କୋଟି କୋଟି ସିଲିଣ୍ଡର ଠାରୁ ବି ଅଧିକ ଅକ୍ସିଜେନ୍‌ ସୃଷ୍ଟି କରିଥାନ୍ତି ଏହି ୬ଟି ଗଛ, ଆଜିଠୁ ଲଗାନ୍ତୁ

ବର୍ତ୍ତମାନ ସାରା ବିଶ୍ୱରେ କରୋନା ସ୍ଥିତି ସାଂଘାତିକ ହୋଇଛି। ଦ୍ୱିତୀୟ ଲହରରେ ହସ୍ପିଟାଲରେ ବେଡ୍‌ ଓ ଅକ୍ସିଜେନ୍‌ର ଅଭାବ ଦେଖିବାକୁ ମିଳୁଛି। ବିଶେଷଜ୍ଞଙ୍କ କହିବାନୁସାରେ, ଯଦି ଅଧିକ ପରିମାଣରେ ୬ଟି ଗଛ ଲଗାଯିବ ତେବେ କେବେ ବି ଆଉ ଅମ୍ଳଜାନର ଅଭାବ ପରିଲକ୍ଷିତ ହେବ ନାହିଁ। ଏହି ଗଛଗୁଡ଼ିକ ଅଧିକ ପରିମାଣରେ ଅମ୍ଳଜାନ ସୃଷ୍ଟି କରିଥାନ୍ତି।

ପୂର୍ବରୁ ଗଛରୁ ଅମ୍ଳଜାନ ସୃଷ୍ଟି ହେଉଥିବା ବେଳେ ଏବେ ଫ୍ୟାକ୍ଟ୍ରିରୁ ତିଆରି କରିବାକୁ ପଡ଼ୁଛି। ସମୟ ସହ ଆମେ ଆଧୁନିକ ହେବାକୁ ମନ ଇଚ୍ଛା ଗଛ ବୃକ୍ଷ କାଟିବାରେ ଲାଗିଲୁ। ଫଳ ସ୍ୱରୂପ ଏବେ ଟଙ୍କା ଦେଇ ପବନ କିଣିବାକୁ ପଡ଼ୁଛି। ତେବେ ଆସନ୍ତୁ ଜାଣିବା କେଉଁ ୬ଟି ଗଛ ଅଧିକ ପରିମାଣରେ ଅମ୍ଳଜାନ ସୃଷ୍ଟି କରିଥାଏ। ଏହି ଗଛକୁ ଆମେ ଅଧିକରୁ ଅଧିକ ରୋପଣ କରିବା ଜରୁରୀ।

ନିମ:

ଆମେ ଆଖପାଖରେ ଅନେକ ନିମ ଗଛ ଦେଖିଥାଉ। କିନ୍ତୁ ଅଧିକାଂଶ ଲୋକ ଜାଣିନାହାନ୍ତି ଯେ ନିମ ଏକ ଔଷଧୀୟ ଗଛ ହେବା ସହ ପ୍ରଚୁର ପରିମାଣରେ ଅମ୍ଳଜାନ ମଧ୍ୟ ସୃଷ୍ଟି କରେ। ଏହା ନ୍ୟାଚୁରାଲ ଏୟାର ପ୍ୟୁରିଫାୟର ଭାବେ ମଧ୍ୟ କାମ କରେ। ବାୟୁମଣ୍ଡଳକୁ ଶୁଦ୍ଧ କରିବାରେ ନିମ ଗଛ ସାହାଯ୍ୟ କରେ। ଏକ୍ସପର୍ଟଙ୍କ କହିବାନୁସାରେ, ନିମ ଗଛ ଲଗାଇବା ଦ୍ୱାରା ଆଖପାଖର ପବନରେ ଥିବା ବ୍ୟାକ୍ଟେରିଆ ମରିଯାଆନ୍ତି।

ଜାମୁ ଗଛ:

ଜାମୁ ଗଛ ଏକ ସ୍ୱତନ୍ତ୍ର ଗଛ। ଏହାର ମଞ୍ଜିରେ ମଧ୍ୟ ଅନେକ ଔଷଧୀୟ ଗୁଣ ରହିଛି। ତେବେ ଜାମୁ କୋଳି ଗଛ ବି କିଛି କମ୍‌ ଔଷଧୀୟ ନୁହେଁ। ଜାମୁ ଗଛ ସଲଫର ଓ ନାଇଟ୍ରୋଜେନ୍‌ ଭଳି ଗ୍ୟାସ୍‌କୁ ବିଶୁଦ୍ଧ କରିଥାଏ। ଏଥିସହ ଅଧିକ ମାତ୍ରାରେ ଅକ୍ସିଜେନ୍‌ ମଧ୍ୟ ସୃଷ୍ଟି କରେ।

