୨୦୨୧ରେ ୬ ଥର ପୃଥିବୀ ପୃଷ୍ଠରେ ପଡିବ ଉଲ୍କା ପିଣ୍ଡ, ଚାରି ଥର ଦେଖାଦେବ ଗ୍ରହଣ

ଚଳିତ ବର୍ଷ ଅର୍ଥାତ ୨୦୨୧ରେ ମହାଜାଗତିକ ଘଟଣା ଘଟିବା ନେଇ ଜଣାଯାଇଛି । ବିଶ୍ୱର ବଡ ବଡ ଜ୍ୟୋତିଷ ଶାସ୍ତ୍ରୀ ମାନେ ବି ଏହାକୁ ଗୁରୁତ୍ୱ ଦେଉଛନ୍ତି । ଏହି ବର୍ଷ ଚାରୋଟି ଚନ୍ଦ୍ର ଗ୍ରହଣ ପଡୁଥିବା ବେଳେ ଏମଧ୍ୟରୁ ସୂର୍ଯ୍ୟଙ୍କ ବିପରୀତ ଦିଗରେ ତିନୋଟି ନଜର ଆସିବେ । ଏହା ବାଦ ଚଳିତ ବର୍ଷ ଭୁପୃଷ୍ଠରେ ୬ ଥର ଉଲ୍କା ପିଣ୍ଡ ପଡ଼ିବାର ବି ସମ୍ଭାବନା ରହିଛି । “ଆର୍ଯ୍ୟଭଟ ପ୍ରେକ୍ଷଣ ବିଜ୍ଞାନ ଗବେଷଣା ସଂସ୍ଥା”ର ନାମୀ ଆଷ୍ଟ୍ରୋଲୋଜର ଶଶୀ ଭୂଷଣ ପାଣ୍ଡେ ମଧ୍ୟ ସମାନ ମତ ରଖିଛନ୍ତି । ଯାହା ମଧ୍ୟରୁ ପ୍ରଥମଟି ମେ ୨୬ ତାରିଖରେ ପଡୁଥିବା ବେଳେ ଏହାର ଠିକ ୧୫ ଦିନ ପରେ ଜୁନ ୧୦
ତାରିଖରେ ଏକ ବଳୟ ଆକାରର ସୂର୍ଯ୍ୟଗ୍ରହଣ ପଡ଼ିବାକୁ ଯାଉଛି । ଯେବେକି ବର୍ଷର ଦ୍ଵିତୀୟ ଆଂଶିକ ଚନ୍ଦ୍ରଗ୍ରହଣ ନଭେମ୍ବର ୧୯ ରେ ପଡୁଥିବା ବେଳେ ପୂର୍ଣ୍ଣ ସୂର୍ଯ୍ୟ ପରାଗ ଏହାର ୧୫ ଦିନ ପରେ ଡିସେମ୍ବର ୪ ତାରିଖରେ ପଡିବ ।

eclipse

image courtesy: Times of India

ଗ୍ରହଣ ଓ ପରାଗ ବ୍ୟତୀତ ଉଲ୍କାପିଣ୍ଡ ପଡ଼ିବାକୁ ନେଇ ବି ଖୁବ ଉତ୍ସାହିତ ଅଛନ୍ତି ଜ୍ୟୋତିଷଶାସ୍ତ୍ରୀ । ଏପ୍ରିଲ ୨୨ ରେ ଲିରିଟ ମୋଟିୟୋର ଶୋବର, ମେ ୫ ରେ ଏଟା ମୋଟିୟୋର ଶୋବର, ଅଗଷ୍ଟ ୧୨ରେ ପର୍ସିଡ଼ ମୋଟିୟୋର ଶୋବର, ଅକ୍ଟୋବର ୨୧ ରେ ଓରିନୀଡ଼ ମୋଟିୟୋର ଶୋବର, ନଭେମ୍ବର ୫ ରେ ଟେରିଡ଼ ମୋଟିୟୋର ଶୋବର, ଡିସେମ୍ବର ୧୪ରେ ଜମିନୋଡ ମୋଟିୟୋର ଶୋବର ନାମକ ଉଲକାପିଣ୍ଡ ପଡ଼ିବାକୁ ଯାଉଛି । ଅଗଷ୍ଟ ୧୯ ତାରିଖରେ ସୂର୍ଯ୍ୟଙ୍କ ବିପରୀତ ଦିଗରେ ରହିବ ସୌରମଣ୍ଡଳର ସବୁଠୁ ବଡ ଗ୍ରହ । ଏହା ବାଦ ସେପ୍ଟେମ୍ବର ୧୪ ତାରିଖରେ ବିପରୀତ ଦିଗରେ ରହିବ ନେପଚୁନ । କିନ୍ତୁ ନଭେମ୍ବର ୫ରେ ବିପରୀତ ଦିଗରେ ରହିବ ୟୁରିନସ ।

ଡ଼ଃ ପାଣ୍ଡେଙ୍କ ଅନୁଯାୟୀ ଏହି ଘଟଣା ଗୁଡିକ ସମୟ ଗଣନାରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନିଭେଇଥାଏ । ଏହା ମାଧ୍ୟମରେ ହିଁ ଗ୍ରହ ନକ୍ଷତ୍ର ମାନଙ୍କ ସ୍ଥିତି ଜଣାପଡ଼ିଥାଏ । ଯେଉଁଥିରୁ ପୃଥିବୀ ଓ ସୂର୍ଯ୍ୟଙ୍କ ମଧ୍ୟରେ ସଠିକ ଦୂରତା ସହ ପରିଭ୍ରମଣ ବେଗ ବାବଦରେ ଜଣାପଡ଼ିଥାଏ । ୟୁରୋପ ଓ ଆମେରିକା ପରି ଦେଶ ମାନେ ଏହି ସମୟରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିବାର ନଜିର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.