ଅଦ୍ଭୁତ ପରମ୍ପରା : ଏଠାରେ ଗୋଟିଏ ମାଛ ଦାନ୍ତର ଦାମ୍‌ ୧୦ ଲକ୍ଷ ଟଙ୍କା, ପ୍ରେମିକାଙ୍କୁ ପାଇବାକୁ ହେଲେ ଦେବାକୁ ପଡ଼ିଥାଏ ଏହି ଦାନ୍ତ

ସାଧାରଣତଃ ପ୍ରେମିକାକୁ ପାଇବା ପାଇଁ ସବୁ ପ୍ରେମିକମାନେ ସ୍ୱର୍ଗର ଜହ୍ନ-ତାରା ପର୍ଯ୍ୟନ୍ତ ବି ଦେବାକୁ କହିଥାନ୍ତି । ହେଲେ ଏଠାରେ ଜଣେ ପ୍ରେମିକକୁ ତା’ର ମନପସନ୍ଦ ଝିଅକୁ ବିବାହ ହେବାକୁ ହେଲେ ପରମ୍ପରା ଅନୁଯାୟୀ, ବିବାହ ପୂର୍ବରୁ ସ୍ପର୍ମ ହେ୍ଵଲ୍‌ ମାଛର ଦାନ୍ତ ଭାଙ୍ଗିବାକୁ ପଡ଼ିଥାଏ । ଯାହାକି ଆକାଶରୁ ଜହ୍ନ-ତାରା ତୋଳିବା ଠାରୁ କିଛି କ’ମ୍‌ ନୁହେଁ ।

ବିଶ୍ୱର ପ୍ରତ୍ୟେକ କୋଣରେ ଭାରତୀୟମାନେ ରହିଛନ୍ତି । କିଛି କିଛି ଦେଶରେ ତ ଭାରତୀୟଙ୍କ ଲୋକଙ୍କ ସଂଖ୍ୟା ଏତେ ଯେ ଏହାକୁ ‘ମିନି ଭାରତ’ ବୋଲି ବି କୁହାଯାଇଥାଏ । ଦକ୍ଷିଣ ପ୍ରଶାନ୍ତ ମହାସାଗର ମେଲାନେସିଆରେ ଫିଜି ନାମକ ଏକ ଦ୍ୱୀପୀୟ ଦେଶ ରହିଛି । ଯେଉଁଠି ପ୍ରାୟ ୩୭ ପ୍ରତିଶତ ଲୋକ ଭାରତୀୟ । ଏମାନେ ଶହ ଶହ ବର୍ଷ ଧରି ଏଠାରେ ବସବାସ କରିଆସୁଛନ୍ତି । ଏଠାରେ ସୁନ୍ଦରୀ ଝିଅଙ୍କୁ ବିବାହ କରିବା ପାଇଁ ବଡ଼ ଭୟଙ୍କର କାମ କରିବାକୁ ପଡ଼ିଥାଏ ।

whale-3

ସାଧାରଣତଃ ପ୍ରେମିକାକୁ ପାଇବା ପାଇଁ ସବୁ ପ୍ରେମିକମାନେ ସ୍ୱର୍ଗର ଜହ୍ନ-ତାରା ପର୍ଯ୍ୟନ୍ତ ବି ଦେବାକୁ କହିଥାନ୍ତି । ହେଲେ ଏଠାରେ ଜଣେ ପ୍ରେମିକକୁ ତା’ର ମନପସନ୍ଦ ଝିଅକୁ ବିବାହ ହେବାକୁ ହେଲେ ବିବାହ ପୂର୍ବରୁ ସ୍ପର୍ମ ହ୍ବେଲ ମାଛର ଦାନ୍ତ ଭାଙ୍ଗିବାକୁ ପଡ଼ିଥାଏ । ଅଗଭୀର ସମୁଦ୍ରକୁ ଯାଇ ପ୍ରେମିକା ପାଇଁ ହ୍ବେଲ ଦାନ୍ତ ଭାଙ୍ଗିବା ଠିକ୍‌ ଆକାଶରୁ ତାରା-ଜହ୍ନ ଆଣିବା ଭଳି ପ୍ରାୟ ସମାନ ହୋଇଥାଏ । ପ୍ରଚଳିତ ପରମ୍ପରା ଅନୁଯାୟୀ, ଏଠାରେ ପ୍ରେମର ସବୁଠୁ ବଡ଼ ପରୀକ୍ଷା ଏହି ଦାନ୍ତ ଭାଙ୍ଗିବା କଥା ।

