ଏକଦମ୍‌ ଗାଁର ଦେଶୀ ସୁଆଦିଆ ଖାଦ୍ୟ ତିଆରି କରୁଛନ୍ତି ସସ୍ମିତା, ଥରେ ଖାଇଲେ ଆଉ ଥରେ ଖାଇବାକୁ ମନ ହେବ

ଆମେ ଯେତେ ବି ବଡ ବଡ ରେଷ୍ଟୁରାଷ୍ଟରେ ଦାମି ଦାମି ଡିସେସ୍‌ ଖାଆନ୍ତୁ ନା କାହିଁକି ଗାଁର ଚୁଲିରେ ତିଆରି ହୋଇଥିବା ସେହି ଦେଶୀ ବ୍ୟଞ୍ଜନ ଯେତିକି ସ୍ୱାଦ ଦେଇଥାଏ ଆଉ ଶାନ୍ତି ଦେଇଥାଏ, ସେ ସବୁ କିଛି ରେଷ୍ଟୁରାଣ୍ଟ ଖାଦ୍ୟରେ ନଥାଏ। କାହିଁକିନା ଆମ ଓଡିଆ ମାନଙ୍କର ଦେଶୀ ଖାଦ୍ୟର ମଜା ଟିକେ ଅଲଗା। ଏବେ ତ କମ୍ପିଟିସନ୍‌ ମାର୍କେଟରେ ଚାରିଆଡେ ଅନେକ ରେଷ୍ଟୁରାଣ୍ଟ ଖୋଲିଗଳାଣି ଆଉ ଦେଶୀ ବିଦେଶୀ ଅନେକ ଡିସେସ୍‌ ମିଳୁଛି। କିନ୍ତୁ ଘାଣ୍ଟି ଓଡିଆ ଖାଦ୍ୟ ବାସ୍ନା ଯେମିତି ଅଲଗା ତାର ସ୍ୱାଦ ବି ସେମିତି ଅଲଗା।

ମଣିଷ ଟିକେ ପାଟିକୁ ସୁଆଦିଆ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ପାଇଁ ଏଠି ସେଠି ପଇସା ଖର୍ଚ୍ଚ କରେ। ହେଲେ ଅବିକଳ ଘରୋଇ ସ୍ୱାଦ ପାଏନା। ସେଇଥିପାଇଁ ଏବେ ଜଣେ ଉଚ୍ଚ ଶିକ୍ଷିତ ମହିଳା ଚାକିରି ଛାଡି ପ୍ରାଧାନ୍ୟ ଦେଇଛନ୍ତି ଓଡ଼ିଆ ଘରର ଖାଣ୍ଟି ଓଡ଼ିଆ ଖାଦ୍ୟ ଉପରେ। ଯାହାକି ଏବେ ବେଶ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଙ୍କ ହାତ ତିଆରି ଖାଦ୍ୟ ଖାଇବା ଭିଡ ଜମାଉଛନ୍ତି ଆଖପାଖ ଅଞ୍ଚଳର ଲୋକ। ଏ ହେଉଛନ୍ତି ଭୁବନେଶ୍ୱର ଶତାବ୍ଦୀ ନଗରର ସସ୍ମିତା ନାୟକ। ଉଚ୍ଚ ଶିକ୍ଷିତ ମହିଳା ଭାବରେ ପ୍ରଥମେ ସେ ନିଜକୁ ଚାକିରୀରେ ନିୟୋଜିତ କରିଥିଲେ।କିନ୍ତୁ ଦୀର୍ଘ ବର୍ଷ ଚାକିରି କରିବା ପରେ କରୋନା ସମୟରେ ହଠାତ୍ ଚାକିରି କ୍ଷେତ୍ରରେ ସମସ୍ୟା ଆସିଥିଲା ତେଣୁ ରୋଷେଇ ଆଡ଼କୁ ପାଦ ଥାପିଥିଲେ। ରୋଷେଇରୁ ତାଲିମ ପ୍ରାପ୍ତ କି ଡିଗ୍ରୀ ଧାରିଣୀ ନୁହଁନ୍ତି। କିନ୍ତୁ ରାନ୍ଧିବାରେ ଏବଂ ଅନ୍ୟକୁ ସୁସ୍ୱାଦୁ ଖାଦ୍ୟ ପରଷିବାରେ ସେ ବେଶ୍‌ ରୁଚି ରଖନ୍ତି।

