ଦୁନିଆର ପ୍ରଥମ ଜେଲ ପାଲଟିଛି ଭୂତ କୋଠି, ଏହି ସ୍ଥାନକୁ ଦିନରେ ବି ଯିବାକୁ ଭୟ କରନ୍ତି ଲୋକେ

ଇଷ୍ଟର୍ଣ୍ଣ ଷ୍ଟେଟ ପେନିଟେଣ୍ଟ୍ରିକୁ ଦୁନିଆର ପ୍ରଥମ ଜେଲ କୁହାଯାଏ । କିନ୍ତୁ ଏହି ଜେଲ ଏବେ ପାଲଟିଛି ଭୂତ କୋଠି । ସଞ୍ଜ ନଇଁ ଆସିଲେ ଏ ସ୍ଥାନ ପୂରା ଶୂନଶାନ୍‌ । ଜେଲ ପାଖ ଦେଇ ଲୋକମାନେ ଯିବାକୁ ଭୟ କରନ୍ତି । କୁହାଯାଏ ଏଠାରେ ଅଶରିରୀ ବାସ କରୁଛି ।

ଭୂତ କୋଠି ପାଲଟିଛି ଦୁନିଆର ପ୍ରଥମ ଜେଲ । ଇଷ୍ଟର୍ଣ୍ଣ ଷ୍ଟେଟ ପେନିଟେଣ୍ଟ୍ରିକୁ ଦୁନିଆର ପ୍ରଥମ ଜେଲ କୁହାଯାଏ । କିନ୍ତୁ ଏହି ଜେଲ ଏବେ ପାଲଟିଛି ଭୂତ କୋଠି । ସଞ୍ଜ ନଇଁ ଆସିଲେ ଏ ସ୍ଥାନ ପୂରା ଶୂନଶାନ୍‌ । ଜେଲ ପାଖ ଦେଇ ଲୋକମାନେ ଯିବାକୁ ଭୟ କରନ୍ତି । କୁହାଯାଏ ଏଠାରେ ଅଶରିରୀ ବାସ କରୁଛି । ରାତି ତ ରାତି ଦିନ ବେଳେ ବି ଲୋକମାନେ ଏ ସ୍ଥାନକୁ ଯିବାକୁ ଭୟ କରନ୍ତି । ରାତି ହେଲେ ଭୟଙ୍କର ଚିତ୍କାର ଶୁଣାଯାଏ ବୋଲି ସ୍ଥାନୀୟ ଲୋକେ କୁହନ୍ତି । ତେବେ ଆସନ୍ତୁ ଜାଣିବା ଏହି ଜେଲ ବିଷୟରେ କିଛି ଭିନ୍ନ ତଥ୍ୟ ।

ଯେତେବେଳେ ଏହି ଜେଲକୁ ନିର୍ମାଣ କରାଯାଇଥିଲା ଏହା ଦୁନିଆର ଏକ ଆଦର୍ଶ ଜେଲ ଥିଲା । ଦୁର୍ଦ୍ଦାନ୍ତ କଏଦୀମାନଙ୍କ ପାଇଁ ଏହା ଉପଯୁକ୍ତ ଜେଲ ଥିଲା । ଏହା ‘ପୃଥିବୀର ନର୍କ ଭାବେ ମଧ୍ୟ ପରିଚିତ ଥିଲା । ଏକଦା ଦୁନିଆର ସବୁଠାରୁ ଦୁର୍ଦ୍ଦାନ୍ତ କଏଦୀମାନେ ଏହି ଜେଲରେ ବନ୍ଦୀ ହୋଇ ରହୁଥିଲେ କିନ୍ତୁ ଏହା ଏବେ ଭୂତ କୋଠିରେ ପରିଣତ ହୋଇଛି ।

ଡେଲିଷ୍ଟାର ରିପୋର୍ଟ ଅନୁସାରେ, ଆମେରିକାର ପେନସିଲଭାନିଆ ଫିଲାଡେଲଫିଆ ସହରରେ ଏହି ଜେଲ ୧୮୨୯ରେ ଖୋଲା ଯାଇଥିଲା ଏବଂ ୧୯୭୧ ମସିହା ପର୍ଯ୍ୟନ୍ତ ଏହା ଚାଲୁ ରହିଥିଲା । ଏହି ଜେଲରେ ରହୁଥିବା କୁଖାତ୍ୟ ଅପରାଧୀଙ୍କ ପାଇଁ ଏହା ପ୍ରସିଦ୍ଧ ଥିଲା । ଏଠାରେ ତାଙ୍କୁ କଡ଼ାରୁ କଡ଼ା ଦଣ୍ଡ ଦିଆଯାଉଥିଲା । ଆରମ୍ଭ ସମୟରେ ମାତ୍ର ୨୫୦ ଜଣ କଏଦୀଙ୍କ ପାଇଁ ଏହା ନିର୍ମାଣ କରାଯାଇଥିଲା । କିନ୍ତୁ ପାଞ୍ଚ ଦଶନ୍ଧି ମଧ୍ୟରେ ଏହି ସଂଖ୍ୟା ୧୦୦୦ରୁ ଅଧିକ ବୃଦ୍ଧି ପାଇଥିଲା ।

