Below header

ନପଢିଲା ପିଲା ବି ଏଠି ପଢିବ: ରାଜଧାନୀରେ ଅଛି ଏମିତି ଏକ ସରକାରୀ ସ୍କୁଲ୍ ଯାହା ଆପଣଙ୍କୁ ମନ୍ତ୍ର ମୁଗ୍ଧ କରିଦେବେ

ରାଜଧାନୀ ଭୁବନେଶ୍ୱରରେ ଏମିତି ଏକ ସ୍କୁଲ୍ ଆପଣମାନଙ୍କ ସମ୍ମୁଖକୁ ଆଣିଛୁ ଯାହାର ପରିବେଶ ଦେଖିଲେ ଆପଣ କହିବେ ମୁଁ ଆଉ ଥରେ ଛୁଆ ହୋଇଯାଆନ୍ତି କି, ଏହି ସ୍କୁଲରେ ପାଠ ପଢ଼ନ୍ତି। ତେବେ ଏହି ସ୍କୁଲଟି ରହିଛି ୟୁନିଟି ୮ରେ।

ଭୁବନେଶ୍ୱର(କେନ୍ୟୁଜ୍): ଅନେକ ସମୟରେ ସରକାରୀ ସ୍କୁଲ ନା ଶୁଣିଲେ କିଛି ନାକ ଟେକନ୍ତି। ଆଉ ନଥିଲା ଘରର ଛୁଆଟି ମନ ଥାଉ ଅବା ନଥାଉ ପଢିବା ପାଇଁ ସରକାରୀ ସ୍କୁଲ ଯିବାକୁ ବାଧ୍ୟ ହୋଇଥାଏ। ଏକଥା ଆମ ଭିତରେ ସମସ୍ତଙ୍କୁ ଅବଗତ। ହେଲେ ରାଜଧାନୀ ଭୁବନେଶ୍ୱରରେ ଏମିତି ଏକ ସ୍କୁଲ୍ ଆପଣମାନଙ୍କ ସମ୍ମୁଖକୁ ଆଣିଛୁ ଯାହାର ପରିବେଶ ଦେଖିଲେ ଆପଣ କହିବେ ମୁଁ ଆଉ ଥରେ ଛୁଆ ହୋଇଯାନ୍ତି କି, ଏହି ସ୍କୁଲରେ ପାଠ ପଢ଼ନ୍ତି। ତେବେ ଏହି ସ୍କୁଲଟି ରହିଛି ୟୁନିଟି ୮ରେ।

ଥରେ ଦେଖିଲେ ଏହାର ପରିବେଶ ଆପଣ ମନ୍ତ୍ର ମୁଗ୍ଧ ହୋଇଯିବେ। ବେଶ ସୁନ୍ଦର ସାଜ ସଜା । ସ୍କୁଲଟି ବାହାରୁ ଯେମିତି ଭିତରୁ ମଧ୍ୟ ସେମିତି। ସ୍କୁଲ ପରିସର ଭିତରେ ବିଭିନ୍ନ ଫୁଲ ଗଛ ସହିତ ଅନ୍ୟାନ୍ୟ ସୁନ୍ଦର ଛୋଟ ବଡ଼ ଗଛ ଲାଗିଛି। ଛାତ୍ର ଛାତ୍ରୀଙ୍କ ସାଇକେଲ ସବୁ ଗୋଟିଏ ପାଖରେ ଥୁଆହୋଇଛି। ସ୍କୁଲଟି ବାହାରକୁ ଭାରି ଭଲ ଦେଖାଯାଉଛି।

schoolସ୍କୁଲର ଏଭଳି ସୌନ୍ଦର୍ଯ୍ୟ ପୂର୍ଣ୍ଣ ପରିବେଶ ଆମକୁ ଟାଣି ନେଇଥିଲା ସ୍କୁଲ ପରିସରକୁ । ଆମ ପାଦ ସ୍କୁଲ ଭିତରେ ପଡ଼ୁ ପଡ଼ୁ ଭିତର ସୌନ୍ଦର୍ଯ୍ୟ ଆହୁରି ଆତ୍ମ ବିଭୋର କରିଥିଲା। ଭିତରେ ଏଭଳି ଗଛ ପତ୍ର ଫୁଲ ଔଷଧିୟ ଗଛ ସବୁ ଲାଗିଛି ଯେ, ଯାହା କି କେହି କେବେ କଳ୍ପନା କରିନଥିବେ ଯେ, ଏମିତି ବି ସବୁ ଗଛ ଲତା ସ୍କୁଲ ଭିତରେ ଲାଗିଛି ବୋଲି। କେଉଁଠି ଦୋଳି ତ ଆଉ କେଉଁଠି ପାଣିର ଫାଉଟେନ୍ ହୋଇଛି। ଏଥିରେ ରଙ୍ଗୀନ ମାଛ ମଧ୍ୟ ପହଁରୁଛନ୍ତି। କେଉଁଠି ଭଙ୍ଗା କବାଟରେ ଅଙ୍କା ଯାଇଛି ବିଭିନ୍ନ ପ୍ରକାରର ଚିତ୍ର। ସତେ ଯେମିତି ଲାଗୁଛି ଏହା କୌଣସି ବିଦ୍ଯାଳୟ ନୁହେଁ ସତେ ଯେମିତି ଗୋଟିଏ ଜୀବନ୍ତ ପାର୍କ।

