ମହାକାଶରୁ ଦେଖାଯାଏ ଆଫ୍ରିକା ମରୁଭୂମିର ଏହି ରହସ୍ୟମୟ ଆକୃତି, କ’ଣ ରହିଛି ଏହା ପଛର ସତ୍ୟତା, ଜାଣନ୍ତୁ?

ଆଫ୍ରିକାର ସାହାରା ମରୁଭୂମିରେ ମଝିଆ ମଝି ତିଆରି ହୋଇଥିବା ୫୦ କିମି ବ୍ୟାପ୍ତ ରିଚ୍ ସେକ୍ଟର ରହସ୍ୟରେ ଘେରି ରହିଛି। ଏଠାରେ ଅଦ୍ଭୁତ କଳାକୃତି କେବଳ ପୃଥିବୀରୁ ନୁହେଁ, ମହାକାଶରୁ ବି ପ୍ରାଞ୍ଜଳ ଭାବେ ନଜର ଆସୁଛି। ଏହାର ନିର୍ମାଣକୁ ନେଇ ଖୁବ୍ ବିବାଦ ରହିଛି। ପ୍ରତ୍ୟେକ ଭିନ୍ନ ନିର୍ମାଣକୁ ଏଲିୟନ ସହ ଯୋଡ଼ି ଦେଖୁଥିବା ଲୋକେ ଏହାକୁ ବି ଅନ୍ୟ ଗ୍ରହର ପ୍ରାଣୀଙ୍କ କାରନାମା ବୋଲି ଦର୍ଶାଇଛନ୍ତି। ତେବେ ଆସନ୍ତୁ ଜାଣିବା ଏ ବାବଦରେ କ’ଣ କୁହନ୍ତି ବୈଜ୍ଞାନିକ।
ବୈଜ୍ଞାନିକମାନେ ଲମ୍ବା ସମୟ ଧରି ଗବେଷଣା କରିବା ପରେ ଯାହା ଅନୁଧ୍ୟାନ କରିଛନ୍ତି, ତାହା ବହୁତ ତଥ୍ୟମୂଳକ ଅଟେ। କୁହାଯାଏ କି, ସାହାରାର ଏହି ଇଲାକା ପୂର୍ବରେ ପୂରାପୂରି ଭାବେ ସମୁଦ୍ର ଦ୍ୱାରା ଘେରି ହୋଇ ରହିଥିଲା। ଧୀରେ ଧୀରେ ଏଥିରେ ପରିବର୍ତ୍ତନ ଆସିଥିଲା ଏବଂ ଏହି ଅଞ୍ଚଳ ଦୁନିଆର ସବୁଠାରୁ ବଡ଼ ମରୁଭୂମିରେ ପରିଣତ ହୋଇଗଲା।
ଏହାସହ ପଢ଼ନ୍ତୁ: ଜାଣନ୍ତୁ ଏହି ଜଙ୍ଗଲର ରହସ୍ୟ, କାହିଁକି ଏଠାରେ ୯୦ ଡିଗ୍ରୀରେ ବଙ୍କେଇ ଯାଆନ୍ତି ଗଛ
ସମୟାନୁସାରେ ପାଣି ସଙ୍କୁଚିତ ହୋଇଯିବାରୁ ବାଲି ଏବଂ ପାଣି ଏମିତି ଏକ ଆକୃତି ନିର୍ମାଣ କରିଥିଲା, ଯାହା ଦେଖିବାରେ ଆଖି ଭଳି ଲାଗିଥିଲା। ସମୟ ଗଡ଼ି ଚାଲିବା ସହ ଏହାକୁ ସାହାରାର ଆଖି ବୋଲି କୁହାଯାଇଥିଲା। ତେବେ ଏହା ଏକମାତ୍ର ଏମିତି ଆକୃତି ନୁହେଁ, ପୃଥିବୀର ଅନେକ ସ୍ଥାନରେ ମଧ୍ୟ ଏହିଭଳି ନଜର ଆସିଥାଏ, ଯେଉଁଥିରେ ବେଲିଜ୍ର ଦ ଗ୍ରେଟ୍ ବ୍ଲୁ ହୋଲ୍ ସାମିଲ ରହିଛି।