ଏହି ଜେଲ ବନ୍ଦୀମାନଙ୍କ ପାଇଁ ନର୍କଠାରୁ କମ୍ ନଥିଲା ବୋଲି କୁହାଯାଏ । ଦୁଇ ଜଣ କଏଦୀଙ୍କୁ ଏକ ଛୋଟ କୋଠରୀରେ ରଖାଯାଉଥିଲା। ୧୯୦୦ ଦଶକ ଆରମ୍ଭରେ ଏହି ଜେଲରେ ଟିବି ବା ଯକ୍ଷ୍ମା ଭଳି ସଂକ୍ରାମକ ରୋଗ ବଢ଼ିଯିବାରୁ ବହୁ କଏଦୀଙ୍କ ମୃତ୍ୟୁ ହୋଇଥିଲା । ଶୀତଦିନେ ତାପମାତ୍ରା ମାଇନସ ଡିଗ୍ରୀରେ ପହଞ୍ଚି ଯାଉଥିଲା ଏବଂ ଏହି କାରଣରୁ ରକ୍ତ ଜମାଟ ବାନ୍ଧିବା ଭଳି ପରିସ୍ଥିତି ସୃଷ୍ଟି ହେଉଥିଲା । ଏହି କାରଣରୁ ଜେଲ ଅଧିକାରୀ ଅଧିକ କୋଠରୀ ନିର୍ମାଣ କରିବାକୁ ବାଧ୍ୟ ହୋଇଥିଲେ । ପରେ ଅନେକ ଅଣ୍ଡରଗ୍ରାଉଣ୍ଡ କୋଠରି ତିଆରି କରାଯାଇଥିଲା ।

ଇଷ୍ଟର୍ଣ୍ଣ ଷ୍ଟେଟ ପେନିଟେଣ୍ଟ୍ରିିରେ ୧୯୬୧ ମସିହାରେ ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଥିବା କୁହାଯାଏ । ପାଖାପାଖି ୮୦୦ ରୁ ଅଧିକ କଏଦୀଙ୍କୁ ନିର୍ଯାତନା ଦେଉଥିବାର ଅଭିଯୋଗ କରି କଏଦିମାନେ ଗାର୍ଡମାନଙ୍କ ଉପରେ ଆକ୍ରମଣ କରିଥିଲେ । ବହୁ ସଂଖ୍ୟକ କଏଦୀଙ୍କ ମଧ୍ୟରେ କିଛି କୁଖ୍ୟାତ ଅପରାଧୀ ମଧ୍ୟ ସାମିଲ ଥିଲେ, ସେମାନଙ୍କ ମଧ୍ୟରେ ଚିକାଗୋ ଗ୍ୟାଙ୍ଗଷ୍ଟର ଅଲ କ୍ୟାପୋନ ଅନ୍ୟତମ । ସେ ଏହି ଜେଲରେ ଏକ ବର୍ଷରୁ କମ୍ ସମୟ ବିତାଇଥିଲା ।

ଇଷ୍ଟର୍ନ ଷ୍ଟେଟ୍ ୧୯୭୧ ବନ୍ଦ ହୋଇଯାଇଥିଲା ଏବଂ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ଖାଲି ରହିଥିଲା । ପରେ ଏହା ଭୁଶୁଡ଼ି ପଡ଼ିଥିଲା । କିନ୍ତୁ ୧୯୯୪ରେ ଇତିହାସ ପର୍ଯ୍ୟଟନ ପାଇଁ ଏହି ଜେଲକୁ ଜନସାଧାରଣଙ୍କ ପାଇଁ ପୁଣି ଥରେ ଖୋଲାଯାଇଥିଲା । ବର୍ତ୍ତମାନ ଆମରିକାର ବିଭିନ୍ନ ଭୂତକୋଠି ମଧ୍ୟରୁ ଏହି ଜେଲ ଏକ ଭୟଙ୍କର ଭୂତକୋଠି ଭାବେ ଜଣା ଯାଉଛି । ଏକ ଟିଭି ଶୋ ଏହି ଜେଲରେ ପାରାନର୍ମାଲ ଇନଭେଷ୍ଟିଗେସନ କରିଥିଲା । ପରେ ଏଠାରେ ଅଜବ ଘଟଣା ସହ ଭୟଙ୍କର ଚିତ୍କାର ଏବଂ ଛାଇର କିଛି ଆକୃତି ଦେଖିବାକୁ ମିଳିଥିଲା । ଯାହା ବିଷୟରେ ସେମାନେ ବୁଝାଇବାକୁ ଅସମର୍ଥ ଥିଲେ । ତେବେ ଏହି ଜେଲରେ ଏବ ବି କିଛି ଅଦୃଷ୍ଟ ଶକ୍ତି ଥିବା ବିଶ୍ୱାସ କରାଯାଉଛି । ଲୋକମାନେ ଦିନବେଳେ ତ ଏହି ସ୍ଥାନକୁ ଯାଆନ୍ତି କିନ୍ତୁ ରାତି ହେଲେ ସାଧାରଣ ଲୋକ ଏଠାକୁ ଯିବାକୁ ଭୟ କରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.