୯ ଦିନ ପରେ ସୂର୍ଯ୍ୟ ବଦଳାଇବେ ରାଶି, ଏହି ବ୍ୟକ୍ତିତ୍ୱଙ୍କୁ ମଳିବ ପ୍ରଚୁର ଧନ ଓ ନୂଆ ଚାକିରି
ଗ୍ରହ ରାଜା ସୂର୍ଯ୍ୟ ରାଶି ପରିବର୍ତ୍ତନ କରିବାକୁ ଯାଉଛି। ସୂର୍ଯ୍ୟ ଗୋଚର ଜ୍ୟୋତିଷ ଶାସ୍ତ୍ରରେ ବହୁତ ସ୍ୱତନ୍ତ୍ର। ସୂର୍ଯ୍ୟଙ୍କ ସଂପର୍କ ସଫଳତା, ମାନ ସମ୍ମାନ, ଗୁରୁ, ସରକାର ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ସହିତ ଜଡିତ ରହିଛି। ସୂର୍ଯ୍ୟ ରାଶି ପରିବର୍ତ୍ତନ କରିବା ଜୀବନ ଉପରେ ବହୁତ ପ୍ରଭାବ ପକାଇବ। ୯ ଦିନ ପରେ ୧୫ ଜୁନକୁ ସୂର୍ଯ୍ୟ ରାଶି ପରିବର୍ତ୍ତନ କରି ମିଥୁନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ସୂର୍ଯ୍ୟ ବୁଧ ରାଶିରେ ପ୍ରବେଶ କରିବା କିଛି ଲୋକଙ୍କ ପାଇଁ ଅଶୁଭ ହୋଇପାରେ। କିନ୍ତୁ ଅନେକ ରାଶିବା ପାଇଁ ଶୁଭ ଫଳ ଦେଇପାରେ।
ଯଦି କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ ନଥାଏ ତେବେ ବ୍ୟକ୍ତି ଜୀବନରେ ସଫଳତା ଓ ପ୍ରସିଦ୍ଧି ଲାଭ କରିପାରେ ନାହିଁ । ତେଣୁ ସୂର୍ଯ୍ୟଙ୍କ ମଜବୁତ ସ୍ଥିତି ବ୍ୟକ୍ତିର କାରିଅରରେ ସଫଳତା ଦେବା ସହ ବ୍ୟକ୍ତିକୁ ଉଚ୍ଚ ପଦରେ ପହଞ୍ଚାଇଥାଏ । ର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଯିବା ପାଇଁ ୧ ମାସ ଲାଗିଥାଏ ।
ଚମକିବ ଏହି ରାଶିର ଭାଗ୍ୟ :
ବୃଷ ରାଶି : ବୃଷ ରାଶିର ଜାତକଙ୍କ ପାଇଁ ସୂର୍ଯ୍ୟ ଗୋଚର ବହୁତ ଲାଭ ଦେବ। ସେମାନଙ୍କର ବାକି ପଡିଥିବା ପଇସା ମିଳିବ। ଆର୍ଥିକ ସ୍ଥିତି ମଜବୁତ ହେବ। ଅନେକ ଦିନରୁ ରହିଥିବା ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ। କଥାରେ କାମ କରିନେବେ। ନୂଆ ଚାକିରିର ଅଫର ମିଳିବ। ଚାକିରି ପରିବର୍ତ୍ତନ କରିବା ଆପଣଙ୍କ ଉନ୍ନତିର ଦ୍ୱାର ଖୋଲିବ। ବେପାରୀଙ୍କୁ ମଧ୍ୟ ଲାଭ ମିଳିବ।
ସିଂହ ରାଶି : ସିଂହ ରାଶି ଉପରେ ସୂର୍ଯ୍ୟ ରାଶି ପରିବର୍ତ୍ତନ କରିବା ଦ୍ୱାରା ଆୟ ବଢିବ। ପଇସା ଆସିବା ଦ୍ୱାରା ନୂଆ ରାସ୍ତା ଖୋଲିବ। ହଠାତ୍ ଧନ ଲାଭ ହେବ। ବ୍ୟବସାୟରେ ଲାଭ ପାଇବେ। ଯେଉଁ ଲୋକ ନିବେଶ କରିବାକୁ ଚାହୁଁଛନ୍ତି, ସେମାନେ ସମୟର ଫାଇଦା ଉଠାଇବେ। ନୂଆ ଡିଲ୍ ସାଇନ କରାଇବେ। ଯାହା ବେଶ୍ ଲାଭଦାୟୀ ହେବ।
କନ୍ୟା ରାଶି : ସୂର୍ଯ୍ୟଦେବ ମିଥୁନ ରାଶିରେ ପ୍ରବେଶ କରିବା ଦ୍ୱାରା କନ୍ୟା ରାଶିର ବ୍ୟକ୍ତିତ୍ୱଙ୍କ କ୍ୟାରିଅର ପାଇଁ ଶୁଭଦାୟକ। ଏହି ସମୟରେ ନୂଆ ଚାକିରି ମିଳିବ। ପ୍ରମୋଶନ ତଥା ଇନକ୍ରିମେଣ୍ଟ ହେବାର ଯୋଗ ରହିଛି। ଆପଣଙ୍କ କାମ ଓ ବେପାର ଭଲ ଚାଲିବ। ଲୋକଙ୍କ ଠାରୁ ପ୍ରଶଂସା ପାଇବେ। ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ମାନ ସମ୍ମାନ ମିଳିବ।