schoolଏପଟେ ପୁଣି ଦେଖିଥିଲୁ ସ୍କୁଲର ଛାତ୍ରୀମାନେ ଶିକ୍ଷୟିତ୍ରୀଙ୍କ ଠାରୁ ଶିକ୍ଷାଗ୍ରହଣ କରୁଥାନ୍ତି ତ ଅନ୍ୟ ପାଖରେ ଛାତ୍ରମାନେ ଶିକ୍ଷକଙ୍କ ପାଖରେ ପାଠ ପଢୁଥାନ୍ତି। ସ୍କୁଲର କାନ୍ଥ ବାଡ ସବୁଠି ଶିକ୍ଷଣୀୟ ବାର୍ତ୍ତା। ଯାହା ବିଦ୍ଯାଳୟର ଛାତ୍ରଛାତ୍ରୀଙ୍କୁ ପାଠ ପଢା ପ୍ରତି ଅଧିକ ଆଗ୍ରହ ସ୍ରୁଷ୍ଟି କରିଛି। ଅନ୍ଯପଟେ ଛାତ୍ରଛାତ୍ରୀଙ୍କ ଦ୍ବାରା ଅଙ୍କାଯାଇଥିବା ବିଭିନ୍ନ ଡ୍ରଇଙ୍ଗ ମଧ୍ଯ ସ୍କୁଲ ପ୍ରାଙ୍ଗଣର ଶୋଭାକୁ ଦ୍ବିଗୁଣିତ କରୁଛି। କେଉଁ ଚିତ୍ରରେ ସିଂହ ଟିଏ ଜଙ୍ଗଲରେ ମୁଣ୍ଡ ଟେକିକି ତ କେଉଁଠି ବାଘ ଚିତ୍ର ଜୀବନ୍ତ ଭଳି ଲାଗୁଥିଲା। ସ୍କୁଲ୍ ପରିବେଶରେ ଗୋଟିଏ ଆଦିବାସୀ ମଣିଷର ମୂର୍ତ୍ତିଟିଏ ସତ ମଣିଷ ଭଳି ଠିଆ ହୋଇଛି। ଏସବୁରୁ ନଜର ବିଲକୁଲ ହଟାଇବାକୁ ଇଛା ହେଉନଥାଏ।

ତେବେ ସବୁଠାରୁ ଅତି ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲା ଏହି ପାର୍କ ଭିତରେ ତିଆର ହୋଇଥିବା ଅବିନବ ଉପାୟର ଶିକ୍ଷା ପଦ୍ଧତି । ତାସହିତ ଆୟୁର୍ବେଦ ବୃକ୍ଷ ରାଜିର ବାତାବରଣ। ଏହା ସବୁଠାରୁ ଅତ୍ୟନ୍ତ ଶିକ୍ଷଣୀୟ ବିଷୟ ଥିଲା। କାନ୍ଥରେ ଲେଖାଯାଇଥିବା ବିଭିନ୍ନ ଗାଣିତିକ ପଦ୍ଧତି ମନକୁ ବେଶ ଛୁଉଁ ଥିଲା। ତେବେ ଏମିତି ଏକ ସୁନ୍ଦର ପରିବେଶ ଭିତରେ ପିଲା ମାନେ ପାଠ ପଢ଼ୁଥିବା ଦ୍ରୁଶ୍ଯ ଆପଣ ମାନେ ଆଗରୁ କେବେବି ଦେଖି ନଥିବେ। ସତ କହିବାକୁ ଗଲେ ଯଦି ଏମିତି ଶିକ୍ଷା ପାର୍କ ସବୁ ସ୍କୁଲରେ ହୁଅନ୍ତା ତେବେ ପଇସା ଦିଆ ସ୍କୁଲ ବାଟ ଆଉ କେହି ମାଡନ୍ତେ ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.