‘ୱାଗନର’ ମୁଖ୍ୟ ୟେଭଗେନି ପ୍ରିଗୋଜିନ୍‌ଙ୍କ ବିମାନ କିପରି କ୍ରାସ୍‌ ହେଲା…ଏବେ ନିଜେ ଜଣାଇଲେ ଭ୍ଲାଦିମିର୍‌ ପୁଟିନ୍‌

ରୁଷର ବେସରକାରୀ ସାମରିକ କମ୍ପାନୀ ‘ୱାଗନର’ର ମୁଖ୍ୟ ୟେଭଗେନି ପ୍ରିଗୋଜିନ୍‌ଙ୍କ ରହସ୍ୟମୟ ମୃତ୍ୟୁ କିପରି ହେଲା, ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ବିମାନ ଦୁର୍ଘଟଣାର ତଦନ୍ତ ଚାଲିଛି। ଏହାରି ଭିତରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ବିମାନରେ ଗ୍ରେନେଡ ବିସ୍ଫୋରଣ ହେତୁ ପ୍ରିଗୋଜିନ୍‌ଙ୍କ ମୃତ୍ୟୁ ଘଟିଛି।

ରୁଷର ବେସରକାରୀ ସାମରିକ କମ୍ପାନୀ ‘ୱାଗନର’ର ମୁଖ୍ୟ ୟେଭଗେନି ପ୍ରିଗୋଜିନ୍‌ଙ୍କ ରହସ୍ୟମୟ ମୃତ୍ୟୁ କିପରି ହେଲା, ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ବିମାନ ଦୁର୍ଘଟଣାର ତଦନ୍ତ ଚାଲିଛି। ଏହାରି ଭିତରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ବିମାନରେ ଗ୍ରେନେଡ ବିସ୍ଫୋରଣ ହେତୁ ପ୍ରିଗୋଜିନ୍‌ଙ୍କ ମୃତ୍ୟୁ ଘଟିଛି।

ତାଙ୍କ କହିବା ହେଲା, ଗ୍ରେନେଡ ବିସ୍ଫୋରଣ ଯୋଗୁ ବିମାନ କ୍ରାସ୍‌ ହୋଇଥିଲା ଏବଂ ଆକାଶରୁ ତଳକୁ ଖସିପଡିଥିଲା। ଏହି ଦୁର୍ଘଟଣାରେ ପ୍ରିଗୋଜିନ୍‌ଙ୍କ ସହ ତାଙ୍କର ଘନିଷ୍ଠ କମାଣ୍ଡର ଏବଂ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା। ବିଦ୍ରୋହ ପରେ ପ୍ରିଗୋଜିନ୍‌ଙ୍କ ଲୋକପ୍ରିୟତା ବଢ଼ୁଥିବା କାରଣରୁ ପୁଟିନ ତାଙ୍କର ହତ୍ୟା କରାଇଥିବା କୁହାଯାଉଥିଲା।

ଏହି ଦୁର୍ଘଟଣା ୨୦୨୩ ଅଗଷ୍ଟ ୨୩ରେ ହୋଇଥିଲା। ବ୍ରାଜିଲ ନିର୍ମିତ ଏମ୍ବ୍ରାୟର ଲିଗେସୀ ୬୦୦ ଜେଟ ମସ୍କୋର ଉତ୍ତରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମୁତାବକ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଶରୀରରେ ହ୍ୟାଣ୍ଡ ଗ୍ରେନେଡର କିଛି କଣିକା ମିଳିଛି। ଦୁର୍ଘଟଣାର ତଦନ୍ତ କରୁଥିବା ବିଶେଷଜ୍ଞମାନଙ୍କୁ ବିମାନରେ କୌଣସି ବାହ୍ୟ ପ୍ରଭାବର କିଛି ପ୍ରମାଣ ମିଳିନାହିଁ।

ଏବେ ପୁଟିନଙ୍କ ବୟାନରୁ ସଙ୍କେତ ମିଳୁଛି ଯେ ଗ୍ରେନେଡ ବିସ୍ଫୋରଣ ହେତୁ ବିମାନଟି ଖସି ଥାଇପାରେ। ଯଦିଓ ପ୍ରିଗୋଜିନ୍‌ଙ୍କ ମୃତ୍ୟୁର ତଦନ୍ତ ଜାରି ରହିଛି। ଏ ନେଇ ଅଫିସିଆଲି ଭାବେ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ।

ଆମେରିକୀୟ ଗୁଇନ୍ଦା ରିପୋର୍ଟରେ ଦାବି କରାଯାଇଛି ଯେ ଜାଣିଶୁଣି ବିମାନରେ ବିସ୍ଫୋରଣ କରାଯାଇଛି। ତେବେ ସେପଟେ ପ୍ରିଗୋଜିନ୍‌ଙ୍କ ମୃତ୍ୟୁରେ ପୁଟିନ୍‌ ପ୍ରଶାସନ କୌଣସି ବି ପ୍ରକାର ସମ୍ପୃକ୍ତିକୁ ଅସ୍ୱୀକାର କରିଛି। ରୁଷ୍‌ ପୁଟିନଙ୍କୁ ଏହି ଦୁର୍ଘଟଣା ସହ ଯୋଡ଼ିବା ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.