ଜେଲ ଭିତରେ ପାର୍ଟି! କଏଦୀଙ୍କ ସାମ୍ନାରେ ଅତି କଦର୍ଯ୍ୟ ଭାବେ ନାଚୁଥିଲେ ମହିଳା ଡ୍ୟାନ୍ସର; ଲିକ୍ ଭିଡିଓ ଖୋଲିଦେଲା ସବୁ ପୋଲ୍

ବ୍ରାଜିଲର ଏକ ଜେଲ ଭିତରୁ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଏଠାରେ ପୁରୁଷ ଅନ୍ତେବାସୀମାନଙ୍କୁ ମହିଳା ଡ୍ୟାନ୍ସର ମନୋରଞ୍ଜନ କରୁଥିବାର ଦେଖା ଯାଉଛି। ଏହି ଫୁଟେଜଟି ଲିକ୍ ହେବା ପରେ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରାଲ ହେଉଛି, ଯେଉଁ କାରଣରୁ ଜେଲର ଅଧିକାରୀମାନଙ୍କୁ ଲଜ୍ଜିତ ହେବାକୁ ପଡ଼ିଛି। ୧୭ ସେକେଣ୍ଡର ଏହି ଫୁଟେଜ୍ ବ୍ରାଜିଲର ପେରନାମବୁକୋରେ ଗୋଇୟାନାର ପବ୍ଲିକ୍ କାରାଗାରରେ ଆୟୋଜିତ ଖ୍ରୀଷ୍ଟମାସ ପୂର୍ବ ସନ୍ଧ୍ୟାର ପାର୍ଟି। ଏହି ପାର୍ଟି ପାଇଁ ଦୁଇ ଜଣ ଯୁବତୀଙ୍କୁ ନାଚିବାକୁ ଡକା ଯାଇଥିଲା, ଯେଉଁମାନେ ବନ୍ଦୀମାନଙ୍କ ପାଇଁ ଡ୍ୟାନ୍ସ କରୁଥିବାର ଏବଂ ଠୁମ୍କା ଲଗାଉଥିବାର ଦେଖା ଯାଇଥିଲା।
ଏହି ଫୁଟେଜକୁ କଏଦୀମାନେ ନିଜେ ମୋବାଇଲ୍ ଫୋନରେ ରେକର୍ଡ କରିଥିଲେ ଏବଂ ସେହି ଦିନ ରାତିରେ ହିଁ ଏହା ଲିକ୍ ହୋଇ ଯାଇଥିଲା, ଯାହାକି କିଛି ଦିନ ଭିତରେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଥିଲା। ଜେଲ ଭିତରେ ଚାଲିଥିବା ଏହି ଡ୍ୟାନ୍ସ ପାର୍ଟିର ଫୁଟେଜ ଚାରିଆଡ଼େ ଛାଇ ଯାଇଥିଲା। ଏହା ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲା, ଯାହା ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ପାର୍ଟିର ଫୁଟେଜକୁ ଏକାଧିକ ଟ୍ୱିଟର ଆକାଉଣ୍ଟରେ ସେୟାର କରାଯାଇଥିଲା। ବ୍ରାଜିଲର ଚାମ୍ବର ଅଫ୍ ଡେପ୍ୟୁଟିଜ୍ର ସଦସ୍ୟ ଭାବରେ ନିର୍ବାଚିତ ଅଧିକାରୀ କାର୍ଲୋସ୍ ଜୋର୍ଡି ମଧ୍ୟ ଏହି ଭିଡିଓ ସେୟାର କରିଛନ୍ତି। ଜୋର୍ଡି ନିଜ ପୋଷ୍ଟରେ ଲେଖିଛନ୍ତି, ‘ବନ୍ଦୀ ଏବଂ ମହିଳାମାନଙ୍କ ଭିତରେ ପାର୍ଟି ଚାଲିଥିଲା। ଏହା ସବୁ ପେରନାମବୁକୋର ଏକ ଜେଲରେ ହେଉଥିଲା। କିଏ ରେକର୍ଡ କରିଛି? ନିଜେ ବନ୍ଦୀମାନେ। ଆମ ଆଇନ ବ୍ୟବସ୍ଥା ଏକ ପରିହାସ’।
ପରିଣାମସ୍ୱରୂପ ଜେଲର ଜଣେ କର୍ମଚାରୀଙ୍କୁ ସେବାରୁ ବରଖାସ୍ତ କରି ଦିଆଯାଇଛି ଏବଂ ଅଧିକାରୀମାନେ ତିନି ଜଣ କଏଦୀଙ୍କୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରି ଦେଇଛନ୍ତି। ଅଧିକାରୀମାନେ କହିଥିଲେ କି, କଏଦୀମାନେ ପାର୍ଟି ପାଇଁ ମହିଳା ଡ୍ୟାନ୍ସରଙ୍କୁ ଡକାଇଥିଲେ। ଜେଲରେ ୧୦୫ ଜଣ କଏଦୀ ଅଛନ୍ତି, କିନ୍ତୁ କେତେ ଜଣ ଲୋକ ପାର୍ଟିରେ ସାମିଲ ଥିଲେ, ତାହା ଜଣା ପଡିନାହିଁ। ପବ୍ଲିକ ସେକ୍ଟରର ଜଣେ କର୍ମଚାରୀ, ଯିଏ ବନ୍ଦୀମାନଙ୍କୁ ପାର୍ଟି ଆୟୋଜନ କରିବାରେ ସାହାଯ୍ୟ କରିଥିଲେ, ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି।
Festa com MC e mulheres rebolando até o chão. Não foi em um baile funk, foi numa cadeia em Pernambuco. Quem gravou? Os próprios presos. Nosso sistema penitenciário é uma piada! pic.twitter.com/WqA6RZmVou
— Carlos Jordy (@carlosjordy) December 28, 2021