whale-2

ଫିଜିରେ ଏହି ପରମ୍ପରା ପୁରୁଷାନୁକ୍ରମେ ଚାଲିଆସୁଛି । ‘ତବୁଆ’ ନାମକ ଏହି ପରମ୍ପରା ଅନୁଯାୟୀ, ପୁଅକୁ ବିବାହ କରିବାକୁ ହେଲେ ହ୍ବେଲ‌ ମାଛର ଦାନ୍ତ ଆଣି ଝିଅର ପିତାଙ୍କୁ ଉପହାର ସ୍ୱରୂପ ଦେବାକୁ ପଡ଼ିଥାଏ । ଏବେ ଏହି କାମ ସମସ୍ତଙ୍କ ଦ୍ୱାରା କରିବା ସମ୍ଭବ ନଥିବାରୁ, ଏହାକୁ କିଣି କରି ଦେବାକୁ ପଡିଥାଏ । ଯାହାକି ସମସ୍ତଙ୍କ ପାଇଁ ସମ୍ଭବ ହୋଇ ନଥାଏ । ପ୍ରକାଶ ଯେ,ଏଠାରେ ଗୋଟିଏ ସ୍ପର୍ମ ହ୍ବେଲ‌ର ଦାନ୍ତ ପ୍ରାୟ ୧୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥାଏ ।

whale-1

କୁହାଯାଏ ଏହି ଦାନ୍ତର କିଛି ସୁପର ପାଓ୍ଵାର ଗୁଣ ରହିଛି । ଯେଉଁଥିପାଇଁ ବିବାହ ସବୁ ଦିନ ପାଇଁ ସୁଖରେ କଟିଥାଏ ବୋଲି ଝିଅର ପିତା ବିଶ୍ୱାସ କରିଥାନ୍ତି । ସେଇଥିପାଇଁ ପୁଅକୁ ଏହି କାମ କରିବାକୁ ପଡ଼ିଥାଏ । ବିବାହ ଓ ଜନ୍ମ –ମୃତ୍ୟୁ ସମୟରେ ମଧ୍ୟ ଏହି ଦାନ୍ତ ଦେବାର ପ୍ରଥା ରହିଛି । ଯେଉଁଥିପାଇଁ ସ୍ପର୍ମ ହ୍ବେଲର ଚାହିଦା ଏଠାରେ ଅଧିକ ରହିଛି ।

ଏହି ଦାନ୍ତର ଛୋଟ ଖଣ୍ଡେ ଅଂଶ ଲାଗିଥିବା ଏକ ମାଳ ବା ହାରର ଦାମ୍‌ ଏଠାରେ ଲକ୍ଷାଧିକ ଟଙ୍କାରେ ବିକ୍ରି ହୋଇଥାଏ । ଆଶ୍ଚର୍ଯ୍ୟର କଥା ଯେ ସ୍ପର୍ମ ହ୍ବେଲ‌, ଏକ ପ୍ରକାର ଗଛ ଖାଉଥିବାରୁ ତା’ ଦେହରେ ଏପରି ମଜଭୁତ ଦାନ୍ତର କ’ଣ ଆବଶ୍ୟକତା ରହିଛି, ତାହା ବୈଜ୍ଞାନିକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.