Below header

ରାଜ୍ୟରେ ପ୍ରାଥମିକ ପର୍ଯ୍ୟାୟରେ ପହଞ୍ଚିଲା ୨୦ ହଜାର ଆଣ୍ଟିଜେନ ଟେଷ୍ଟ କିଟ୍,ଗଞ୍ଜାମକୁ ଗଲା ସର୍ବାଧିକ ୩୦୦୦ ଟେଷ୍ଟ କିଟ୍

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ପହଞ୍ଚିଲା ୨୦ ହଜାର ଆଣ୍ଟିଜେନ ଟେଷ୍ଟ କିଟ୍‌ । RMRCରେ କିଟ୍‌ ପହଞ୍ଚିଛି । ଏହାପରେ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଟେଷ୍ଟ କିଟ୍‌ ପଠାଯାଇଛି । ଗଞ୍ଜାମ ଜିଲ୍ଲାକୁ ଗଲା ସର୍ବାଧିକ ୩୦୦୦ ଟେଷ୍ଟ କିଟ୍‌ ପଠାଯାଇଥିବା ବେଳେ କଟକ ଏସସିବି ମେଡିକାଲକୁ ଗଲା ୧୫ ଶହ ଆଣ୍ଟିଜେନ ଟେଷ୍ଟ କିଟ୍‌ ।

କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ୫୦୦ କିଟ୍‌ ପଠାଯାଇଛି । ୫ ମେଡିକାଲ କଲେଜକୁ ୧୦୦୦ ଲେଖାଏ ଟେଷ୍ଟ କିଟ୍‌ ଦିଆଯାଇଥିବା ବେଳେ ଗଜପତି ଜିଲ୍ଲାକୁ ଗଲା ୫୦୦ ଆଣ୍ଟିଜେନ ଟେଷ୍ଟ କିଟ୍‌ ପଠାଯାଇଛି । ଭୁବନେଶ୍ୱର RMRCରେ ଅଛି ୪୭୦୦ ଟେଷ୍ଟ କିଟ୍‌ ରହିଛି । ଏହି କିଟ୍‌ରେ ତୁରନ୍ତ ରେଜଲ୍ଟ ଜଣାପ଼ଡୁଥିବାରୁ ମେଡିକାଲଗୁଡ଼ିକୁ ସଂକ୍ରମଣରୁ ରୋକାଯାଇପାରିବ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.