ହ୍ରଦରେ ଗାଁ, ୩୦ ବର୍ଷ ତଳେ ନଦୀରେ ବୁଡିଯାଇଥିଲା

ଦୁନିଆରେ ଅନେକ ସହର ଅଛି ଯାହା ନଦୀ କିମ୍ବା ସମୁଦ୍ର ମଧ୍ୟରେ ଅବଶୋଷିତ ହୋଇଥିବାର କୁହାଯାଏ । ୩୦ ବର୍ଷ ପୂର୍ବେ ଏକ ଗାଁ ପାଣିରେ ବୁଡିଯାଇଥିଲା ,କିନ୍ତୁ ଏବେ ଏହା ପାଣିରୁ ବାହାରି ଆସିଛି । କୁହାଯାଏ ଯେ ୧୯୩୦ ମସିହାରେ ସ୍ପେନରେ ଏକ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ,ଯେଉଁଥିରେ ଏହି ଗାଁ ଜଳମଗ୍ନ ହୋଇଥିଲା । କୁହାଯାଏ ଯେତେବେଳେ ଏହି ହ୍ରଦର ଜଳ କମିଯାଏ , ସେତେବେଳେ ଏହି ଭୁତିୟା ଗାଁ ଦୃଶ୍ୟମାନ ହୁଏ।

ସ୍ପେନର ଲୋବୋଇସରେ ଅବସ୍ଥିତ । ଏହି ଗାଁର ନାମ ହେଉଛି ଆକ୍ରେଡା । ୧୯୯୨ ରେ ଏଠାରେ ଥିବା ଲୋକଙ୍କୁ ଜବରଦସ୍ତ ଅନ୍ୟ ଏକ ସ୍ଥାନକୁ ପଠାଯାଇଥିଲା । କାରଣ ଏଠାରେ ଜଳ ଭଣ୍ଡାର ପାଇଁ ରାସ୍ତା ତିଆରି କରାଯାଉଥିଲା ,ଏହି ଗ୍ରାମଟି ପର୍ତ୍ତୁଗାଲର ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ଜଳମଗ୍ନ ଅଂଚଳରେ ଅବସ୍ଥିତ । ଦିନେ ଜଳଭଣ୍ଡାରରୁ ପାଣି ଛଡା ଯାଇଥିଲା ଯେଉଁଥିପାଇଁ ହଠାତ ଲିମିଆ ନଦୀରେ ଅଚାନକ ପାଣି ବଢ଼ିବାରେ ଲାଗିଲା। ବନ୍ୟା ଯୋଗୁଁ ଅକରେଡୋ ଗାଁ ଏବଂ ଏହାର ଆଖପାଖ ଅଂଚଳ ପାଣିରେ ବୁଡିଯାଇଥିଲା ।

ଏହାପରେ ପ୍ରଶାସନ ଗାଁର ଲୋକଙ୍କୁ ଅନ୍ୟ ଏକ ସ୍ଥାନକୁ ଯିବାକୁ କହିଥିଲେ। କିନ୍ତୁ ଯେତେବେଳେ ଲୋକମାନେ ଏହି କଥାକୁ ମାନି ନଥିଲେ ତାଙ୍କୁ ଗାଁରୁ ଜବରଦସ୍ତ ଖାଲି କରାଯାଇଥିଲା । ଲୋକଙ୍କ କହିବା ଅନୁସାରେ ଏହି ଗାଁ ହ୍ରଦ ଭିତରେ ଲୁଚି ରହିଛି । ଯେତେବେଳେ ଲଣ୍ଡୋସୋ ଜଳ କମିଯାଏ ଏହି ଗାଁ ଦୃଶ୍ୟମାନ ହୁଏ ।

ହ୍ରଦରେ ଜଳ ହ୍ରାସ ପାଇବା ପରେ ଆକ୍ରେଡା ଗାଁ ଦେଖାଯାଏ ,ଦୀର୍ଘ ସମୟ ଧରି ଜଳରେ ବୁଡି ରହିଥିବାରୁ ଲୋକମାନେ ଏହି ଗାଁକୁ ଭୂତଳ ବୋଲି ମଧ୍ୟ କୁହନ୍ତି । ପାଣି ଭିତରୁ ଆକ୍ରେଡା ଗାଁ ବାହାରକୁ ଆସିବା ପରେ ଏଠାରେ ଅବସ୍ଥିତ ଥିବା ଘର ଗୁଡିକ ଅତ୍ୟନ୍ତ ଶୋଚନୀୟ ଦେଖାଯାଇଥାଏ । ହ୍ରଦରେ ଜଳ କମ୍ ଥିବାରୁ ଏହି ଗାଁ ବାହାରକୁ ଆସିଥାଏ ତେଣୁ ସ୍ଥାନାନ୍ତରିତ ହୋଇଥିବା ଲୋକମାନେ ପୁଣି ସେଠାକୁ ଫେରିଆସନ୍ତି । ଲୋକମାନେ କୁହନ୍ତି ଯେ ସେ ନିଜର ଅତୀତକୁ ବଞ୍ଚାଇବାକୁ ଚାଁହୁଛନ୍ତି , ଥରେ ଜଳଭଣ୍ଡାରରେ ଜଳ ବଢିଗଲେ ଗାଁ ପୁଣି ଜଳମଗ୍ନ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.