ବୁଦ୍ଧ ପୂର୍ଣ୍ଣିମାରେ କରନ୍ତୁ ନାହିଁ ଏହି ଭୁଲ
ବୁଦ୍ଧ ପୂର୍ଣ୍ଣିମାରେ ଲାଗିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ, ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ, ନଚେତ ପଡିବ ଖରାପ ପ୍ରଭାବ
ବୈଶାଖ ମାସ ପୂର୍ଣ୍ଣିମାକୁ ବୁଦ୍ଧ ପୂର୍ଣ୍ଣିମା କୁହାଯାଇଥାଏ। ଚଳିତ ବର୍ଷ ବୁଦ୍ଧ ପୂର୍ଣ୍ଣିମା ୫ ମେ’ ଶୁକ୍ରବାର ଦିନ ପାଳନ ହେବ। ବୁଦ୍ଧ ପୂର୍ଣ୍ଣିମା ଦିନ ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। ବୁଦ୍ଧ ପୂର୍ଣ୍ଣିମା ଦିନ ଚାରିଟି ଗ୍ରହ ଗୁରୁ, ସୂର୍ଯ୍ୟ, ବୁଧ ଏବଂ ରାହୁ ଏକତ୍ରିତ ହେବେ । ମିଥୁନରେ ମଙ୍ଗଳ-ଶୁକ୍ର ଏବଂ ତୁଳା ରେ ଚନ୍ଦ୍ର-କେତୁଙ୍କ ସଂଯୋଗ ଥିବାବେଳେ ଶନି ଦେବ କୁମ୍ଭରେ ରହିବେ। ଏଥର ବୈଶାଖ ପୂର୍ଣ୍ଣିମା ସ୍ୱତନ୍ତ୍ର କାରଣ ଏହି ଦିନ ଚନ୍ଦ୍ରଗ୍ରହଣ ପଡୁଛି । ଚନ୍ଦ୍ର ଗ୍ରହଣ ରାତି ପ୍ରାୟ ୮.୪୫ ମିନିଟରୁ ଆରମ୍ଭ ହୋଇ ୧.୦୨ ପର୍ଯ୍ୟନ୍ତ ଗ୍ରହଣ ରହିବ। ଚନ୍ଦ୍ର ଗ୍ରହଣର ଅବଧି ସମୟ ମୋଟ ୪ ଘଣ୍ଟା ୧୫ ମିନିଟ ହେବ ବୋଲି ସୂଚନା ମିଳିଛି । ଏଭଳି ସ୍ଥିତିରେ ବୁଦ୍ଧ ପୂର୍ଣ୍ଣିମା ପାଳନ କିଛି ନିୟମକୁ ମାନନ୍ତୁ । ନଚେତ ଅସୁବିଧା ହୋଇପାରେ।
-ବୁଦ୍ଧ ପୂର୍ଣ୍ଣିମା ଦିନ ତାମସିକ ଭୋଜନ, ଆମିଷ ଭୋଜନ, ମଦ ଆଦି ସେବନ କରନ୍ତୁ ନାହିଁ। ଏହାକୁ ସେବନ କରିବା ଦ୍ୱାରା ମାନସିକ ସ୍ଥିତି ଉପରେ ନକରାତ୍ମକ ପ୍ରଭାବ ପଡିପାରେ।
-ସେହିପରି ପୂର୍ଣ୍ଣିମା ଦିନ ତୁଳସୀ ପତ୍ରକୁ ଛିଣ୍ଡାଇବା ଉଚିତ ନୁହେଁ। ତୁଳସୀ ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ହୋଇଥାଏ। ଏଥିପାଇଁ ପୂର୍ଣ୍ଣିମାରେ ତୁଳସୀ ପତ୍ର ଛିଣ୍ଡାଇବା ଉଚିତ ନୁହେଁ।
-ପୂର୍ଣ୍ଣିମା ଦିନ ରାତିରେ ଦହି ଖାଇବା ମଧ୍ୟ ବାରଣ କରାଯାଇଛି। ରାତିରେ ଦହି ଖାଇବା ଦ୍ୱାରା ଚନ୍ଦ୍ର ଦୋଷ ଲାଗିଥାଏ। ଏହା ଫଳରେ ଜୀବନରେ ପ୍ରଚୁରମାତ୍ରାରେ ଧନହାନୀ ଘଟିଥାଏ। ଏହା ସହିତ ଜୀବନରେ ଅନେକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।
-ପୂର୍ଣ୍ଣିମା ରାତିରେ ଚନ୍ଦ୍ର ଗ୍ରହଣ ଲାଗୁଚି । ଏଥିପାଇଁ ଏପରି କୌଣସି କାର୍ଯ୍ୟ କରନ୍ତୁ ନାହିଁ ଯେଉଁଥିପାଇଁ ଜୀବନରେ ଅନେକ ସମସ୍ୟା ମାଡ଼ି ଆସିବ।
-ଆସନ୍ତା ବୁଦ୍ଧ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ଲାଗିବ। ଏହିଦିନ ଗର୍ଭବତୀମାନେ, ରୋଗାଗ୍ରସ୍ତ, ବୃଦ୍ଧମାନେ ସାବଧାନତାର ସହିତ ରହିବା ଉଚିତ।
ବୈଶାଖ ପୂର୍ଣ୍ଣିମାରେ ପୂଜା କରିବାର ଏକ ବିଶେଷ ନିୟମ ଅଛି । ମାନ୍ୟତା ଅନୁଯାୟୀ ଏହାକୁ ପାଳନ କରି ଅକାଳ ମୃତ୍ୟୁର ଭୟ ଶେଷ ହୋଇଥାଏ। ଚଳିତ ବର୍ଷ ବୁଦ୍ଧ ପୂର୍ଣ୍ଣିମା ୫ ମେ’ ରେ ପାଳନ କରାଯିବ। ଆସନ୍ତୁ ଜାଣିବା ଏହି ଦିନର ଶୁଭ ସମୟ ଏବଂ ବିଶେଷ ଲାଭ। ପ୍ରକୃତରେ ବୈଶାଖ ପୂର୍ଣ୍ଣିମା ତିଥି ୪ ମେ ୨୦୨୩ରେ ସକାଳ ୧୧.୪୪ରେ ଆରମ୍ଭ ହେବ। ପୂର୍ଣ୍ଣିମା ୫ ମେ’ ୨୦୨୩ରେ ରାତି ୧୧.୦୩ରେ ଶେଷ ହେବ। ଏଥର ଭଗବାନ ଗୌତମ ବୁଦ୍ଧଙ୍କ ୨୫୮୫ତମ ଜନ୍ମ ବାର୍ଷିକୀ ପାଳନ କରାଯିବ। ଏହି ଦିନ ପୂଜାପାଠର ଶୁଭ ସମୟ ଜାଣି ନିଅନ୍ତୁ..
