Below header

କଟକ ସହର ପାଉଛି ଏକ ନୂଆରୂପ ରେଖ: ସରିଛି କ୍ଲକ ଟାୱାରର କାର୍ଯ୍ୟ, ଉଦଘାଟନକୁ ଅପେକ୍ଷା

ସଜେଇ ହେଉଛି ହଜାର ବର୍ଷର ସହର ରୌପ୍ୟ ନଗରୀ କଟକ। ପ୍ରଗତିର ପୃଷ୍ଠଭୂମି ଓ ସୌନ୍ଦର୍ଯ୍ୟର ଇମାରତ ଉପରେ ରୋପ୍ୟ ନଗରୀ ଠିଆ ହେବାକୁ ଯାଉଛି। ତାଳଦଣ୍ଡା କେନାଲରେ ବର୍ତ୍ତମାନ ପାର୍କ , ଫୁଡ କୋର୍ଟ , ଜିମ୍ , ବିଭିନ୍ନ ପ୍ରକାରର ଲାଇଟ ଓ ବୋଟିଂ ବ୍ୟବସ୍ଥା ପାଇଁ ଜାରି ରହିଛି କାର୍ଯ୍ୟ । ଏହା ସହ ରାଣୀହାଟ ଅଞ୍ଚଳରେ ସମ୍ପୂର୍ଣ୍ଣ ହୋଇଛି ୱାଚ ଟାୱାରର କାର୍ଯ୍ୟ । କେବଳ ଉଦଘାଟନକୁ ଅପେକ୍ଷା ।

କଟକ(କେନ୍ୟୁଜ୍): ସଜେଇ ହେଉଛି ହଜାର ବର୍ଷର ସହର ରୌପ୍ୟ ନଗରୀ କଟକ। ପ୍ରଗତିର ପୃଷ୍ଠଭୂମି ଓ ସୌନ୍ଦର୍ଯ୍ୟର ଇମାରତ ଉପରେ ରୋପ୍ୟ ନଗରୀ ଠିଆ ହେବାକୁ ଯାଉଛି। ତାଳଦଣ୍ଡା କେନାଲରେ ବର୍ତ୍ତମାନ ପାର୍କ , ଫୁଡ କୋର୍ଟ , ଜିମ୍ , ବିଭିନ୍ନ ପ୍ରକାରର ଲାଇଟ ଓ ବୋଟିଂ ବ୍ୟବସ୍ଥା ପାଇଁ ଜାରି ରହିଛି କାର୍ଯ୍ୟ । ଏହା ସହ ରାଣୀହାଟ ଅଞ୍ଚଳରେ ସମ୍ପୂର୍ଣ୍ଣ ହୋଇଛି ୱାଚ ଟାୱାରର କାର୍ଯ୍ୟ । କେବଳ ଉଦଘାଟନକୁ ଅପେକ୍ଷା ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଟ୍ରାନ୍ସଫରମେସନ ପ୍ରୋଜେକ୍ଟ ଜରିଆରେ କଟକ ସହର ପାଉଛି ଏକ ନୂଆରୂପ ରେଖ। ରିଂ ବନ୍ଧ ଠାରୁ ଆରମ୍ଭ କରି ତାଳଦଣ୍ଡା କେନାଲ, ନେତାଜୀ ବସ ଟର୍ମିନାଲ ଠାରୁ ଏମ୍ସ ପ୍ଲୁସ ଏସିବି ମେଡିକାଲ କାର୍ଯ୍ୟ ଭଳି ଅନେକ କାର୍ଯ୍ୟଜାରି ରହିଛି । ପ୍ରଶସ୍ତ ରାସ୍ତା ,ଉଜ୍ଜ୍ୱଳ ଆଲୋକମାଳା, ନିରବିଛିନ୍ନ ବିଜୁଳି,ପାଣି ଯୋଗାଣ,ପରିମଳ ଭଳି ଅନେକ ମୌଳିକ ସୁବିଧା ସୁଯୋଗ ପାଉଛନ୍ତି ସହରବାସୀ ।

