ଛାତ ଉପରୁ ସୁଇମିଂ ପୁଲକୁ ଡେଇଁଲେ ଯୁବତୀ, କିନ୍ତୁ ଘଟିଲା କିଛି ଏମିତି ହସିହସି ବେଦମ ହୋଇଯିବେ ଆପଣ

ସୋସିଆଲ ମିଡିଆରେ ଛାତି ଥରା ଭିଡିଓ ଖୁବ୍‌ ଭାଇରାଲ ହୋଇଥାଏ। ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହେବା ସହିତ ପାଟିରୁ ବାହାରି ପଡିବ ଓଃ ତେରୀ। ଆମେ ଯେଉଁ ଭିଡିଓ ଏବେ ଦେଖାଇବାକୁ ଯାଉଛୁ ତାକୁ ଦେଖିଲେ ଆପଣ ନିଶ୍ଚିତ ଭାବରେ ଚମକି ପଡିବେ।

ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ଯୁବତୀ ପୁଲକୁ ଡେଉଁଛନ୍ତି କିନ୍ତୁ ଡେଇଁବା ପୂର୍ବରୁ ସେ ଛାତରେ ବାଡେଇ ଯାଉଛନ୍ତି ଆଉ କାଚି ହୋଇ ତଳେ ପଡୁଛନ୍ତି। ଏତେ ଜୋରସେ ବାଡେଇ ହୋଇ ପଡୁଛନ୍ତି ଯେ ପାଖରେ ଥିବା ଲୋକେ ବି ଚମକି ପଡୁଛନ୍ତି। ତେବେ ପାଣିରେ ପଡିବା ପରେ ଯୁବତୀ ଜଣଙ୍କ ଲାଜରେ ହସି ଦେଉଛନ୍ତି।


ତେବେ ଏହି ଭିଡିଓ ଆମେରିକାର ବୋଲି ଜଣାପଡିଛି। ଛାତି ଥରାଇ ଦେଉଥିବା ଏହି ଭିଡିଓ ଦେଖିଲେ ଆପଣ ଚମକି ପଡିବେ ନିଶ୍ଚୟ। କିନ୍ତୁ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଲୋକେ ମଧ୍ୟ ଭିଡିଓ ଦେଖିବା ପରେ ଅନେକ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.