ହନିମୁନରୁ ଫେରିବା ପରେ ମେହେନ୍ଦୀ ଫଟୋ ସେୟାର କଲେ କ୍ୟାଟ୍ରିନା, ଏବେ ଫ୍ୟାନ୍ସ ଖୋଜୁଛନ୍ତି ବିକ୍କିଙ୍କ ନାମ

ବଲିଉଡର ନବ ବିବାହିତ ଦମ୍ପତ୍ତି କ୍ୟାଟ୍ରିନା କୈଫ୍‌ ଓ ବିକ୍କି ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇସାରିଛନ୍ତି। ଦୁହେଁ ରାଜସ୍ଥାନରୁ ବିବାହ ସାରି ମୁମ୍ବାଇ ଫେରି ଆସିଛନ୍ତି । ବର୍ତ୍ତମାନ ଦୁହେଁ ତାଙ୍କର ଦାମ୍ପତ୍ୟ ଜୀବନକୁ ଉପଭୋଗ କରୁଛନ୍ତି । ବିବାହ ପରେ ଦୁହେଁ ବିବାହ ସହ ଜଡିତ ଅନେକ ଫଟୋ ମଧ୍ୟ ସେୟାର କରିଛନ୍ତି । ନିକଟରେ କ୍ୟାଟ୍ରିନା ଏବେ ଏକ ଇନଷ୍ଟଗ୍ରାମରେ ଫଟୋ ସେୟାର କରିଛନ୍ତି । ଯେଉଁଥିରେ କ୍ୟାଟ୍ରିନା ତାଙ୍କ ହାତର ମେହେନ୍ଦି ଦେଖାଇଛନ୍ତି ।

କ୍ୟାଟ୍ରିନାଙ୍କ ଏହି ଫଟୋ ପୋଷ୍ଟ ଭାଇରଲ ହେଉଛି। ଏହି ଫଟୋ ଦେଖି ଫ୍ୟାନ୍ସ ଏବଂ ସେଲିବ୍ରିଟି କମେଣ୍ଟ କରୁଛନ୍ତି। ଅନେକ ଏଥିରେ ବିକ୍କିଙ୍କ ନାମ ଖୋଜୁଛନ୍ତି। ସେହି ଫଟୋରେ କ୍ୟାଟ୍ରିନା ସମୁଦ୍ର କୂଳର ବସିଥିବା ନଜର ଆସିଛନ୍ତି। କ୍ୟାଟ୍ରିନା ଫଟୋ ସେୟାର କରିବା ମାତ୍ରେ ଅନେକ ଫ୍ୟାନ୍ସମାନେ ପଚାରିଥିଲେ ବିକ୍କିଙ୍କ ନାମ କେଉଁଠାରେ? ଫଟୋ ସହିତ ହ୍ୟାଟ୍ରିନା ହାର୍ଟ ଇମୋଜୀ ମଧ୍ୟ ପୋଷ୍ଟ କରିଛନ୍ତି। ଆଉ ପୋଷ୍ଟରେ ଫଟୋ ସହିତ ଗୀତ ମଧ୍ୟ ସେୟାର କରିଛନ୍ତି।

 

View this post on Instagram

 

A post shared by Katrina Kaif (@katrinakaif)

କ୍ୟାଟ୍ରିନାଙ୍କ ବିବାହ ଫଟୋ ସମସ୍ତଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଏବେ ନୂଆ ବୋହୂ କ୍ୟାଟ୍ରିନାଙ୍କ ପ୍ରଥମ ରୋଷେଇ ରସମ୍‌ ବି ଶେଷ ହୋଇଛି। ଯାହାର ଫଟୋକୁ କ୍ୟାଟ୍ରିନା ନିଜ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲରେ ସେୟାର କରିଛନ୍ତି। କ୍ୟାଟ୍ରିନା ଶାଶୁ ଘରେ ତିଆରି କରିଥିବା ପ୍ରଥମ ଡିସ୍‌ ହାଲୁଆର ଫଟୋ ସେୟାର କରିଛନ୍ତି। ଏହାକୁ ନେଇ ବିକ୍କି କିଛି ସମୟରେ ପୋଷ୍ଟ କରି ଲେଖିଥିଲେ- ବେଷ୍ଟ ହଲଓ୍ଵା ଏଭର।

ଖବର ମୁତାବକ, ବିକ୍କି ଏବଂ କ୍ୟାଟ୍ରିନାଙ୍କ ବିବାହ ପରେ ସିଧା ମାଲଦ୍ୱୀପକୁ ଯାଇଥିଲେ। ହନିମୁନ୍‌ରୁ ଫେରିବା ପରେ ବିକ୍କି ଏବଂ କ୍ୟାଟ୍ରିନା ମୁମ୍ବାଇରେ ସ୍ପଟ୍‌ ହୋଇଥିଲେ । କ୍ୟାଟ୍ରିନା ଖୁବ୍ ଶୀଘ୍ର ସଲମାନ ଖାନଙ୍କ ସହ ‘ଟାଇଗର’ ‘ପାଇଁ ସୁଟିଂ ଆରମ୍ଭ କରିବେ। ଫିଲ୍ମର ପରବର୍ତ୍ତୀ କାର୍ଯ୍ୟସୂଚୀ ଦିଲ୍ଲୀରେ ସୁଟିଂ ହେବ।

ସୂଚନାଯୋଗ୍ୟ ଯେ କ୍ୟାଟ୍ରିନା ଓ ବିକ୍କି ଗୋଟିଏ ବି ଫିଲ୍ମ ଏକାଠି କରିନଥିଲେ ମଧ୍ୟ ୨୦୧୯ରୁ ପରସ୍ପରକୁ ଡେଟ୍‌ କରୁଛନ୍ତି। ତେବେ ରିପୋର୍ଟ ମୁତାବକ, ବିକ୍କି ଓ କ୍ୟାଟ୍ରିନା ୨୦ ଡିସେମ୍ବର ୨୦୨୧ରେ ମୁମ୍ବାଇର ଜେ.ଡବ୍ଲ୍ୟୁ ମେରିୟଟରେ ବାହାଘରର ଭବ୍ୟ ରିସେପସନ୍‌ ଦେବାକୁ ଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.