ପୋଲିସ, ଦମକଳ ଓ ଆମ୍ବୁଲାନ ସେବା ପାଇଁ ଡାଏଲ୍‌ କରନ୍ତୁ ୧୧୨

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଜାରୀହେଲା ଜରୁରୀକାଳୀନ ସେବା ପାଇଁ ଗୋଟିଏ ନମ୍ବର। ଏଣିକି ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ଭଳି ସବୁ ଜରୁରୀକାଳୀନ ସେବା ପାଇଁ ଗୋଟିଏ ନମ୍ବର ୧୧୨। ରାଜ୍ୟବାସୀଙ୍କ ଅତ୍ୟାବଶକ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଭିଡିଓ କନଫରେନ୍ସିଂ ଜରିଆରେ ସନ୍ଧ୍ୟା ୫ଟାରେ ଏହାର ଶୁଭାରମ୍ଭ କରାଯାଇଛି।

ପୂର୍ବରୁ ପୋଲିସ ପାଇଁ ୧୦୦ ନମ୍ବର , ଦମକଳ ପାଇଁ ୧୦୧ ନମ୍ବର ଓ ଆମ୍ବୁଲାନ୍ସ ପାଇଁ ୧୦୮ ନମ୍ବର ଡାଏଲ୍‌ କରିବାକୁ ପଡୁଥିଲା। ମାତ୍ର ଏବେ ଏହା କରିବା ପରିବର୍ତ୍ତେ ୧୧୨ନମ୍ବରକୁ ଡାଏଲ୍‌ କଲେ ସମସ୍ତ ବିଭାଗକୁ ଏକାଥରକେ ମେସେଜ୍‌ ଯିବ। ଅପ୍ରୀତିକର ପରିସ୍ଥିତିରେ ଏହା ଲୋକଙ୍କୁ ଉପକୃତ କରାଇବ। ପ୍ରାଥମିକ ସ୍ତରରେ ଏହି ୩ଟି ସେବା ସ୍ମାର୍ଟ ସିଟି ମାନଙ୍କରେ ଲାଗୁ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.