କେରଳରେ ନୋରୋ ଭାଇରସ ଆତଙ୍କ, ୨ ଶିଶୁ ସଂକ୍ରମିତ
ନୂଆଦିଲ୍ଲୀ : କେରଳରେ ୨ ନୋରୋ ଭାଇରସ ଆକ୍ରାନ୍ତ ଚିହ୍ନଟ । କେରଳରେ ୨ଜଣ ଶିଶୁ ନୋରୋ ଭୂତାଣୁ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସୂଚନା ଦେଲେ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ । ୨ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଭୟଭୀତ ନ ହେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ନଭେମ୍ବର ୨୦୨୧ରେ କେରଳରେ ପ୍ରଥମ ନୋରୋଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ଦୂଷିତ ଖାଦ୍ୟ, ପାଣି ଓ ସଂକ୍ରମିତଙ୍କ ସଂଶ୍ପର୍ଶରେ ବ୍ୟାପିଥାଏ ନୋରୋ ଭାଇରସ । ବାନ୍ତି, ଝାଡା, ମୁଣ୍ଡବିନ୍ଧା ଏହାର ପ୍ରାଥମିକ ଲକ୍ଷଣ। ଶରୀରରେ ଜଳୀୟଅଂଶ କମିବା ଦ୍ୱାରା ସଂକ୍ରମିତଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିପାରେ। ତେଣୁ ଭଲ ଖାଦ୍ୟ ଓ ପାନୀୟ ସହ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି।