ମାଂସ ନୁହେଁ ପତ୍ର ଖାଉଛି ସିଂହ, ଜାଣନ୍ତୁ କଣ ରହିଛି କାରଣ

ଏକ ବିଶାଳକାୟ ସିଂହ ଗଛର ପତ୍ର ଭାଙ୍ଗି ଖାଉଥିବାର ନଜର ଆସିଛି । ଯେତେବେଳେ ସେମାନଙ୍କ ପେଟ ଦରଜ କରେ, ସେମାନେ ପାଣି ପରିବର୍ତ୍ତେ ପତ୍ର ଖାଇବାକୁ ପସନ୍ଦ କରିଥାନ୍ତି । ଏହା ଦ୍ୱାରା ସେମାନଙ୍କ ପେଟ ଦରଜରୁ ଅରାମ ମିଳିଥାଏ ।

ସିଂହ ଏକ ମାଂସାହାରୀ ପ୍ରାଣୀ ଏହା ତ ସମସ୍ତେ ଜାଣନ୍ତି । ଜଙ୍ଗଲର ହିଂସ୍ର ପ୍ରାଣୀଭାବେ ଏହା ଅନ୍ୟ ସମସ୍ତ ଜୀବମାନଙ୍କ ଶିକାର କରି ନିଜ ପେଟ ଭରିଥାଏ । କିନ୍ତୁ ଆପଣ କେବେ ସିଂହକୁ ଘାସ ଖାଇବାର ଦେଖିଛନ୍ତି କି? ହୁଏତ ଏଭଳି ଦୃଶ୍ୟ ଆପଣ କେବେ ଦେଖି ନଥିବେ ।ଏଭଳି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ହୋଇଥିବା ଏହି ଭିଡିଓରେ ଏକ ବିଶାଳକାୟ ସିଂହ ଗଛର ପତ୍ର ଭାଙ୍ଗି ଖାଉଥିବାର ନଜର ଆସିଛି । ଏଭଳି ଦୃଶ୍ୟ ଆପଣ ଦେଖିଲେ ମଧ୍ୟ ଆଶ୍ଚଯ୍ୟର୍ ହେବେ । କିନ୍ତୁ ଏହାର କାରଣ ସମ୍ପୂର୍ଣ୍ଣ ଭିନ୍ନ । ତେବେ ଆସନ୍ତୁ ଜାଣିବା ଏହି ମାଂସାହାରୀ ପ୍ରାଣିଟି କାହିଁକି ଗଛର ପତ୍ର ଖାଉଛି ।

ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ଏହି ଭିଡିଓକୁ ଟ୍ଵିଟରରେ ସେୟାର କରିଛନ୍ତି । ଭିଡିଓ ସେୟାର କରି ସେ କ୍ୟାପ୍ସନରେ ଲେଖିଛନ୍ତି ଯେ, ସିଂହ ଅନେକ ସମୟରେ ଘାସ ଏବଂ ପତ୍ର ଖାଇଥାନ୍ତି । ଏହା ଆଶ୍ଚର୍ଯ୍ୟ ହୋଇପାରେ, କିନ୍ତୁ ଏହାର ଅନେକ କାରଣ ରହିଛି । ଯେତେବେଳେ ସେମାନଙ୍କ ପେଟ ଦରଜ କରେ, ସେମାନେ ପାଣି ପରିବର୍ତ୍ତେ ପତ୍ର ଖାଇବାକୁ ପସନ୍ଦ କରିଥାନ୍ତି । ଏହା ଦ୍ୱାରା ସେମାନଙ୍କ ପେଟ ଦରଜରୁ ଅରାମ ମିଳିଥାଏ । ଭାଇରାଲ ହୋଇଥିବା ଭିଡିଓରେ ଆପଣମାନେ ସିଂହଟି କିପରି ଗଛ ଡାଳରୁ ପତ୍ର ଖାଉଛି ତାହା ଦେଖିପାରିବେ ।

ସିଂହ ଘାସ ଏବଂ ପତ୍ର ଖାଇବାର କାରଣ ହେଉଛି, ସିଂହ ଯେତେବେଳେ ଏକ ପଶୁକୁ ଶିକାର କରେ ଏହା ତାର ମାଂସ ସହ କେଶ ଏବଂ ହାଡ଼କୁ ମଧ୍ୟ ଖାଇଥାଏ । ମାଂସ ସହଜରେ ହଜମ ହେଉଥିବା ବେଳେ ଅନ୍ୟ ସମସ୍ତ ଜିନିଷ ସହଜରେ ହଜମ ହୋଇପାରେ ନାହିଁ । ଏହା ଦ୍ୱାରା ସିଂହ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଯାଏ । ଏଥିପାଇଁ ଏମାନେ ପତ୍ର ଏବଂ ଘାସକୁ ଚୋବାଇଥାନ୍ତି । ସେମାନଙ୍କ ହଜମ କରିବା ପ୍ରକ୍ରିୟାରେ ଘାସ ଏବଂ ପତ୍ର ସାହାଯ୍ୟ କରିଥାଏ । ଘାସରେ ଫୋଲିକ ଏସିଡ ରହିଥାଏ, ଯାହା ଡାଏଟରେ ସପ୍ଲିମେଣ୍ଟର କାମ କରିଥାଏ । କୁକୁର ଏବଂ ବିଲେଇ ମଧ୍ୟ ମାଂସ ଖାଇବା ପରେ ସମାନ ଭାବେ ଘାସ ଖାଇଥାନ୍ତି ।

ଭାଇରାଲ ହୋଇଥିବା ଭିଡିଓ ଦେଖି ମୋବାଇଲ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି । କୌଣସି ବ୍ୟକ୍ତିଙ୍କୁ ଏହା ବିଶ୍ୱାସ ହେଉନାହିଁ । ଏହି ଭିଡିଓକୁ ଅନେକ ଭ୍ୟୁଜ୍‌ ମିଳିଥିବା ବେଳେ ଲାଇକ ମଧ୍ୟ ମିଳିଛି । ୟୁଜର୍ସମାନେ କମେଣ୍ଟ ମଧ୍ୟ ଦେଉଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.