ଲାଇଭ କ୍ଲାସରେ ଶିକ୍ଷକଙ୍କ ଚପଲରେ ମାଡ଼ ମାରିଲା ଛାତ୍ର, ଭିଡିଓ ହେଉଛି ଭାଇରାଲ

ହଠାତ ଜଣେ ଛାତ୍ର ନିଜ ଶିକ୍ଷକଙ୍କୁ ଚପଲରେ ବାଡ଼େଇବାକୁ ଲାଗିଥିଲା । ଶିକ୍ଷକ ଜଣଙ୍କ ବି କିଛି ବୁଝି ପାରି ନଥିଲେ । ହଜାର ହଜାର ଛାତ୍ର ନିଜ ମୋବାଇଲରେ କ୍ଲାସ କରୁଥିବାବେଳେ ଦେଖିବାକୁ ପାଇଥିଲେ ଏମିତି କିଛି ଦୃଶ୍ୟ ।

ଶିକ୍ଷକଙ୍କୁ ଚପଲରେ ମାଡ଼ ମାରିଲା ଛାତ୍ର । ଲାଇଭ କ୍ଲାସରେ ହେଲା ଏମିତି । ହଠାତ ଜଣେ ଛାତ୍ର ନିଜ ଶିକ୍ଷକଙ୍କୁ ଚପଲରେ ବାଡ଼େଇବାକୁ ଲାଗିଥିଲା । ଶିକ୍ଷକ ଜଣଙ୍କ ବି କିଛି ବୁଝି ପାରି ନଥିଲେ । ହଜାର ହଜାର ଛାତ୍ର ନିଜ ମୋବାଇଲରେ କ୍ଲାସ କରୁଥିବାବେଳେ ଦେଖିବାକୁ ପାଇଥିଲେ ଏମିତି କିଛି ଦୃଶ୍ୟ । ଛାତ୍ର ଜଣଙ୍କ ଏମିତି କାହିଁକି କଲେ ? ଏହା ପଛରେ କାରଣ କଣ । ଶିକ୍ଷକ ଲାଇଭ କ୍ଲାସରେ ଥିବା ସମୟରେ ଏପରି କାହିଁକି ହେଲା ? ବର୍ତ୍ତମାନ ଏମିତି ଅନେକ ପ୍ରଶ୍ନ ଉଠିଛି ।

ଗୁରୁ ବିଦ୍ୟା ଦାନ କରନ୍ତି । ଗୁରୁଙ୍କ ସର୍ବୋଚ୍ଚ ଆସନରେ ରଖାଯାଇଥାଏ । ଗୁରୁଙ୍କୁ ସମ୍ମାନ ଦେବା ପାଇଁ ଗୁରୁ ଦିବସ ମଧ୍ୟ ପାଳନ କରାଯାଏ । କିନ୍ତୁ ବର୍ତ୍ତମାନର ଭାଇରାଲ ଭିଡିଓ ଦେଖିବା ପରେ ସବୁ କିଛି ଫିକା ପଡ଼ି ଯାଇଛି । ଫିଜିକ୍ସ ଓ୍ଵାଲା ନାମକ ଏକ ୟୁଟ୍ୟୁବ୍‌ ଚ୍ୟାନେଲରେ ଲାଇଭ କ୍ଲାସ ଚାଲୁଥିବାବେଳେ ଏମିତି ଘଟଣା ଘଟିଯାଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଶିକ୍ଷକଙ୍କୁ ତାଙ୍କ ନିଜ ଛାତ୍ର ଚପଲରେ ମାରିବା ଘଟଣା ନିଶ୍ଚିତ ଭାବେ ନିନ୍ଦନୀୟ । ତେବେ ଛାତ୍ର ଜଣଙ୍କ ଏପରି କାହିଁକି କଲେ ତାର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ ।

