ବାପାର ବାହାଘର ନିଶା ଛଡ଼ାଇଦେଲେ ପୁଅ ଝିଅ: ୪ଟି ସ୍ତ୍ରୀରେ ମନ ବୁଝିଲାନି ଯେ ପଞ୍ଚମ ବିବାହ ବେଳେ ଖାଇଲେ ନିର୍ଧୁମ ଛେଚା

ବାପାର ବାହାଘର ନିଶା ଛଡ଼ାଇଦେଲେ ପୁଅ ଝିଅ । ଗୋଟିଏ କି ଦୁଇଟି ନୁହେଁ ଚାରିଟି ପତ୍ନୀଙ୍କୁ ବାହାହୋଇ ମନ ମେଣ୍ଟିଲାନି ଯେ, ପଞ୍ଚମ ନିକାହ ପାଇଁ ବାହାରି ଥିଲେ। ହେଲେ କହନ୍ତିନି ‘ଦିଲ୍‌ ମାଙ୍ଗେ ମୋର୍‌’…କ’ଣ କରିବେ ଅଭ୍ୟାସ ଛାଡି ନ ପାରି ଆଉ ଗୋଟେ ନିକାହ ପାଇଁ ରେଡି ହେଉଥିଲେ। ହେଲେ ଫସର ଫାଟିଲା ସବୁ ଯୋଜନା କାରଣ ଏତିକି ବେଳେ ପହଞ୍ଚିଗଲେ ୭ଟି ଛୁଆ ଆଉ ବାପା ପିଠିରେ ଥୋଇଦେଇ ଗଲେ ଉତ୍ତମମଧ୍ୟମ
। ଉତ୍ତରପ୍ରଦେଶର ସୀତାପୁରରେ ଏପରି ଅଭାବନୀୟ ଘଟଣା ଘଟିଛି । ୭ ଟି ସନ୍ତାନର ବାପା ପଞ୍ଚମ ନିକାହ ପାଇଁ ବାହାରିଥିଲେ, ଆଉ ସେହି ସମୟରେ ସବୁ ପୁଅଝିଅ ମିଶି ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ ।

ଏପରିକି କାହାକୁ ନଜଣାଇ ବିବାହ କରୁଥିବା ବାପା ଉପରେ ହେଲା ମାଡ଼ର ବର୍ଷା । ତେବେ ବାପା ଓ ପିଲାଙ୍କ ମଧ୍ୟରେ ହେଉଥିବା ଗଣ୍ଡଗୋଳ ଦେଖି ଭୟରେ କନ୍ୟା ସେଠାରୁ ଛୁ … ମାରିଥିଲା । ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଉଭୟ ପକ୍ଷଙ୍କୁ ଥାନାକୁ ନେଇ ପଚରାଉଚରା ଆରମ୍ଭ କରିଛି । ଏହି ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ପୋଲିସ ଷ୍ଟେସନକୁ ନେଇ ପଚରାଉଚରା ଆରମ୍ଭ କରିଥିଲା। ପୋଲିସ କହିଛି ଯେ ଯଦି କୌଣସି ଅଭିଯୋଗ ଆସେ ତେବେ ମାମଲା ପଞ୍ଜିକରଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବର୍ତ୍ତମାନ ପୋଲିସ ଉଭୟ ପକ୍ଷ ମଧ୍ୟରେ ଆଲୋଚନା କରୁଛି।

ଏହି ମାମଲାଟି କୋଟୱାଲିର ସର୍ଦ୍ଦାର କଲୋନୀ ଅଞ୍ଚଳର। ୪୫ ବର୍ଷୀୟ ଶଫି ଅହମ୍ମଦ ତାଙ୍କର ପଞ୍ଚମ ନିକାହ ପାଇଁ ସ୍ବପ୍ନ ରାଇଜରେ ବୁଡି ରହିଥିଲେ । କହିବାକୁ ଗଲେ ସେ ଚାରି ଥର ନିକାହ କରିବା ସହ ତାଙ୍କର ମୋଟ୍‌ ୭ ଜଣ ପୁଅଝିଅ ଅଛନ୍ତି । କିନ୍ତୁ ଗତକାଲି ରାତିରେ ଶଫି ଅହମ୍ମଦ ଲୁଚାଚୋରାରେ ବିବାହ କରିବାକୁ ଯାଉଥିଲେ, କିନ୍ତୁ ସେହି ସମୟରେ ତାଙ୍କର ସମସ୍ତ ପିଲା ନିକାହ କରୁଥିବା ସ୍ଥାନରେ ପହଞ୍ଚି ଯାଇଥିଲେ । ଅନ୍ୟପଟେ ସାଥୀରେ ସେମାନଙ୍କ ମା’ ମଧ୍ୟ ଥିଲେ । ତେବେ ବେଗମ୍ ଓ ପିଲାଙ୍କୁ ଦେଖି ଶଫିଙ୍କ ହୋସ ଉଡିଯାଇଥିଲା । ପତ୍ନୀ ଏବଂ ପିଲାମାନେ ନିକାହକୁ ବିରୋଧ କରିବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ବାପାଙ୍କୁ ମାଡ଼ ମାରିବା ପାଇଁ ପଛାଇ ନଥିଲେ ପିଲାମାନେ । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷକୁ ବୁଝାଶୁଝା କରିବା ସହ ଶାନ୍ତ କରିଥିଲା ।

ଅଭିଯୁକ୍ତଙ୍କ ପିଲାମାନେ କହିଛନ୍ତି ଯେ ପିତା ପ୍ରଥମ ବିବାହ କରି ଛାଡ଼ପତ୍ର ଦେବା ପରେ ଦ୍ୱିତୀୟ ବିବାହ କରିଥିଲେ ଆମେ ଦ୍ୱିତୀୟ ମା ୭ଟି ଛୁଆ । ଏହା ପରେ ବାପା ପୁଣି ଥରେ ସମସ୍ତଙ୍କ ଠାରୁ ଲୁଚାଇ ତୃତୀୟ ଏବଂ ଚତୁର୍ଥ ବିବାହ କରିଥିଲେ । ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ବାପା ତାଙ୍କୁ ଗତ କିଛି ମାସ ଧରି ଘର ଖର୍ଚ୍ଚ ମଧ୍ୟ ଦେଉନଥିଲେ ଏବଂ ଏହାରି ଭିତରେ ପଞ୍ଚମ ଥର ପାଇଁ ଗୁପ୍ତରେ ନିକାହ କରି ପୁଣି ନୂଆ ସଂସାର ଗଢ଼ିବା ପାଇଁ ପ୍ରସ୍ତୁତି ଚଳାଇଥିଲେ । ସେମାନଙ୍କ ଅଜାଣତରେ ପୂର୍ବରୁ ସେ ତିନୋଟି ବିବାହ କରିସାରିଛନ୍ତି । ଏବେ ଆଉ ଥରେ ବିବାହ କରିବା ପାଇଁ ଯାଉଥିଲେ । ବାପାର କୌଣସି କର୍ତ୍ତବ୍ୟ ନକରି ଖାଲି ବିବାହ ଉପରେ ବିବାହ କରି ଅୟସ୍‌ କରୁଥିବା ଅଭିଯୋଗ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.