୧୧୦୦ରୁ ଅଧିକ କିଲୋ ସୁନାରେ ପ୍ରସ୍ତୁତ ହୋଇଥିଲା ରାଜ ସିଂହାସନ, ଜାଣନ୍ତୁ ରାଜାଙ୍କ ଭିନ୍ନ ସଉକ

ଜଣେ ରାଜା ସୁନାକୁ ଏତେ ଭଲ ପାଉଥିଲେ ଯେ ସେ ତାଙ୍କ ସିଂହାସନରେ ୧୧୦୦ରୁ ବି ଅଧିକ କିଲୋଗ୍ରାମର ସୁନା ଲଗାଇଥିଲେ । ଏହି ସିଂହାସନକୁ ଦେଖିବା ପାଇଁ ରାଜ୍ୟବାସୀଙ୍କ ଭିଡ଼ ଜମୁଥିଲା । ସିଂହାସନରେ କେବଳ ସୁନା ଲାଗିଥିଲା ତାହା ନୁହେଁ ଏଥିରେ ହୀରା ବି ଲଗାଯାଇଥିଲା ।

ସ୍ୱାଧୀନତା ସମୟରେ ଭାରତରେ ୫୬୨ ରାଜ୍ୟ ଥିଲା । ସବୁ ରାଜ୍ୟର ନିଜର ଶାସକ, ରାଜା, ନବାବ ଏବଂ ନିଜାମ ଥିଲେ । ଏହି ରାଜା ଓ ରାଣୀମାନଙ୍କର ସଉକ ମଧ୍ୟ ଭିନ୍ନ ଥିଲା । ଶିକାର ଠାରୁ ଆରମ୍ଭ କରି କ୍ରୀଡା ଏବଂ ନାଚ ଗୀତର ଆସରରେ ମସଗୁଲ ରହୁଥିଲେ ସମସ୍ତ ରାଜା । ସେତେବେଳର ରାଜାମାନେ ହୀରା, ଅଳଙ୍କାର ଏବଂ ମୋତିକୁ ଅଧିକ ପସନ୍ଦ କରୁଥିଲେ । କିନ୍ତୁ ଜଣେ ରାଜା ସୁନାକୁ ଏତେ ଭଲ ପାଉଥିଲେ ଯେ ସେ ତାଙ୍କ ସିଂହାସନରେ ୧୧୦୦ରୁ ବି ଅଧିକ କିଲୋଗ୍ରାମର ସୁନା ଲଗାଇଥିଲେ । ଏହି ସିଂହାସନକୁ ଦେଖିବା ପାଇଁ ରାଜ୍ୟବାସୀଙ୍କ ଭିଡ଼ ଜମୁଥିଲା । ସିଂହାସନରେ କେବଳ ସୁନା ଲାଗିଥିଲା ତାହା ନୁହେଁ ଏଥିରେ ହୀରା ବି ଲଗାଯାଇଥିଲା । ସମାନ ଭାବେ ବରୋଦାର ମହାରାଜା ସୁନା, ହୀରା ଏବଂ ଅଳଙ୍କାରକୁ ପୂଜା କରୁଥିଲେ । ତାଙ୍କର ସୁନା ପ୍ରତି ଆଗ୍ରହ କିଛି ଭିନ୍ନ ଥିଲା । ସେ ତାଙ୍କ ଦରବାରକୁ ଯେଉଁ ପୋଷାକ ପିନ୍ଧି ଯାଉଥିଲେ ତାହା ସୁନା ତାରରେ ବୁଣା ଯାଉଥିଲା ଏବଂ ତାଙ୍କ ରାଜ୍ୟରେ କେବଳ ଗୋଟିଏ ପରିବାର ରହିଥିଲା ଯେଉଁ ପରିବାର ରାଜାଙ୍କ ପୋଷାକ ବୁଣିବାକୁ ଅନୁମତି ପାଇଥିଲେ ।

