Below header

ଦୁନିଆର ସବୁଠୁ ମହଙ୍ଗା ବିରିୟାନୀ, ଏଥିରେ ରହିଛି ୨୩ କ୍ୟାରେଟ୍‌ ସୁନା ! ଦାମ୍‌ ଆଶ୍ଚର୍ଯ୍ୟ କରିଦେବ

ଏ ହେଉଛି ଦୁନିଆର ସବୁଠୁ ମହଙ୍ଗା ବିରିୟାନୀ। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଥିରେ ଖାଇବା ଯୋଗ୍ୟ ୨୩ କ୍ୟାରେଟ୍‌ ସୁନା ଲାଗିଛି, ଅର୍ଥାତ୍‌ ଏମିତି ସୁନା, ଯାହାକୁ ଆପଣ ଖାଇପାରିବେ। ଏହି ସୁସ୍ୱାଦୁ ବ୍ୟଞ୍ଜନକୁ ଦୁନିଆର ସବୁଠୁ ମହଙ୍ଗା ବିରିୟାନୀର ମୁକୁଟ ମିଳିଛି। ଏହାର ନାଁ, ‘ଦ ରୟାଲ ଗୋଲ୍ଡ ବିରିୟାନୀ’। ଆସନ୍ତୁ ଜାଣିବା ଏହା କେଉଁଠି ମିଳୁଛି ଏବଂ କେତେ ଏହାର ଦାମ୍‌?

ଦ ରୟାଲ ଗୋଲ୍ଡ ବିରିୟାନୀକୁ ବଡ଼ ସୁନେଲି ରଙ୍ଗର ଥାଳିରେ ପରସା ଯାଇଥାଏ। ଆପଣଙ୍କୁ ଅନେକ ପ୍ରକାର ଚାଉଳ ମଧ୍ୟରୁ ନିଜ ପସନ୍ଦର ଚାଉଳ ବାଛିବାକୁ ପଡ଼ିଥାଏ। ଯେପରି, ବିରିୟାନୀ ରାଇସ୍‌, କୀମା ରାଇସ୍‌, ଧଳା ଏବଂ କେସରିଆ ରାଇସ୍‌ ଇତ୍ୟାଦି। ଏହାସହିତ ବେବି ପଟାଟୋ, ସିଝା ଅଣ୍ଡା, ଭଜା କାଜୁ, ଡାଳିମ୍ବ, ଭଜା ପିଆଜ ଏବଂ ପୋଦିନା ମଧ୍ୟ ଦିଆଯାଇଥାଏ। ଦ ରୟାଲ ଗୋଲ୍ଡ ବିରିୟାନୀର ଓଜନ ୩ କିଲୋଗ୍ରାମ ହୋଇଥାଏ। କେସରିଆ ଚାଉଳ ଉପରେ କଶ୍ମୀର ଭେଣ୍ଡୀ ସିଙ୍କ୍‌ କବାବ, ରାଜପୁତ ଚିକେନ କବାବ, ମୁଗଲାଇ କୋଫ୍‌ତା, ମଲାଇ ଚିକେନ ରୋଷ୍ଟ ଏବଂ ପୁରୁଣା ଦିଲ୍ଲୀର ଲମ୍ବା ଚପ୍‌ସ ଦିଆଯାଇଥାଏ। ଏହାଛଡ଼ା ଆପଣଙ୍କୁ ଅନେକ ଚଟଣୀ ଏବଂ ସସ୍‌ ମଧ୍ୟରୁ ଚୟନ କରିବାକୁ ମଉକା ମିଳିଥାଏ।

ଚଟଣୀ ଏବଂ ସସ୍‌ରେ ନିହାରୀ ସାଲନ, ଯୋଧପୁରୀ ସାଲନ, ବାଦାମୀ ସସ୍‌, ବାଦାମ ଓ ଅନାରର ରାଇତା ସାମିଲ ଥାଏ। ଯେତେବେଳେ ଏ ସବୁ ଖାଦ୍ୟ ପ୍ଲେଟ୍‌କୁ ଆସିଯାଇଥାଏ, ଦ ରୟାଲ ଗୋଲ୍ଡ ବିରିୟାନୀ ଉପରେ ୨୩ କ୍ୟାରେଟ୍‌ ଗୋଲ୍ଡର ପରସ୍ତ ଲଗାଯାଇଥାଏ। ଏହି ବିରିୟାନୀକୁ ଦୁବାଇ ବମ୍ବେ ବୋରୋ ନାମକ ରେଷ୍ଟୁରାଣ୍ଟ ବନାଉଛି। ଗୋଟିଏ ପ୍ଲେଟ୍‌ର ଦାମ୍‌ ୧୯,୭୦୭ ଟଙ୍କା ରହିଛି। ଯଦି ଆପଣଙ୍କୁ ଏହି ବିରିୟାନୀ ଖାଇବାର ଅଛି, ତ ଦୁବାଇ ଯାତ୍ରା କରିବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.