କଟକ ରାଣୀହାଟ ନିକଟ ରେ ର୍ନିମାଣ ହୋଇଥିବା କ୍ଲକ ଟାୱାର , ସୌନ୍ଦର୍ଯ୍ୟ ବଢ଼ାଉଛି ରୌପ୍ୟ ନଗରୀର । ରାଣୀହାଟ ପୋଲର କୁ ସଂଲଗ୍ନ ହୋଇଥିବା ଚାରି ଦିଗ ରେଳଷ୍ଟେସନ୍‌ , ବଡ଼ ମେଡ଼ିକାଲ , ଷ୍ଟାଡିୟମ ଓ ଛତ୍ରବଜାର କୁ ରାସ୍ତା ଯାଇଛି , ସେହି ଚୌମୁହାଁଣି ଛକରେ ଠିଆ ହୋଇଛି ‘ ୱାଚ ଟାୱାର ବା କ୍ଲକ ଟାୱାର ’ । ଗୋଲାକୃତି ଭିତ୍ତିଭୂମି ଉପରେ ଠିଆ ହୋଇଛି ଏହି ୪୦ ଫୁଟ୍‌ ଉଚ୍ଚତାର  କ୍ଲକ ଟାୱାର । ଯାହା କଟକ ସହର ର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରୁଛି ।। ଏହି କ୍ଲକ ଟାୱାର , ଯାହା ବହୁଦୂର ପର୍ଯ୍ୟନ୍ତ ଦୃଶ୍ୟ ହେଉଛି ଏବଂ ବିଶ୍ଵସ୍ତରୀୟ ଏସିବି ମେଡିକାଲ ର ସ୍ଥିତିକୁ ଦର୍ଶାଉଛି । ଟାୱାରର ଶୀର୍ଷ ଭାଗରେ ଚାରିପଟକୁ ୫ଫୁଟ ଓସାର ଓ ୭ ଫୁଟ ଉଚ୍ଚର ଚାରିଟି ବିଶାଳ ଘଡ଼ି ମଧ୍ୟ ଦୂରଦୂରାନ୍ତକୁ ସମୟର ସୂଚନା ଦେଉଛି । କ୍ଲକ ଟାୱାରର ସମସ୍ତ କାର୍ଯ୍ୟ ଶେଷ ହୋଇଛି। ଉଦଘାଟନ ଅପେକ୍ଷା ରେ ରହିଛି ଏହି କ୍ଲକ ଟାୱାର ।

ସମସ୍ତ କାର୍ଯ୍ୟ ପୂର୍ଣ୍ଣ ରୂପ ନେବାପରେ ତାଳଦଣ୍ଡାର ପରିବର୍ତ୍ତିତ ରୂପ ସହ ବକ୍ସ ସେତୁ , ପ୍ରଶସ୍ତ ସଡ଼କ , ଆକର୍ଷଣୀୟ ରାସ୍ତା ରେ ଆଲୋକ ସର୍ବୋପରି ଏହି କ୍ଲକ ଟାୱାରକୁ ନେଇ କଟକ ରାଣୀହାଟ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିବ । ଏବେ ମଧ୍ୟ କ୍ଲକ ଟାୱାର ର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ଦର୍ଶକ । ରାସ୍ତାରେ ଯିବା ସମୟ ରେ ସେଲ୍ଫି ନେବାକୁ ଭୁଲ ନାହାନ୍ତି ବାଟୋଇ। କ୍ଲକ ଟାୱାର ଏକ ନୂତନ ପର୍ଦ୍ଧ ହିସାବରେ କଟକ ର ସୌନ୍ଦର୍ଯ୍ଯକରଣ ରେ ଯୋଡି ହୋଇଛି । ଆଉ ଦୁଇ ତିନୋଟି ଛକ ରେ ଏଭଳି କୀର୍ତିରାଜ ର୍ନିମିତ ହେଲେ କଟକ ର ରୂପ ରେଖ ବଦଳିବା ସହ କଟକ ସୌନ୍ଦର୍ଯ୍ୟ ଆହୁରି ବଢିବ ବୋଲି କହିଛନ୍ତି କଟକ ବାସିନ୍ଦା ।

ତେବେ ଉଦଘାଟନ ଅପେକ୍ଷାରେ ଏହି ୱାଚ ଟାୱାର । ରିଂ ବନ୍ଧ ଠାରୁ ଆରମ୍ଭ କରି ତାଳଦଣ୍ଡା କେନାଲ ଯାଏଁ ଚାରିଆଡେ ଆଖି ଝଲସିଲା ପରି ସୌନ୍ଦର୍ଯ୍ୟକରଣର । ସୁନ୍ଦର ହସ୍ତାକ୍ଷରରେ ପରିଣତ ହେବାକୁ ଯାଉଛି କଟକ ସହର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.