ଦୁନିଆର ସବୁଠାରୁ ଲମ୍ବା ଇଂରାଜୀ ଶବ୍ଦ ଯାହାକୁ ଉଚ୍ଚାରଣ କରିବା ପାଇଁ ଲାଗେ ସାଢେ ତିନି ଘଣ୍ଟା

ସାଧାରଣତଃ ଯେଉଁଠି ଲୋକମାନଙ୍କୁ Czechoslovakia (ଚେକୋଶ୍ଲୋବାକୀୟା) ଭଳି ଇଂରାଜୀ ଶବ୍ଦକୁ ପଢ଼ିବାକୁ ମୁସ୍କିଲ ହୋଇଥାଏ ସେଠାରେ ଇଂରାଜୀର ଏପରି ଏକ ଶବ୍ଦ ଅଛି ଯାହାକୁ ଉଚ୍ଚାରଣ କରିବା ପାଇଁ ସାଢେ ତିନି ଘଣ୍ଟା ଲାଗିଥାଏ । ବର୍ତ୍ତମାନ ଆପଣ ଭାବୁଥିବେ କି ଏପରି କେଉଁ ଶବ୍ଦ ଅଛି ଯାହାକୁ ଉଚ୍ଚାରଣ କରିବା ପାଇଁ ଏତେ ସମୟ ଲାଗିବ ? ତାହେଲେ ଆସନ୍ତୁ ଜାଣିବା ଏହି ଇଂରାଜି ଶବ୍ଦ ବିଷୟରେ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଇଂରାଜୀର ସବୁଠାରୁ ଲମ୍ବା ଶବ୍ଦ ୧,୮୯,୮୧୯ ଅକ୍ଷର ବିଶିଷ୍ଟ ଅଟେ ଏବଂ ଆପଣଙ୍କୁ ଏହାର ଠିକ ଉଚ୍ଚାରଣ କରିବା ପାଇଁ ପ୍ରାୟ ସାଢେ ତିନି ଘଣ୍ଟା ସମୟ ଲାଗିବ । ଏହି ଶବ୍ଦଟି ମଣିଷ ଶରୀର ଭିତରେ ଦେଖାଯାଉଥିବା ଟିଟିନ ନାମକ ଏକ ପ୍ରୋଟିନର ରାସାୟନିକ ନାମ ଅଟେ ।

titin

ବୈଜ୍ଞାନିକ ମାନଙ୍କ ମତରେ ମଣିଷ ଶରୀରରେ ୨୦ ଲକ୍ଷରୁ ମଧ୍ୟ ଅଧିକ ପ୍ରୋଟିନ ରହିଥାଏ ଯାହାକି ଅମିନୋ ଏସିଡ ଦ୍ୱାରା ତିଆରି ହୋଇଥାଏ । ମଣିଷ ଶରୀର ମଧ୍ୟରେ ଟିଟିନ ସବୁଠାରୁ ଲମ୍ବା ପ୍ରୋଟିନ ଅଟେ ଯେଉଁଥିରେ ୨୬ ହଜାରରୁ ଅଧିକ ଅମିନୋ ଏସିଡ ରହିଥାଏ ।

ଏହାସହ ପଢନ୍ତୁ ମଣିଷ ଜୀବନ ଭଗବାନଙ୍କ ଦାନ; ଏହାକୁ ଏଭଳି ଭାବେ ଶେଷ କର ନାହିଁ

ପୂର୍ବରୁ ଟିଟିନର ରାସାୟନିକ ନାମକୁ ଇଂରାଜୀ ଶବ୍ଦକୋଷରେ ରଖାଯାଇଥିଲା କିନ୍ତୁ ଯେତେବେଳେ ଏହି ନାମ କାରଣରୁ ଅସୁବିଧା ସୃଷ୍ଟି ହେଲା ସେତେବେଳେ ଏହାକୁ ଶବ୍ଦ କୋଷରୁ ହଟାଇ ଦିଆଗଲା । ବର୍ତ୍ତମାନ ଏହାକୁ କେବଳ ଟିଟିନ ନାମରେ ଜଣାଯାଉଛି ।

୧୯୫୪ ମସିହାରେ ରେଜି ନଟୋରି ନାମକ ଜଣେ ବ୍ୟକ୍ତି ଟିଟିନ ପ୍ରୋଟିନର ଆବିଷ୍କାର କରିଥିଲେ । ଏହାପରେ ୧୯୭୭ ମସିହାରେ କୋଶକ ମାରୁୟମା ଏବଂ ତାଙ୍କର ସହଯୋଗୀମାନେ ମିଶି ଏହା ଉପରେ ଗବେଷଣା କରିଥିଲେ ଏବଂ ଏହି ପ୍ରୋଟିନର ନାମ କୋନୋକ୍ଟିନ ରଖିଥିଲେ । ଏହାର ଦୁଇବର୍ଷ ପରେ କୁଆନ ବାଙ୍ଗ ଏବଂ ତାଙ୍କର ସହଯୋଗୀମାନେ ମଧ୍ୟ ଏହା ଉପରେ ଗବେଷଣା କରିଥିଲେ ଏବଂ ଏହାର ନାମ ଟିଟିନ ରଖିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.