କାଳିଆ ଯୋଜନା ନେଇ ଗୃହରେ ଉତ୍ତର ରଖିଲେ କୃଷି ମନ୍ତ୍ରୀ ଅରୁଣ ସାହୁ, କହିଲେ ୫୬ରୁ ଲକ୍ଷେ ଅଯୋଗ୍ୟ

ଭୁବନେଶ୍ୱର(କେ ନ୍ୟୁଜ): କାଳିଆ ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ୫୬ ଲକ୍ଷ ୧୪ ହଜାର ୭୦୭ ଜଣ ଯୋଗ୍ୟ ହିତାଧିକାରୀ ଅଛନ୍ତି । ୧ ଲକ୍ଷ ୪ ହଜାର ୭୬ ଜଣଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । କାଳିଆ

ଯୋଜନା ନେଇ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଦେବାକୁ ଯାଇ କୃଷି ମନ୍ତ୍ରୀ ଅରୁଣ ସାହୁ ଉପରୋକ୍ତ ସୂଚନା ଦେଇଛନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.