ସ୍ବାମୀ ବିବେକାନନ୍ଦ ଛୋଟ ଜୀବନକାଳ ମଧ୍ୟରେ ପୁରା ଦୁନିଆରେ ଭାରତୀୟ ସଂସ୍କୃତି ଏବଂ ଆଧ୍ୟାତ୍ମିକତାର ପ୍ରଚାର କରିଥିଲେ। ଆଜି ମଧ୍ୟ ତାଙ୍କର ବିଚାର ଆମ ମାନଙ୍କ ଜୀବନରେ ସ୍ବତନ୍ତ୍ର ମନ୍ତ୍ର ରୂପେ କାମକରିଥାଏ। ସ୍ବାମୀ ବିବେକାନନ୍ଦ ୧୮୯୩ ମସିହାରେ ଚିକାଗୋରେ ସର୍ବପ୍ରଥମେ ଭାରତୀୟ ଧର୍ମ ଏବଂ ଆଧ୍ୟାତ୍ମିକତାର ପ୍ରଚାର କରିଥିଲେ। ସେ ତାଙ୍କ ଭାଷଣର ଆରମ୍ଭ ‘ମୋର ଆମେରିକାର ଭାଇ ଏବଂ ଭଉଣୀ’ କହି ସମ୍ଭୋଧନ କରିଥିଲେ। ସ୍ବାମୀଜୀଙ୍କର ଏହି କଥାରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ତାଳି ମାରି ତାଙ୍କୁ ସମର୍ଥନ କରୁଥିଲେ ଏବଂ ଉପସ୍ଥିତ ଥିବା ସବୁ ବ୍ୟକ୍ତି ତାଙ୍କ ଦ୍ବାରା ପ୍ରଭାବିତ ହୋଇଥିଲେ। ଏହି କାରଣରୁ ବିଦେଶୀ ମିଡ଼ିଆ ତାଙ୍କୁ ସାଇକ୍ଲାନିକ୍ ହିନ୍ଦୁ ନାମ ଦେଇଥିଲେ।
ବିଶ୍ବ ଧର୍ମ ସମ୍ମୀଳନୀରେ ହିନ୍ଦୁ ଧର୍ମ ଉପରେ ପ୍ରଭାବିତ ଭାଷଣ ଦେବାପରେ ସେଠାର ଏକ ଖବର କାଗଜ ବିବେକାନନ୍ଦଙ୍କ ପାଇଁ ଲେଖିଥିଲେ-ଏଥିରେ କୌଣସି ସନ୍ଦେହ ନାହିଁ କି ଧର୍ମ ସଂସଦରେ ସ୍ବାମୀ ବିବେକାନନ୍ଦ ସବୁଠାରୁ ମହାନ ବ୍ୟକ୍ତିତ୍ବ ବୋଲି। ତାଙ୍କ ଠାରୁ ଶୁଣିବା ପରେ ଲାଗୁଥିଲା ଯେ ଭାରତ ଭଳି ଜ୍ଞାନୀ ରାଷ୍ଟ୍ରରେ ଈର୍ଷା ଧର୍ମ ପ୍ରଚାର କରିବା ର୍ମୁଖତାପୂର୍ଣ୍ଣ ଅଟେ। ସେ ମଞ୍ଚରୁ ଓହ୍ଲାଇବା ପରେ କରତାଳି ବାଜିବାକୁ ଲାଗିଥିଲା।
ବିବେକାନନ୍ଦ ଯେବେ ବିଶ୍ବଧର୍ମ ମହାସଭାରେ ଭାରତରୁ ସନାତନ ଧର୍ମର ପ୍ରତିନିଧିତ୍ବ କରିବାକୁ ଯାଇଥିଲେ ସେଠାକାର ଆୟୋଜକ ତାଙ୍କୁ ହଇରାଣ କରିବା ପାଇଁ ତାଙ୍କ ନାଁ ଆଗରେ ଶୂନ ଲେଖିଦେଇଥିଲେ। ଏହାପରେ ସ୍ବାମୀ ବିବେକାନନ୍ଦ ର୍ନିଭୟରେ ମଞ୍ଚଉପରକୁ ଯାଇ ତାଙ୍କ ଭାଷଣର ଆରମ୍ଭ ଶୂନ ରୁ ହିଁ କରିଥିଲେ।
ନିଶ୍ଚୟ ପଢ଼ନ୍ତୁ : ସୂର୍ଯ୍ୟୋଦୟ ପୂର୍ବରୁ ଦିଆଯାଇଥାଏ ଫାଶୀ ? ଆସନ୍ତୁ ଜାଣିବା ଏହା ପଛର କାରଣ
୪ ଜୁଲାଇ ୧୯୦୨ରେ ବିବେକାନନ୍ଦଙ୍କର ମୃତ୍ୟୁ ହୋଇଥିଲା। ଲୋକପ୍ରିୟ ବଙ୍ଗଳା ଲେଖକ ମଣି ଶଙ୍କର ମୁଖାର୍ଜୀଙ୍କ ପୁସ୍ତକ
The Monk as Manରେ ତାଙ୍କର ମୃତ୍ୟୁକୁ ନେଇ କୁହାଯାଇଛି ଯେ ମ୍ୟାଲେରିଆ,ମାଇଗ୍ରେନ,ମଧୁମେହ,ନିଦ୍ରା
ଯକୃତ,କିଡ଼ନି ଏବଂ ହୃଦୟ ସମ୍ବଦ୍ଧୀୟ ରୋଗ ସହିତ ୩୧ ଟି ରୋଗରେ ପୀଡିତ ଥିଲେ ଏବଂ ଏହି ସବୁ ରୋଗ ତାଙ୍କ ମୃତ୍ୟୁର କାରଣ ହୋଇଥିଲା।