ଆପଣ ଏହି ଭିଡିଓରେ ଦେଖି ପାରିବେ କିପରି ଛାତ୍ର ଜଣଙ୍କ ଲାଇଭ କ୍ଲାସରେ ଆସି ଶିକ୍ଷକଙ୍କୁ ଚପଲରେ ବାଡ଼େଇଛନ୍ତି । ଅନେକ ଛାତ୍ର ଘରେ ବସି ଲାଇଭ କ୍ଲାସ କରୁଥିବାବେଳେ ଏଭଳି ଦୃଶ୍ୟ ଦେଖିବାକୁ ପାଇଥିଲେ ଏବଂ ଲାଇଭ୍‌ ଷ୍ଟ୍ରିମିଂ ସମୟରେ ଜଣେ ଛାତ୍ର ଏହି ଭିଡିଓ ରେକର୍ଡ କରିଛନ୍ତି । ‘ଘର କେ କଲେସ’ ନାମକ ଏକ ଟ୍ଵିଟର ଆକାଉଣ୍ଟରୁ ଏହି ଭିଡିଓ ସେୟାର କରାଯାଇଛି ।

ଭାଇରାଲ ହୋଇଥିବା ଏହି ଭିଡିଓରେ ଶିକ୍ଷକ ଶାନ୍ତିରେ ପାଠ ପଢ଼ାଉଥିବା ଦେଖାଯାଇଛି । ପରେ ଜଣେ ଛାତ୍ର ହଠାତ୍ ତାଙ୍କୁ ଆକ୍ରମଣ କରି ଚପଲ ଓ ଚାପୁଡ଼ା ମାରିବା ସହ ତାଙ୍କୁ ନିର୍ଦ୍ଦୟ ଭାବରେ ପିଟିବା ଆରମ୍ଭ କରିଥିଲା । ଶିକ୍ଷକ ନିଜକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିବା ମଧ୍ୟ ଦେଖାଯାଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ‘ଘର କେ କଲେଶ’ ନାମକ ଏକ ଆକାଉଣ୍ଟରୁ ଏହି ଭିଡିଓ ସେୟାର କରାଯାଇଛି । ଏହା ଅପଲୋଡ୍ ହେବା ପରଠାରୁ ଅନେକ ଲୋକ ଏହାକୁ ଦେଖି ସାରିଛନ୍ତି । ଅନେକ ଲୋକ କମେଣ୍ଟରେ କ’ଣ ହୋଇଛି ବୋଲି ପଚାରିଛନ୍ତି ।

ସୂଚନା ଥାଉକି, ପୂର୍ବରୁ ମଧ୍ୟ ଏହି ଏହି ଫିଜିକ୍ସ ଓ୍ଵାଲା ଆକାଉଣ୍ଟ ବିବାଦରେ ରହିଥିଲା । ଫିଜିକ୍ସ ୱାଲାର ପ୍ରସିଦ୍ଧ ଶିକ୍ଷକ ତରୁଣ କୁମାର, ମନୀଷ ଦୁବେ ଏବଂ ସର୍ଭେଶ ଦୀକ୍ଷିତ କମ୍ପାନୀର ଫାଉଣ୍ଡର ଅଲଖ ପାଣ୍ଡେଙ୍କ ସହ ବିବାଦ ହେବାପରେ ପ୍ଲାଟଫର୍ମ ଛାଡି ଦେଇଥିଲେ। ଅନ୍ୟ ଏକ ଭିଡିଓରେ ଉକ୍ତ ଶିକ୍ଷକମାନେ କାନ୍ଦିବାକୁ ଲାଗିଥିଲେ । ଏଭଳି ଭାବେ ଏହି ଫିଜିକ୍ସ ଓ୍ଵାଲା ଆକାଉଣ୍ଟ ସବୁବେଳେ ଚର୍ଚ୍ଚାକୁ ଆସୁଛି । ତେବେ ଜଣେ ଶିକ୍ଷକଙ୍କୁ ଛାତ୍ର ଚପଲରେ ବାଡ଼େଇବା କେତେଦୂର ଠିକ୍‌ ତାହା ଆପଣ ହିଁ ବିଚାର କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.