ୟୁପି: ମୁଜାଫରନଗରରେ ୪ ଟାଇମ୍‌ ବୋମା ସହିତ ଧରାପଡ଼ିଲେ ଯୁବକ

ଉତ୍ତର ପ୍ରଦେଶର ମୁଜାଫରନଗରରେ ୪ ଟାଇମ୍‌ ବୋମା ସହିତ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରାଯାଇଛି । ଧରାପଡ଼ିଥିବା ଯୁବକଙ୍କ ନାମ ଜାଭେଦ ଶେଖ ।

ଉତ୍ତର ପ୍ରଦେଶର ମୁଜାଫରନଗରରେ ୪ ଟାଇମ୍‌ ବୋମା ସହିତ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରାଯାଇଛି । ଧରାପଡ଼ିଥିବା ଯୁବକଙ୍କ ନାମ ଜାଭେଦ ଶେଖ । ଏସ୍‌ଟିଏଫ୍‌ ମେରଠ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଭିଯୁକ୍ତଙ୍କ ପାଖରୁ ୪ଟି ବୋତଲ ଟାଇମ୍‌ ବୋମା ଜବତ କରାଯାଇଛି । ଏହି ବୋତଲ ସହାୟତାରେ ଅଭିଯୁକ୍ତ IED ତିଆରି କରିଥିଲେ ।

ପଚରାଉଚରା ବେଳେ ଅଭିଯୁକ୍ତ କହିଛନ୍ତି ଯେ ଇମରାନା ନାମ୍ନୀ ମହିଳା ତାଙ୍କୁ ଏହି ବୋମା ତିଆରି କରିବାକୁ ଅର୍ଡର ଦେଇଥିଲେ । ଯାଞ୍ଚରୁ ଜଣାପଡ଼ିଛି, ଅଭିଯୁକ୍ତ ନେପାଳ ଯିବାଆସିବା କରନ୍ତି । ସେଠାରୁ ତାଙ୍କର ଗଭୀର ଯୋଗାଯୋଗ ରହିଛି । କୁହାଯାଉଛି ଯେ ନେପାଳରେ ତାଙ୍କର ମାମୁଁଘର ରହିଛି ।

ଯଦିଓ ଏହି ମାମଲାରେ ଏ ପର୍ଯ୍ୟନ୍ତ କୌଣସି ଆତଙ୍କୀ ଲିଙ୍କ୍‌ ସାମ୍ନାକୁ ଆସିନାହିଁ । କିନ୍ତୁ ଘଟଣାରେ ସୁରକ୍ଷା ଏଜେନ୍ସି ପଚରାଉଚରା ଜାରି ରଖିଛି । ଅଭିଯୁକ୍ତ ସ୍ୱୀକାର କରିଛନ୍ତି ଯେ ସେ ଏହି ବୋମା ନିଜେ ତିଆରି କରିଛନ୍ତି । ଶୁକ୍ରବାର ସକାଳେ ଜାଭେଦଙ୍କୁ ନଗର କୋତଓ୍ଵାଲି ଅଞ୍ଚଳରୁ ଗିରଫ କରାଯାଇଛି ।

ବୋମା ନିଷ୍କ୍ରିୟ କରିବା ପାଇଁ ମେରଠରୁ ବୋମା ନିଷ୍କ୍ରିୟକାରୀ ଦଳକୁ ଡକାଯାଇଥିଲା । ପୋଲିସର ସୂଚନା ମୁତାବକ, ଜାଭେଦଙ୍କ ଦାଦା ବାଣ ତିଆରି କରନ୍ତି । ସେ ତାଙ୍କ ଦାଦାଙ୍କ ପାଖରୁ ହିଁ ବୋମା ତିଆରି କରିବା ଶିଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.