ଏଥର ବୁଦ୍ଧ ପୂର୍ଣ୍ଣିମା ବହୁତ ସ୍ୱତନ୍ତ୍ର ହେବାକୁ ଯାଉଛନ୍ତି। ଏହି ଦିନ ଅନେକ ଚମତ୍କାର ସଂଯୋଗ ଘଟୁଛି। ଏହି ଦିନ ସ୍ୱତୀ ନକ୍ଷତ୍ର ରାତି ୯:୩୭ ପର୍ଯ୍ୟନ୍ତ ରହିବ। ଏହା ପରେ ବିଶାଖା ନକ୍ଷତ୍ର ଆରମ୍ଭ ହେବ । କୁହାଯାଏ ଏହି ଉଭୟ ନକ୍ଷତ୍ର ବହୁତ ଶୁଭ ହୋଇଥାଏ । ସିଦ୍ଧ ଯୋଗ ମଧ୍ୟ ଏହି ଦିନ ରାତି ୯.୧୫ ପର୍ଯ୍ୟନ୍ତ ରହିବେ। ଜ୍ୟୋତିଷ ଶାସ୍ତ୍ରରେ ସିଦ୍ଧ ଯୋଗ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ଏବଂ ଏହି ସମୟ ମଧ୍ୟରେ କରାଯାଇଥିବା ସମସ୍ତ କାର୍ଯ୍ୟ ସଫଳ ହୁଏ।
ବୈଶାଖ ପୂର୍ଣ୍ଣିମା ଦିନ ସକାଳେ ଗାଧୁଆ ପୂର୍ବରୁ ବ୍ରତ ପାଇଁ ସଂକଳ୍ପ କରନ୍ତୁ । କୌଣସି ପବିତ୍ର ନଦୀ ବା କୁଣ୍ଡରେ ସ୍ନାନ କରିସାରିବା ପରେ ବରୁଣ ଦେବଙ୍କୁ ସ୍ମରଣ କରନ୍ତୁ | ସ୍ନାନ ପରେ ସୂର୍ଯ୍ୟଙ୍କ ମନ୍ତ୍ର ଉଚ୍ଚାରଣ କରି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ । ଆଉ ଏହା ପରେ ମଧୁସୂଦନଙ୍କ ପୂଜା କରନ୍ତୁ । ଈଶ୍ବରଙ୍କୁ ନୈବେଦ୍ୟ ଅର୍ପଣ କରି ଦାନଦକ୍ଷିଣା ଆଦି ଦିଅନ୍ତୁ । ପୂର୍ଣ୍ଣିମା ଦିନ ମା’ ଲକ୍ଷ୍ମୀଙ୍କ ପ୍ରତିମା ଉପରେ ୧୧ଟି କଉଡ଼ି ଚଢାଇ ତାଙ୍କୁ ହଳଦୀରେ ସ୍ନାନ କରାନ୍ତୁ । ଏବେ ଚନ୍ଦନ ସିନ୍ଦୁର ଦେଇ ସଜାନ୍ତୁ । ପର ଦିନ ଏହି କଉଡ଼ି ଗୁଡିକୁ ଏକ ଲାଲ କପଡାରେ ବାନ୍ଧି ରଖିଦିଅନ୍ତୁ । ଏହାକୁ ସେହି ସ୍ଥାନରେ ରଖିବା ଉଚିତ ଯେଉଁଠି ଆପଣ ନିଜ ଧନ ସମ୍ପତ୍ତି ଆଦି ରଖୁଥିବେ | ଏମିତି କରିବା ଦ୍ୱାରା ଘରେ ମା’ ଲକ୍ଷ୍ମୀ ସଦାସର୍ବଦା ବାସ କରନ୍ତି । କେବେ ବି ଧନର ଅଭାବ ରହେନାହିଁ ।