ଅଶ୍ୱିନ୍‌ ଏବେ ୫ ଶହ କ୍ଲବରେ, ହେଲେ ତାଙ୍କ ପାଇଁ କଟିଲା ୫ ରନ୍‌

ଭାରତର ଭେଟେରାନ୍‌ ସ୍ପିନର ରବି ଚନ୍ଦ୍ର ଅଶ୍ୱିନ୍‌ ଆଜି ଟେଷ୍ଟ କ୍ୟାରିୟରରେ ୫୦୦ ଓ୍ଵିକେଟ୍‌ ପୂରଣ କରିଛନ୍ତି । ସେ ଓପ୍ନର ଜ୍ୟାକ କ୍ରଲୀଙ୍କୁ ଆଉଟ୍‌ କରି ଏହି ସଫଳତା ହାସଲ କରିଛନ୍ତି ।

ରାଜକୋଟ : କିଛି ସଫଳତା ଆଉ କିଛି ବିଫଳତା ଭିତରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଛି ତୃତୀୟ କ୍ରିକେଟ୍‌ ଟେଷ୍ଟ ମ୍ୟାଚ୍‌ । ଭାରତର ଭେଟେରାନ୍‌ ସ୍ପିନର ରବି ଚନ୍ଦ୍ର ଅଶ୍ୱିନ୍‌ ଆଜି ଟେଷ୍ଟ କ୍ୟାରିୟରରେ ୫୦୦ ଓ୍ଵିକେଟ୍‌ ପୂରଣ କରିଛନ୍ତି । ସେ ଓପ୍ନର ଜ୍ୟାକ କ୍ରଲୀଙ୍କୁ ଆଉଟ୍‌ କରି ଏହି ସଫଳତା ହାସଲ କରିଛନ୍ତି ।

ତେବେ ମ୍ୟାଚ୍‌ ଭିତରେ ଆଜି ଦ୍ୱିତୀୟ ଦିନରେ ସେ ଅଜାଣତରେ ଏକ ଭୁଲ କରିବା ଯୋଗୁଁ ଭାରତୀୟ ଦଳର ୫ ରନ୍‌ କଟା ଯାଇଛି । ଅର୍ଥାତ୍‌ ଭାରତ ଉପରେ ୫ ରନ୍‌ ପେନାଲ୍ଟି ଲାଗିଛି । ରାଜକୋଟରେ ଖେଳା ଯାଉଥିବା ଏହି ମ୍ୟାଚରେ ଆଜି ଅଶ୍ୱିନ୍‌ ବ୍ୟାଟିଂ କରୁଥିବା ବେଳେ ଏହି ଭୁଲ କରିଥିଲେ । ସେ ଅଜାଣତରେ ପିଚ୍‌ ମଝିରେ ଦୌଡ଼ିଥିଲେ । ତେଣୁ ଦଳକୁ ଦଣ୍ଡିତ କରାଯାଇଛି । ଏହା ଘଟିଥିଲା ଭାରତୀୟ ପ୍ରଥମ ଇନିଂସର ୧୦୨ ଓଭରରେ ।

ତେବେ ପରେ ବୋଲିଂ ବେଳେ ଅଶ୍ୱିନ୍‌ ୫୦୦ ଓ୍ଵିକେଟ୍‌ ନେଇ ସଫଳତାର ଆଉ ଏକ ପାହାଚ ଛୁଇଁଥିଲେ । ନିଜର ୯୮ତମ ଟେଷ୍ଟରେ ସେ ୫୦୦ ଓ୍ଵିକେଟ୍‌ କ୍ଲବରେ ପହଞ୍ଚିଛନ୍ତି । ଏତେ କମ୍‌ ଟେଷ୍ଟରେ ସେ ୫୦୦ କ୍ଲବରେ ପହଞ୍ଚିବାରେ ବିଶ୍ୱର ଦ୍ୱିତୀୟ ଦ୍ରୁତତମ ଓ୍ଵିକେଟ୍‌ ହାସଲକାରୀ ହୋଇଛନ୍ତି । ସେହିପରି ଭାରତ ପକ୍ଷରୁ ସେ ଅନୀଲ କୁମ୍ବଲେଙ୍କ ରେକର୍ଡ଼ ଭାଙ୍ଗି ସବୁଠୁ କମ୍‌ ଟେଷ୍ଟରେ ୫୦୦ ଓ୍ଵିକେଟ୍‌ ଦଖଲ କରିଛନ୍ତି ।

ଅବସ୍ଥା ଖରାପ କଲେଣି ଇଂଲଣ୍ଡ ବ୍ୟାଟର

ସେପଟେ ଭାରତୀୟ ଦଳ ପ୍ରଥମ ପାଳିରେ ୪୪୫ ରନ୍‌ କରି ଆଉଟ୍‌ ହେବା ପରେ ଇଂଲଣ୍ଡ ଧୂଅଁଧାର ବ୍ୟାଟିଂ କରୁଛି । ମାତ୍ର ୨୬ ଓଭରରେ ଗୋଟିଏ ଓ୍ଵିକେଟ୍‌ ହରାଇ ୧୪୮ ରନ୍‌ କରିଛି । ବେନ୍‌ ଡକେଟ୍‌ ୧୦୬ ରନ୍‌ କରି ଖେଳୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.