ଡୋମିନିକ୍ ଲାପିଅର୍ ଏବଂ ଲ୍ୟାରି କଲିନ୍ସ ଭଳି ଐତିହାସିକ ମାନେ ସେମାନଙ୍କ ପୁସ୍ତକ “ଫ୍ରିଡମ୍ ଆଟ୍ ମିଡନାଇଟ୍” ରେ ଲେଖିଛନ୍ତି ଯେ ବରୋଦାର ମହାରାଜାଙ୍କ ପୋଷାକ ଭିନ୍ନ ଥିଲା । ସେମାନେ ତାଙ୍କ ପୋଷାକରେ ସୁନା ବ୍ୟବହାର କରୁଥିଲେ । ସେହିପରି ବରୋଦାର ମହାରାଜାଙ୍କ ପାଖରେ ହୀରା ଏବଂ ସୁନାର ବହୁ ଅଳଙ୍କାର ଗଚ୍ଛିତ ଥିଲା । ଏହି ସୁନା ଭଣ୍ଡାରରେ ବିଶ୍ୱର ସପ୍ତମ ବୃହତ୍ତମ ହୀରା ସୀତାରା-ଇ-ଡେକାନ୍ ମଧ୍ୟ ସାମିଲ ଥିଲା। ଯାହାର ମୂଲ୍ୟ କୋଟି କୋଟି ଟଙ୍କା ଠାରୁ ବି ଅଧିକ ଥିଲା ।

ମୈଶୁରର ମହାରାଜା ମଧ୍ୟ ଭିନ୍ନ ଥିଲେ । ପ୍ରାୟ ୧୧୨୦ କିଲୋଗ୍ରାମ ସୁନାରେ ନିର୍ମିତ ହୋଇଥିଲା ତାଙ୍କ ସିଂହାସନ ଏବଂ ଏହାକୁ ଚଢ଼ିବା ପାଇଁ ନଅଟି ପାହାଚ ସୁନାରେ ନିର୍ମିତ ହୋଇଥିଲା । ସମାନ ଭାବେ ଓଡ଼ିଶାର ମହାରାଜାଙ୍କ ସିଂହାସନ ମଧ୍ୟ ବଡ ପଲଙ୍କ ଅକାରରେ ତିଆରି କରାଯାଇଥିଲା । ସେ ଏହାକୁ ଲଣ୍ଡନରେ ଜଣେ ବ୍ୟବସାୟୀଙ୍କଠାରୁ କିଣିଥିଲେ ଏବଂ ହୀରା ଏବଂ ଅଳଙ୍କାରରେ ଏହାକୁ ସଜାଇ ଥିଲେ। ରାମପୁରର ସିଂହାସନ ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା । ଏହି ସିଂହାସନ ବହୁତ ବଡ଼ ଥିଲା, ଯେଉଁଥିରେ ହୀରା ଓ ସୁନା ଖଚିତ ଥିଲା ।

ରାଜା ଏବଂ ସମ୍ରାଟମାନେ ଅଧିକାଂଶ ସମୟରେ ଖାଲି ରହୁଥିଲେ । ତାଙ୍କର ଖାଲି ସମୟ ଅତିବାହିତ କରିବା ପାଇଁ ତାଙ୍କର ଦୁଇଟି ବିଶେଷ କାମ ଥିଲା – ଶିକାର ଏବଂ କ୍ରୀଡା । ପ୍ରତ୍ୟେକ ରାଜ୍ୟରେ ନିଜସ୍ୱ ଏକ ଜଙ୍ଗଲ ରାଜାଙ୍କର ରହୁଥିଲା । ରାଜାମାନେ ନିଜ ଖାଲି ସମୟରେ ବନ୍ୟ ପଶୁ ପକ୍ଷୀଙ୍କ ଶିକାର କରୁଥିଲେ । ସେତେବେଳେ ଏହା ଅପରାଧ ନଥିଲା । କାରଣ ରାଜା ନିଜେ ହିଁ ଆଇନ୍‌ କରୁଥିଲେ । କିନ୍ତୁ ଏବେ ବହୁତ କିଛି ପରିବର୍ତ୍ତନ ହୋଇଛି । ନା ରାଜାଙ୍କ ରାଜ ଉଆସ ଅଛି ନା ଅଛି ରାଜ ସିଂହାସନ । କିଛି ରାଜାଙ୍କ ବଂଶଧର ଅଛନ୍ତି କିନ୍ତୁ ସେମାନେ ଏବେ ରାଜକୀୟ ଡଙ୍ଗରେ ରହୁ ନାହାନ୍ତି ସାଧାରଣ ଜୀବନଯାପନ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.