ତି । ଅନେକ ଲୋକଙ୍କୁ ଘରୁ ରୋଜଗାର ମିଳିଯାଉଛି । ସେ ଯେଉଁଭଳି ଆପ୍ଲିକେସନ ବନାଇଛନ୍ତି ସେହିଭଳି ବଡ କମ୍ପାନୀର ବି ଆପ୍ଲିକେସନ ରହିଛି । କିନ୍ତୁ ସେହି ଆପ୍ସରେ ଆପଣଙ୍କୁ କାମ ମିଳିଲେ ବଡ କମ୍ପାନୀ ଗୁଡିକ ମଝିରେ ହିଁ ଆପଣଙ୍କ ଠାରୁ କମିଶନ ନିଅନ୍ତି । ଆଉ ଆପଣଙ୍କ ହାତକୁ ଟଙ୍କା କମ୍‌ ଆସେ । ଏଥିପାଇଁ ସେ ନିଜ ଆପରେ କମିଶନ ନେଉନାହାଁନ୍ତି । ଏଠାରେ ଆପଣଙ୍କୁ ରେଜିଷ୍ଟ୍ରେସନ ଶୁଳ୍କ ବି ବହୁତ ସାମାନ୍ୟ ରହିବ । ପ୍ରତିଦିନ ଏକ ଟଙ୍କା ଅର୍ଥାତ୍‌ କେବଳ ୩୬୫ ଟଙ୍କା ବର୍ଷକୁ ଦେବାକୁ ହେବ ଏବଂ ଚାକିରି ମିଳିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.