ତେଲ ବଦଳରେ ପାଣିରେ ଓମ୍‌ଲେଟ ତିଆରି କରି ଭାଇରାଲ ହେଲେ ଦୋକାନୀ; ଇଣ୍ଟରନେଟ୍‌ରେ ଟ୍ରେଣ୍ଡ କରୁଛି ଭିଡିଓ…ଆପଣ ବି ଦେଖି ନିଅନ୍ତୁ

ଆଜିକାଲି ସୋସିଆଲ ମିଡିଆରେ ଫୁଡ୍‌ ବ୍ଲଗରମାନେ ବିଭିନ୍ନ ପ୍ରକାର ନିଆରା ଖାଦ୍ୟ ପରଷୁ ଥିବା ଦେଖୁବାକୁ ମିଳୁଛି, ଯାହାକୁ ଦେଖି ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ନିକଟରେ ଜଣେ ଷ୍ଟ୍ରୀଟ୍‌ ଫୁଡ୍‌ ଭେଣ୍ଡର ବିନା ତେଲରେ ଓମ୍‌ଲେଟ ତିଆରି କରୁଥିବାର ଦେଖା ଯାଉଛନ୍ତି। ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଭେଣ୍ଡର ଜଣକ ଓମ୍‌ଲେଟ ତିଆରି ପାଇଁ ତେଲ ବଦଳରେ ପାଣି ବ୍ୟବହାର କରୁଥିବା ନଜର ଆସୁଛନ୍ତି।

ଆଜିକାଲି ଲୋକମାନେ ନିଜ ସ୍ୱାସ୍ଥ୍ୟ ପାଇଁ ଅଧିକ ସଚେତନ ହେଲାଣି। ଯେଉଁ କାରଣରୁ ସେମାନେ ନିଜ ଡାଏଟ୍‌ରେ ଅଏଲ୍‌ ଫ୍ରି ଫୁଡ୍‌କୁ ପ୍ରାଥମିକତା ଦେଉଛନ୍ତି। ଏବେ ଯେଉଁ ଷ୍ଟ୍ରୀଟ୍‌ ଫୁଡ୍‌ ଭେଣ୍ଡରଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ସେଥିରେ ସେ ପାଣିରେ ଅଣ୍ଡା ଓମ୍‌ଲେଟ ପ୍ରସ୍ତୁତ କରୁଛନ୍ତି।

ଦିଲ୍ଲୀର ଏହି ଷ୍ଟ୍ରୀଟ୍‌ ଫୁଡ୍‌ ଭେଣ୍ଡର ଦୁଇଟି ଅଣ୍ଡାରେ ଓମ୍‌ଲେଟ ତିଆରି କରିବା ପାଇଁ କଟା ପିଆଜ, ଲଙ୍କା, ଲୁଣ ଏବଂ ମସଲା ପକାଇ ମିଶ୍ରଣ ଫେଣ୍ଟୁଛନ୍ତି। ଏହାପରେ ଏକ ପ୍ୟାନ୍‌ରେ ପାଣି ପକାଇ ସେଥିରେ ଓମ୍‌ଲେଟ ତିଆରି କରୁଛନ୍ତି। ଶେଷରେ ସେ ଓମ୍‌ଲେଟକୁ ପ୍ଲେଟରେ ସର୍ଭ କରିବା ସମୟରେ ଧନିଆ ଓ ଚଟଣୀ ପକାଉଛନ୍ତି।

ବର୍ତ୍ତମାନ ଏହି ଭିଡିଓ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି, ଯାହାକୁ ଏ ପର୍ଯ୍ୟନ୍ତ ୧୩ ଲକ୍ଷରୁ ଅଧିକ ଭ୍ୟୁ ମିଳି ସାରିଲାଣି। ୟୁଜରମାନେ ଆଶ୍ଚର୍ଯ୍ୟ ହୋଇ ଲଗାତାର ନିଜ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ଭିଡିଓଟିକୁ ସ୍ୱାସ୍ଥ୍ୟ ପ୍ରତି ସଚେତନ ଥିବା ଲୋକେ ବେଶି ପସନ୍ଦ କରୁଛନ୍ତି।

video courtesy: ARE YOU HUNGRY

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.