foodତେବେ ତାଙ୍କର ଏହି ସଉକ ଆଜି ତାଙ୍କୁ ସଫଳତା ଆଣିଦେଇଛି। ପ୍ରଥମେ ସେ ଆଖ ପାଖ ଅଞ୍ଚଳର କୋଭିଡ ରୋଗୀଙ୍କ ପାଇଁ ଖାଦ୍ୟ ବନାଇ ସକାଳ ଜଳଖିଆ ଠାରୁ ରାତି ଖାଇବା ଯାଏ ସବୁ ଖାଦ୍ୟ ତିଆରି କରନ୍ତି ସସ୍ମିତା।ଏଥିରେ ସହଯୋଗ କରନ୍ତି ସ୍ବାମୀ ପ୍ରତାପ ନାୟକ ଓ ପୁଅ। ଭଳିକି ଭଳି ଓଡ଼ିଆ ଘରର ଖାଣ୍ଟି ଓଡିଆ ଖାଦ୍ୟ ପ୍ରସ୍ତୁତ କରନ୍ତି ସସ୍ମିତା ମଞ୍ଜା ପୋଡ଼ା ଠାରୁ ନେଇ କଖାରୁ ଡଙ୍କ ରାଈ ,ଶାଗ ମୁଗ ରାଇ ପୁଣି ମଟନ୍ ପୋଡ଼ା ଠାରୁ ଚିକିନ କସା ଯାଏ। ଆଉ ପିଠା ମିଠା କଥା ତ ଯାହା ପୁରୁଣା ଜଗନ୍ନାଥଙ୍କ ଠାରେ ଲାଗି ହୁଏ ଯେମିତିକି ଦହି ରସଗୋଲା ଠାରୁ ନେଇ ପୋଡ଼ା ମାଟି ହାଣ୍ଡି ପିଠା ଯାଏ ସବୁ ଖାଦ୍ୟ ପ୍ରସ୍ତୁତ କରି ଗ୍ରାହକଙ୍କ ପାଖକୁ ପଠାନ୍ତି ସସ୍ମିତା।

ନିରାମିଷ ଖାଦ୍ୟ ଯେମିତିକି ଝୁରା ମାଛ ଠାରୁ ଆରମ୍ଭ କରି ଚିଙ୍ଗୁଡ଼ି ଛେଚା ପୋଡ଼ା ଯାଏ।ପ୍ରାୟ ଖାଦ୍ୟ ମାଟି ହାଣ୍ଡିରେ ପ୍ରସ୍ତୁତ କରିନ୍ତି ସସ୍ମିତା।ତାଙ୍କ ଖାଦ୍ୟ ଯିଏ ଖାଆନ୍ତି ସିଏ ମନ କରନ୍ତି ଆଉ ଥରେ ଖାଇବାକୁ। । ଏହି ଖାଦ୍ୟ ପାଇଁ ସସ୍ମିତାଙ୍କ ପାଖକୁ ଅର୍ଡର ଆସେ। କିଏ ଫୋନ୍‌ କରନ୍ତି ତ ଆଉ କିଏ ହ୍ଵାଟସଆପରେ ଅର୍ଡର କରନ୍ତି। ସକାଳୁ ରାତି ଯାଏ ଖାଦ୍ୟ ତିଆରି ରେ ଲାଗି ଥାନ୍ତି ସସ୍ମିତା ଏଥିପାଇଁ ସେ ଆଉ ପାଞ୍ଚ ଜଣଙ୍କୁ ମଧ୍ୟ ନିୟୋଜିତ କରିଛନ୍ତି। ଯାହାଦ୍ୱାରା ପାଞ୍ଚ ପରିବାର ମଧ୍ୟ ତାଙ୍କ ଦ୍ୱାରା ରୋଜଗାର ପାଇପାରୁଛନ୍ତି। ସସ୍ମିତା ତାଙ୍କ ଏହି ରୋଷେଇ କୁ B to D ନାମକରଣ କରି ଯେଉଁ ପ୍ରାଚୀନ ଓଡ଼ିଆ ଖାଦ୍ୟ ଯାହା ଆଜି ହାଣ୍ଡି ଶାଳରୁ ଲୁଚି ଯାଉଛି ତାକୁ ଆଜି ଓଡିଶାବାସୀଙ୍କ ପାଖକୁ ପହଁଚାଉଛନ୍ତି ବୋଲି କୁହନ୍ତି ସସ୍ମିତା। ଯଦି ଆପଣ ବି ସସ୍ମିତାଙ୍କ ହାତ ତିଆରି ସୁସ୍ୱାଦୁ ଭୋଜନ ଖାଇବାକୁ ଚାହୁଁଛନ୍ତି ତାହେଲେ
7008004284 ଏହି ନମ୍ୱର୍ ରେ ଯୋଗା ଯୋଗ କରିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.