କାହିଁକି ମା’ଙ୍କ ମୂର୍ତ୍ତି ନିର୍ମାଣ ପାଇଁ ବେଶ୍ୟାଳୟରୁ ଅଣାଯାଏ ମାଟି ? ଜାଣନ୍ତୁ ରହସ୍ୟ

ଆମ ସମାଜରେ ଦେହଜୀବୀମାନଙ୍କୁ ଏକ ଆଶ୍ଚର୍ୟ୍ୟ ଜନକ ଚାହାଣିରେ ଅନାଇଥାଏ ମଣିଷ। କହିବାକୁ ଗଲେ ବେଶ୍ୟା ମାନଙ୍କୁ ପ୍ରଧାନ୍ୟ ଦିଆଯାଏ ନାହିଁ । କିନ୍ତୁ ଥରେ ହେଲେ ଆପଣ ମାନେ ଭାବିଛନ୍ତି କି, ନବରାତ୍ରୀରେ ମା’ଙ୍କ ମୂର୍ତ୍ତି ଯାହା ତିଆରି ହୋଇଥାଏ ତା‘ପାଇଁ ମାଟି ବେଶ୍ୟାଳୟରୁ ହିଁ କାହିଁକି ଅଣାଯାଇଥାଏ ? କ’ଣ ପାଇଁ ମା‘ଙ୍କ ପ୍ରତିମା ବେଶ୍ୟାଳୟର ମାଟିରେ ହିଁ ତିଆରି ହୋଇଥାଏ ? ବହୁତ ସିନେମାରେ ଏହି ବିଷୟରେ ଦେଖାଯାଇଛି । ଏମିତି ଅନେକ ଲୋକ ଅଛନ୍ତି ଯେଇଁ ମାନେ ଏହାର କାରଣ ଓ ଏହାର ମାନ୍ୟତା ବିଷୟରେ ମଧ୍ୟ ଜାଣି ନାହାନ୍ତି । ତ’ ଆସନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହା ପଛର ପୌରାଣିକ କାରଣ, ଏହାର ମାନ୍ୟତା ଏବଂ ଏହାର ମହତ୍ତ୍ୱ ବିଷୟରେ ।

କ’ଣ ରହିଛି ଏହା ପଛର ମାନ୍ୟତା 

କିଛି ପୌରାଣିକ ଓ ଶାରଦା ତିଲକ, ମହାମନ୍ତ୍ର ମହାନଭାବ, ମନ୍ତ୍ର ମହୋଦଧୀ ଗ୍ରନ୍ଥରେ ଏହି ସବୁ କଥା ସୃଷ୍ଟି ହୋଇଛି । ବଙ୍ଗଳା ମାନ୍ୟତାର କଥା କହିବା ତ ଏମାନଙ୍କ ଅନୁସାରେ ଗୋ-ମୂତ୍ର, ଗୋବର, କାଠ, କୁଟା, ସିନ୍ଦୁର, ତିଲକ୍, ପବିତ୍ର ନଦୀର ମାଟି, ବନସ୍ପତି ଘିଅ ଓ ଜଳ ସହ ଅପବିତ୍ର ମାଟି ଯାହା ବେଶ୍ୟାଳୟରୁ ହିଁ ଅଣାଯାଇଥାଏ ଏସବୁର ସମାବେଶରେ ମା’ଙ୍କ ମୂର୍ତ୍ତି ତିଆରି ସର୍ବଶ୍ରେଷ୍ଠ ବୋଲି ଏଠିକାର ଲୋକ ମାନିଥାନ୍ତି ।

କୋଲକାତାର କୁମାର୍ ତାଲୁ ଇଲାକାରେ ଭାରତର ସବୁଠାରୁ ଅଧିକ ମା’ଙ୍କ ମୂର୍ତ୍ତି ତିଆରି ହୋଇଥାଏ ଓ ମାଟି ପାଇଁ ସୋନାଗାଚ୍ଚିର ମାଟି ହିଁ ଆସିଥାଏ । ସୋନାଗାଚ୍ଚିର ଇଲାକା ବିଷୟରେ ତ‘ ଆପଣ ମାନେ ଜାଣିଥିବେ ଏହି ଇଲାକାଟି କୋଲକାତାର ସବୁଠାରୁ ବଡ ରେଡ୍ ଲାଇଟ୍ ଏରିଆ ଯେଉଁ ଠାରେ ଦେହ ବେପାର ଚାଲିଥାଏ ।

ସାମାଜିକ କାରଣ 

ମା’ଙ୍କ ମୂର୍ତ୍ତିର ନିର୍ମାଣ କାର୍ୟ୍ୟ ସମ୍ପୁର୍ଣ୍ଣ କରିବା ପାଇଁ ବେଶ୍ୟାଳୟରୁ ମାଟି ଅଣାଯାଏ ଏହା ସମାଜର ସୁଧାର ଆଣିବାରେ ମଧ୍ୟ ସହାଯ୍ୟ କରିଥାଏ । ଯେଉଁ ମହିଳା ମାନେ ପୁରୁଷଙ୍କ ଭୁଲ୍ ପାଇଁ ଦୋଷ ଭୋଗି ଥାନ୍ତି ସେହି ମାନଙ୍କର ସମ୍ମାନ ପାଇଁ ଏପରି କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.