ପ୍ରତିବର୍ଷ ବଢ଼ିଥାଏ ଶିବଲିଙ୍ଗର ଉଚ୍ଚତା , ଜାଣନ୍ତୁ ଏହି ମନ୍ଦିର ସଂପର୍କରେ

ଭାରତ ଧର୍ମ, ସଂସ୍କୃତି ପରମ୍ପରାରେ ପରିବ୍ୟାପ୍ତ। ଏଠାରେ ରହୁଥିବା ପ୍ରତ୍ୟେକ ଲୋକ ଭଗବାନଙ୍କୁ ଯେତିକି ବିଶ୍ୱାସ କରନ୍ତି ସେଥିନିମନ୍ତେ ପ୍ରଚଳିତ ସଂସ୍କୃତି ଓ ପ୍ରଥାକୁ ମଧ୍ୟ ସେତିକି ମାନିଥାନ୍ତି। ସଂସାରରେ ଥିବା ୩୩କୋଟି ଦେବଦେବୀଙ୍କ ମଧ୍ୟରୁ ଭଗବାନ ଶିବଙ୍କ ସ୍ଥାନ ସ୍ୱତନ୍ତ୍ର। ତାଙ୍କ ମାୟା ମଧ୍ୟ ଅଦ୍ଭୁତ। ଭଗବାନ ଭୋଳାନାଥଙ୍କ ଶୃଙ୍ଗାର, ତପସ୍ୟା, ଅଳଙ୍କାର ତାଙ୍କୁ ଅନ୍ୟମାନଙ୍କଠୁ ଅଲଗା କରିଥାଏ।

ତେବେ ଭାରତରେ ଅନେକ ଶିବ ମନ୍ଦିର ରହିଛି। ଯେଉଁଠିକୁ ଗଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ଅଛି। ଏମିତି କିଛି ମନ୍ଦିର ରହିଛି ଯାହାର ବିଶେଷତ୍ୱ ସାରା ଦୁନିଆରେ ପ୍ରସିଦ୍ଧ।ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ମନ୍ଦିରର ଆକାର ପ୍ରତିବର୍ଷ ବଢ଼ିବାରେ ଲାଗିଛି। ସୁରମ୍ୟ ବନ ତଥା ପାହାଡ଼ରେ ଘେରି ରହିଥିବା ଘଞ୍ଚ ଜଙ୍ଗଲରେ ପ୍ରକୃତି ପ୍ରଦତ୍ତ ବିଶ୍ୱର ସବୁଠୁ ବଡ଼ ପାତାଳଫୁଟା ଶିବଲିଙ୍ଗ ଏଠାରେ ବିରାଜମାନ। ଯାହାର ଉଚ୍ଚତା ୫୫ଫୁଟ ରହିଛି।

shiv ling12
pc: twitter

ଏହି ମନ୍ଦିରଟି ଭୂତେଶ୍ୱରନାଥ ନାମରେ ନାମିତ ହୋଇଛି। ମନ୍ଦିରଟି ଛତିଶଗଡ଼ର ରାଜଧାନୀ ରାୟପୁର ଠାରୁ ୯୦କିଲୋମିଟର ଦୂର ଗରିୟାବନ୍ଦର ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଗ୍ରାମ ମରୋଦାରେ ଅବସ୍ଥାପିତ। ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଛତିଶଗଡ଼ରେ ଏହା ଅର୍ଦ୍ଧନାରେଶ୍ୱର ଶିବଲିଙ୍ଗ ନାମରେ ମାନ୍ୟତା ପାଇଛନ୍ତି।

ଗାଁ ଲୋକଙ୍କ କହିବା ଅନୁଯାୟୀ, ପ୍ରଥମେ ଏହି ଶିବ ଲିଙ୍ଗର ଆକାର ଛୋଟ ଥିଲା। ପରେ ଏହା ଧିରେଧିରେ ବଢ଼ିବାରେ ଲାଗିଛି। ପ୍ରକୃତି ପ୍ରଦତ୍ତ ଜଳ ଲହରୀ ମଧ୍ୟ ଏଠାରେ ଦେଖିବାକୁ ମିଳିଛି। ଏହି ସ୍ଥାନ ଭୂତେଶ୍ୱରନାଥ , ଭର୍କୁରା ମହାଦେବଙ୍କ ନାମରେ ନାମିତ। ୧୯୫୯ରେ ଏଥିସମ୍ବନ୍ଧୀୟ ପୌରାଣିକ ଗାଥା ଗୋରଖପୁରର ଧାର୍ମିକ ପତ୍ରିକା କଲ୍ୟାଣର ବାର୍ଷିକ ଅଙ୍କରେ ପ୍ରକାଶିତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.