ଗୁଡି ସହିତ ଆକାଶରେ ଉଡିଗଲା ଛୋଟ ଶିଶୁ, ତାପରେ କଣ ହେଲା ଦେଖନ୍ତୁ ଭିଡିଓ

ଆମ ଚାରିପାଖରେ ପ୍ରତ୍ୟେକ ସମୟରେ କିଛି ଘଟଣା ଦୁର୍ଘଟଣା ଘଟି ଚାଲିଛି। ଏଥିପାଇଁ ଆମକୁ ପ୍ରତି ମୂହୁର୍ତ୍ତରେ ସତର୍କ ଏବଂ ସଚେତନ ରହିବା ଜରୁରୀ। ନଚେତ କେହି ଜାଣିନାହାନ୍ତି ଯେ କେତେବେଳେ ବି କାହା ସହିତ କିଛି ବି ଘଟିପାରେ। ଦେଖୁନାହାନ୍ତି କେମିତି ଟିକିଏ ଦାୟିତ୍ୱହୀନତା ଯୋଗୁଁ ଏକ ଦୁର୍ଘଟଣା ଘଟିଗଲା। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇବା ସହିତ ଭୟଭୀତ ମଧ୍ୟ କରିଦେଇଛି।

ତାଇଓ୍ଵାନରେ ଚାଲିଥିବା କାଇଟ୍‌ ଫେଷ୍ଟିଭାଲରେ ଏକ ଏମିତି ଘଟଣା ଘଟିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଦେଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କାଇଟ୍‌ ଫେଷ୍ଟିଭାଲରେ ଏକ ଗୁଡି ସହିତ ଜଣେ ୩ ବର୍ଷର ଶିଶୁ ମଧ୍ୟ ମୁକ୍ତ ଆକାଶରେ ଉଡିଗଲା। ପିଲାଟିକୁ ଗୁଡି ସହିତ ଉଡୁଥିବାର ଦେଖି ସେଠାରେ ଥିବା ଲୋକେ ଭୟଭୀତ ହୋଇଗଲେ। ୧୦୦ ଫୁଟ ଉପରକୁ ଯିବାପରେ ପିଲାଟି ଗୁଡି ସହିତ ଉଡି ଉଡି ଆସି ତଳେ ପଡିଲା। ଯେମିତି ହିଁ ଗୁଡିଟି ତଳେ ପଡିଲା ଲୋକମାନେ ପିଲାଟିକୁ ଉଦ୍ଧାର କରି ଦେଖିଲେ ତ ଗୁଡି ଲାଞ୍ଜରେ ପିଲାଟିର ଗୋଡ ଲାଗିଯାଇଛି।

viraତେବେ ଶୂନ୍ୟ ଆକାଶରେ ପିଲାଟିକୁ ଉଡୁଥିବାର ଦେଖି ଲୋକେ ଭୟରେ ଚିତ୍କାର କଲେ। କେହି କିଛି ହଠାତ ବୁଝିପାରୁନଥିଲେ ଯେ କେମିତି ପିଲାଟିକୁ ଉଦ୍ଧାର କରାଯାଇପାରିବ। ଗୁଡି ଲାଞ୍ଜରେ ଆକାଶରେ ଉଡୁଥିବାବେଳେ ପିଲାଟି ମଧ୍ୟ ଅସହାୟ ମନେ କରୁଥିଲା। ପ୍ରାୟ ୩୦ ସେକେଣ୍ଡ ପର୍ଯ୍ୟନ୍ତ ପିଲାଟି ଆକାଶରେ ଉଡିଥିଲା।

ଏହି ଘଟଣା ପରେ ସେଠାରେ ଗୁଡି ଉଡାଇବା ଉତ୍ସବକୁ ବନ୍ଦ କରିଦିଆଯାଇଛି। ତେବେ କୁହାଯାଉଛି ଯେ ବହୁତ ଜୋରରେ ପବନ ହେଉଥିବା କାରଣରୁ ପିଲାଟିର କମର ଚାରିପଟେ ଗୁଡି ଗୁଡେଇ ହୋଇଯାଇଥିଲା ଯାହା ପରେ ଏମିତି ଏକ ବଡ ଅଘଟଣ ଘଟିଗଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.