Below header

ଜାତିରେ କୁକୁର ହେଲେବି ମାନିବାକୁ ପଡିବ ତା’ ବୁଦ୍ଧିକୁ, ମାଲିକକୁ ସାହାଯ୍ୟ କରିବା ପାଇଁ କଲା ଅଜବ ଯୁଗାଡ଼; ଦେଖନ୍ତୁ ଭିଡିଓ

ସ୍ମାର୍ଟ ଫୋନ ଆସିବା ପରେ ସାଧାରଣ ଲୋକଟିଏବି ଆଜି ବହୁତ ବୁଦ୍ଧିଆ ହୋଇଗଲାଣି । ତାର ବୁଦ୍ଧି କୌଣସି ପାଠୁଆଠାରୁ କମ୍‌ ବି ନୁହେଁ। ସେହିପରି ପଶୁ ପକ୍ଷୀ ମାନଙ୍କ ମଧ୍ୟରେ ବି ଦେଖାଯାଉଛି । ସେମାନେ ବି ଦିନକୁ ଦିନ ବହୁତ ଚତୁର ହେବାରେ ଲାଗିଛନ୍ତି । ନିକଟରେ ଏକ କୁକୁରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଗୋଟିଏ କୁକୁର ତାର ମାଲିକକୁ ବହୁତ ସାହାଯ୍ୟ କରୁଥିବା ଦେଖାଯାଇଛି । ଜାତିରେ କୁକୁର ହେଲେବି କ’ଣ ହେବ ବୁଦ୍ଧିକୁ କିନ୍ତୁ ମାନିବାକୁ ପଡିବ ।

ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଟିଏ କୁକୁର ତାର ମାଲିକଙ୍କ ସହ କାମ କରିବାରେ ସାହାଯ୍ୟ କରୁଛି। କାର୍ଯ୍ୟକୁ ସହଜ କରିବାକୁ, କୁକୁର ଏକ କୌଶଳ ବ୍ୟବହାର କରୁଛି ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି କୁକୁର ସର୍ବୋତ୍ତମ ଜୁଗାଡ୍ ବାହାର କରି ମାଲିକକୁ ସାହାଯ୍ୟ କରୁଛି । ଯେଉଁଥିପାଇଁ ସୋସିଆଲ ମିଡିଆରେ କୁକୁରକୁ ବହୁତ ପସନ୍ଦ କରାଯାଉଥିବାବେଳେ ଅନେକ ଉପଭୋକ୍ତା ଏହାକୁ ‘ଜୁଗଡୁ ଡଗି’ ବୋଲି କହୁଛନ୍ତି ।

ଏହି ଭିଡିଓ ରେଡ୍ଡିଟ୍ ରେ ସେୟାର କରାଯାଇଛି। ଭିଡିଓ ସହିତ ଥିବା କ୍ୟାପସନରେ ଲେଖାଥିଲା, ‘ସ୍ମାର୍ଟ କୁକୁର ତାର ମାଲିକକୁ ଟାୟାର ନେବାରେ ସାହାଯ୍ୟ କରୁଛି ଏବଂ ଗୋଟିଏ ଥରରେ ଚାରୋଟି ଟାୟାର କିପରି ଏକାଠି ନେବ ସେଥିପାଇଁ ଚିନ୍ତା କରୁଛି । ଭିଡିଓରେ ଆପଣ ଜଣେ ପୁରୁଷକୁ କୁକୁର ମୁହଁରେ ଚାରିଟି ଟାୟାର ଧରିଥିବାର ଦେଖିପାରିବେ। ପ୍ରଥମେ କୁକୁର ସେ ଟାୟାର ଗୁଡ଼ିକୁ ଦେଖୁଛି, ତା’ପରେ ପାଟିରେ ଧରିବା ପାଇଁ ସେଗୁଡ଼ିକୁ ଏକାଠି କରିବାକୁ ଚେଷ୍ଟା କରୁଛି। ଶୀଘ୍ର ସେ ସମସ୍ତ ଟାୟାରକୁ ଥରେ ପାଟିରୁ ଉଠାଇ ତା’ର କାମ ସାରିଦେଉଛି ।

ଡଗୀଙ୍କ ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଅଧିକାଂଶ ଉପଭୋକ୍ତା ଏହି ଭିଡିଓ ଦେଖିବା ପରେ ନିଜ ହସକୁ ରୋକି ପାରୁନାହାନ୍ତି । ଏଭଳି ପରିସ୍ଥିତିରେ ଅନେକ ଉପଭୋକ୍ତା ଏହାକୁ ସ୍ମାର୍ଟ କୁକୁର ବୋଲି କହୁଛନ୍ତି ତ’ ଆଉ କିଏ ଏହାକୁ ଜୁଗଡୁ ଡଗି ବୋଲି ମଧ୍ୟ କହୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.