ବରଗଛ:

ବରଗଛକୁ ଜାତୀୟ ଗଛ ବୋଲି କୁହାଯାଏ। ହିନ୍ଦୁମାନେ ମଧ୍ୟ ଏହି ଗଛକୁ ପୂଜା କରନ୍ତି। ଏହି ଗଛ ବିଶାଳ ହେବା କାରଣରୁ ଅଧିକ ପରିମାଣର ଅକ୍ସିଜେନ୍‌ ସୃଷ୍ଟି କରିଥାଏ। ତେବେ ଏହି ଗଛ କେତେ ଅମ୍ଳଜାନ ସୃଷ୍ଟି କରିବ, ତାହା ଗଛର ଛାଇ ଉପରେ ନିର୍ଭର କରେ। ଅର୍ଥାତ୍‌, ଗଛ ଯେତେ ବଡ଼ ଓ ଗହଳ ହେବ, ସେତେ ଅଧିକ ଅମ୍ଳଜାନ ମିଳିବ।

ଅଶୋକ ଗଛ:

ଅଶୋକ ଗଛ ପ୍ରଚୁର ପରିମାଣରେ ଅମ୍ଳଜାନ ସୃଷ୍ଟି କରି ବାୟୁ ମଣ୍ଡଳକୁ ଛାଡ଼ିଥାଏ। ଏହାକୁ ଲଗାଇବା ଦ୍ୱାରା ଅମ୍ଳଜାନର ପରିମାଣ ବଢ଼ିବା ସହ ଦୂଷିତ ଗ୍ୟାସ୍‌ ମଧ୍ୟ ଶୋଷିତ ହୁଏ। ଫଳରେ ବାୟୁମଣ୍ଡଳ ବିଶୁଦ୍ଧ ରହେ।

ଅର୍ଜୁନ ଗଛ:

ହିନ୍ଦୁମାନେ ଅର୍ଜୁନ୍‌ ଗଛକୁ ଠାକୁର ଗଛ ଭାବେ ପୂଜା କରିଥାନ୍ତି। ଏହା ମାତା ସୀତାଙ୍କ ପ୍ରିୟ ଗଛ। ଏହି ଗଛ ମଧ୍ୟ ପ୍ରଚୁର ପରିମାଣରେ ଅମ୍ଳଜାନ ସୃଷ୍ଟି କରି ବାୟୁମଣ୍ଡଳକୁ ନିର୍ଗତ କରିଥାଏ। ଏହା ଅପରିଷ୍କାର ପବନକୁ ବି ଅବଜର୍ଭ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ।

ଅଶ୍ୱତଥ ଗଛ:

ବୈଜ୍ଞାନିକଙ୍କ କହିବାନୁସାରେ ଅନ୍ୟ ସବୁ ଗଛ ତୁଳନାରେ ଅଶ୍ୱତଥ ବା ଓସ୍ତ ଗଛ ସବୁଠାରୁ ଅଧିକ ଅମ୍ଳଜାନ ସୃଷ୍ଟି କରେ। ଏହି ଗଛ ୬୦ରୁ ୮୦ ଫୁଟ୍‌ ଉଚ୍ଚା ବଢ଼େ। ଏହି ଗଛ ନିଜ ଜୀବନ କାଳରେ ଯେତେ ପରିମାଣର ଅମ୍ଳଜାନ ସୃଷ୍ଟି କରେ, ତାହା କୌଣସି ଫ୍ୟାକ୍ଟ୍ରିରେ ତିଆରି କରିବା ସମ୍ଭବପର ନୁହେଁ।

ତେଣୁ ବର୍ତ୍ତମାନର ମହାମାରୀ ପରିସ୍ଥିତିରୁ ଆମେ ଶିକ୍ଷା କରିବା ଉଚିତ୍‌ ଯେ ଏବେ ଆଉ ପ୍ରକୃତିକୁ ଖିନ୍‌ଭିନ କରି ଲୁଟିବା ପ୍ରବୃତ୍ତିକୁ ଆମକୁ ଛାଡ଼ିବାକୁ ପଡ଼ିବ ଓ ମାଟି ମା’କୁ ସବୁଜ ସୁନ୍ଦର କରି ଗଢ଼ିବାକୁ ହେବ। ନଚେତ୍‌ ଇଏ ତ ଆରମ୍ଭ ମାତ୍ର। ଆଗକୁ ନିତିଦିନିଆ ବ୍ୟବହାର ପାଇଁ ବି ଆମକୁ ପଇସା ଦେଇ ଶୁଦ୍ଧ ପବନ କିଣିବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.