Below header

ଏହି ପଥର କ୍ଷୀରକୁ କରି ଦେବ ଦହି, ଜାଣନ୍ତୁ କେଉଁଠି ମିଳୁଛି ଏହି ଅଦ୍ଭୁତ ପଥର

ଘରେ ସାଧାରଣତଃ ଆମେ ଦହି ଜମାଇବା ପାଇଁ ଦହି କିମ୍ବା ମହିକୁ ବ୍ୟବହାର କରିଥାଉ। କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଏକ ପଥର ଦ୍ୱାରା ମଧ୍ୟ ଦହି ଜମାଯାଇପାରିବ? ତେବେ ଆଜି ଆମେ ଆପଣଙ୍କୁ ସେହିଭଳି ଏକ ଅଦ୍ଭୁତ ପଥର ବିଷୟରେ କହିବାକୁ ଯାଉଛୁ। ଏହି ପଥରକୁ ହାବୁର ଷ୍ଟୋନ୍‌ ବା ହାବୁର ପଥର କୁହାଯାଏ।

ରାଜସ୍ଥାନର ଜୈସଲମେର ଠାରୁ ୪୦ କିଲୋମିଟର ଦୂରରେ ଅବସ୍ଥିତ ହାବୁର ଗାଁରେ ଏହି ସ୍ୱତନ୍ତ୍ର ପଥର ଦେଖିବାକୁ ମିଳେ। ହାବୁର ପଥରରେ ଦହି ଜମା କରୁଥିବା ଅଦ୍ଭୁତ ଗୁଣ ରହିଛି। ଏହି ପଥରକୁ କ୍ଷୀରରେ ପକାଇବା ଦ୍ୱାରା ୧୪ ଘଣ୍ଟା ମଧ୍ୟରେ ଦହି ଜମିଯାଏ।

ଏହାସହ ପଢ଼ନ୍ତୁ: ସବୁ ପ୍ରକାର ଖାଦ୍ୟରେ ବ୍ୟବହାର ହେଉଥିବା କାଜୁ ବିଷୟରେ ଆପଣ ବି ଜାଣିନଥିବେ ଏସବୁ ଅଜଣା କଥା

ଦେଶ ବିଦେଶର ଅନେକ ବୈଜ୍ଞାନିକ ପଥରର ଏହି ସ୍ୱତନ୍ତ୍ର ଗୁଣ ସମ୍ପର୍କରେ ପରୀକ୍ଷାନିରୀକ୍ଷା କରିଛନ୍ତି। ସେମାନଙ୍କ କହିବାନୁସାରେ ଏହି ପଥରରେ ଦହି ଜମାଇବା ପାଇଁ ଆବଶ୍ୟକ ତିନି ବାୟୋକେମିକାଲ ଏମିନୋ ଏସିଡ୍‌, ଫିନାୟଲ ଏଲିନିୟା ଏବଂ ରିଫ୍ଟୋଫେନ୍‌ ଟାୟରୋସିନ୍‌ ରହିଛି। ହାବୁର ଗାଁ ଲୋକେ ଆଜି ମଧ୍ୟ ଦହି ବସାଇବା ପାଇଁ ଏହାକୁ ବ୍ୟବହାର କରିଥାନ୍ତି।

ହାବୁର ପଥର ଦେଖିବାକୁ ମଧ୍ୟ ସୁନ୍ଦର ହୋଇଥିବାରୁ ସେଥିରେ ପ୍ରସ୍ତୁତ ଗ୍ଲାସ୍‌, ପ୍ଲେଟ୍‌, ଗିନା, ଟ୍ରେ, ମାଳ, ଫୁଲଦାନୀ, କପ୍‌, ଆକ୍ୟୁପ୍ରେସର ଉତ୍ପାଦ, ଥାଳୀ ଏବଂ ମୂର୍ତ୍ତି ଆଦି ମଧ୍ୟ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.