Below header

ଆସିଲା ତାରିଖ…! ଏହି ଦିନ ନିର୍ବନ୍ଧ କରିବେ ପରିଣୀତି ଚୋପ୍ରା ଓ ରାଘବ ଚଢ଼ା

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ୍ ଆଦମୀ ପାର୍ଟିର ସାଂସଦ ରାଘବ ଚଢ଼ାଙ୍କ ଡେଟିଂ ଖବର ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାରି ଭିତରେ ଉଭୟଙ୍କ ନିର୍ବନ୍ଧ ତାରିଖ ମଧ୍ୟ ସାମ୍ନାକୁ ଆସିଛି।

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ୍ ଆଦମୀ ପାର୍ଟିର ସାଂସଦ ରାଘବ ଚଢ଼ାଙ୍କ ଡେଟିଂ ଖବର ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାରି ଭିତରେ ଉଭୟଙ୍କ ନିର୍ବନ୍ଧ ତାରିଖ ମଧ୍ୟ ସାମ୍ନାକୁ ଆସିଛି। ଏହା ପୂର୍ବରୁ ମଧ୍ୟ ଅନେକ ତାରିଖ ସାମ୍ନାକୁ ଆସିଥିଲା, କିନ୍ତୁ ସେ ସବୁ ଭୁଲ ପ୍ରମାଣିତ ହୋଇଥିଲା।

ବର୍ତ୍ତମାନ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ମେ’ ୧୩ରେ ନୂଆଦିଲ୍ଲୀରେ ପରିଣୀତି ଚୋପ୍ରା ଓ ରାଘବ ଚଢ଼ାଙ୍କ ନିର୍ବନ୍ଧ ଅନୁଷ୍ଠିତ ହେବ। ଏହି ଖବରକୁ ନେଇ ପରିଣୀତିଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇପଡ଼ିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ପରିଣୀତି କି ରାଘବଙ୍କ ତରଫରୁ ଏ ନେଇ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।

ସେପଟେ ମେ’ ୧୩ ତାରିଖ ବି ନିଶ୍ଚିତ ହୋଇଛି କି ନାହିଁ, ସେ ବିଷୟରେ କିଛି କୁହାଯାଇ ପାରିବ ନାହିଁ। କହି ରଖୁଛୁ, ନିକଟ ଅତୀତରେ ପରିଣୀତି ଓ ରାଘବଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଥିଲା। ଉଭୟ ମୁମ୍ବାଇର ହୋଟେଲ ଏବଂ ବିମାନବନ୍ଦରରେ ଏକାଠି ନଜର ଆସିଥିଲେ।

ଅଭିନେତା ତଥା ଗାୟକ ହାର୍ଡି ସନ୍ଧୁ ପ୍ରଥମେ ରାଘବ ଓ ପରିଣୀତିଙ୍କ ଡେଟିଂ ଖବରକୁ ନିଶ୍ଚିତ କରିଥିଲେ ଏବଂ କହିଥିଲେ କି, ମୁଁ ବହୁତ ଖୁସି ଯେ ଶେଷରେ ଏହା ଘଟିବାକୁ ଯାଉଛି। ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି। ଅନ୍ୟ ପକ୍ଷରେ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୀବ ଆରୋରା ମଧ୍ୟ ମାର୍ଚ୍ଚ ୨୮ରେ ଟ୍ୱିଟରରେ ପରିଣୀତି ଓ ରାଘବଙ୍କୁ ଅଭିନନ୍ଦନ ଜଣାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.